fbpx

ଅଗ୍ନିଶମ ମହାନିର୍ଦ୍ଦେଶକ ଭାବେ ଦାୟିତ୍ୱ ନେଲେ ସୁଧାଂଶୁ

Advertisement

ଭୁବନେଶ୍ୱର: ଅଗ୍ନିଶମ ଡିଜି ବା ମହାନିର୍ଦ୍ଦେଶକ ଭାବେ ଆଜି ଦାୟିତ୍ୱ ଗ୍ରହଣ କରିଛନ୍ତି ଆଇପିଏସ ସୁଧାଂଶୁ ଷଡ଼ଙ୍ଗୀ । କଟକ ଅଗ୍ନିଶମ ବିଭାଗର ମୁଖ୍ୟାଳୟାରେ ଦାୟିତ୍ବ ଗ୍ରହଣ କରିଛନ୍ତି । ୪୫ତମ ମହାନିର୍ଦ୍ଦେଶକ ଭାବେ ଦାୟିତ୍ବ ଗ୍ରହଣ କରିଥିବା ଜଣାପଡିଛି ।

ତେବେ ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ବରିଷ୍ଠ ଆଇପିଏସସ୍ତରରେ ବଡ଼ଧରଣର ଅଦଳବଦଳ କରିଛନ୍ତି । ୧୯୯୦ ବ୍ୟାଚ୍ ଆଇପିଏସ୍ ସୁଧାଂଶୁ ଷଡ଼ଙ୍ଗୀଙ୍କୁ ଅଗ୍ନିଶମ ଡିଜି ଭାବେ ବଦଳି କରାଯାଇଛି। ପୂର୍ବରୁ ସ୍ପେଶାଲ ଡିଜି ପୋଲିସ ରେଲୱେ ଆଣ୍ଡ କୋଷ୍ଟାଲ ସିକ୍ୟୁରୀଟି ଭାବରେ କାର୍ଯ୍ୟରତ ଥିଲେ। ଦାୟିତ୍ୱ ଗ୍ରହଣ କରିବା ପରେ ସୁଧାଂଶୁ ଷଡଙ୍ଗୀ କହିଛନ୍ତି ୨୦୦୦ ମସିହା ବେଳକୁ ରାଜ୍ୟରେ ମାତ୍ର ୧୧୨ ଟି ଅଗ୍ନିଶମ କେନ୍ଦ୍ର ଥିଲା। ବର୍ତ୍ତମାନ ଏହା ତିନିଗୁଣ ବୃଦ୍ଧି ପାଇ ୩୪୫ ରେ ପହଞ୍ଚିଛି। ଅତୀତରେ ରାଜ୍ୟ ଅଗ୍ନିଶମ କର୍ମଚାରୀମାନେ ବାହାର ରାଜ୍ୟଗୁଡିକରେ ଭଲ କାମ କରି ପ୍ରଶଂସା ପାଇଛନ୍ତି।

Get real time updates directly on you device, subscribe now.