fbpx

Video : ଦିଲ୍ଲୀ ଷ୍ଟେସନରୁ ଛାଡିବା ମାତ୍ରେ ସୁହେଲଦେବ ଏକ୍ସପ୍ରେସର ବିଦ୍ୟୁତ କାଟ, ରାଗରେ ଯାତ୍ରୀମାନେ TTE କୁ ଶୌଚାଳୟରେ କଲେ ବନ୍ଦ

ନୂଆଦିଲ୍ଲୀ : ଶୁକ୍ରବାରକୁ ସୁହେଲଦେବ ଏକ୍ସପ୍ରେସରେ ଏକ ଆଶ୍ଚର୍ଯ୍ୟ ଜନକ ଘଟଣା ସାମ୍ନାକୁ ଆସିଥିଲା । ରେଳଟି ଦିଲ୍ଲୀର ଆନନ୍ଦ ବିହାର ଟର୍ମିନାଲ ରୁ ଗାଜିପୁରକୁ ଯାତ୍ରା କରୁଛି । ରେଳଟି ଷ୍ଟେସନରୁ ଛାଡିବା ପରେ ପରେ ୨ଟି ବଗିର ବିଦ୍ୟୁତ କାଟ ହୋଇଥିଲା । ଏନେଇ ଯାତ୍ରୀ ରାଗି ଟିଟିଇକୁ ରଏଳର ଶୌଚାଳୟରେ ବନ୍ଦ କରିଦେଲେ ।

ପିଟିଆଇର ରିପୋର୍ଟ ଅନୁସାରେ, ଏହି ଘଟଣାଟି ଶୁକ୍ରବାର ଅର୍ଥାତ ଗତକାଲି ଘଟିଥିଲା, ଯେତେବେଳେ କି ରେଳଟି ଦିଲ୍ଲୀର ଆନନ୍ଦ ବିହାର ଟର୍ମିନାଲ ରୁ ଗାଜିପୁରକୁ ଯାତ୍ରା କରୁଥିଲା । ଯେତେବେଳେ ରେଳଟି ଆନନ୍ଦ ବିହାର ଟର୍ମିନାଲ ଷ୍ଟେସନରୁ ବାହାରିଲା, ସେତେବେଳେ ତୁରନ୍ତ ବି୧ ଏବଂ ବି୨ କୋଚରୁ ବିଜୁଳି ପଳାଇଲା ଏହା ସହ ଏସି ମଧ୍ୟ ବନ୍ଦ ହୋଇଯାଇଥିଲା । ଏନେଇ ଯାତ୍ରୀମାନେ ଅଭିଯୋଗ କରିବା ପାଇଁ ଟିଟିଇ ପାଖକୁ ଯାଇଥିଲେ । କିନ୍ତୁ ପରବର୍ତ୍ତୀ ସମୟରେ ଯାତ୍ରୀ ରାଗିଯାଇ ସେଠାରେ ପାଟିତୁଣ୍ଡ କରି ଟିଟିଇକୁ ଶୌଚାଳୟରେ ବନ୍ଦ କରି ଦେଇଥିଲେ । ଏହାର ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେଉଛି ।

ଏହାପରେ ରେଳ ଟୁଣ୍ଡଲା ଷ୍ଟେସନରେ ପହଞ୍ଚି ଆରପିଏଫ ଏବଂ ରେଳ କର୍ମଚାରୀମାନେ ଯାତ୍ରୀଙ୍କୁ ଶାନ୍ତ କରିଲେ ଏବଂ ଆଶ୍ୱସନା ଦେଲେ ଯେ ବିଦ୍ୟୁତ କାଟର ସମସ୍ୟା ଶୀଘ୍ର ଠିକ କରାଯିବ । ଏହା ବ୍ୟତୀତ ଟିଟିଇକୁ ମଧ୍ୟ ସେଠାରୁ ଉଦ୍ଧାର କରାଯାଇଥିଲା ।

Get real time updates directly on you device, subscribe now.