fbpx

ଆଜି ମାସର ୧୦ ତାରିଖ: ଡାକ୍ତରବାବୁଙ୍କ ଉପରେ ରହିଛି ସଭିଙ୍କ ନଜର

Advertisement

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆଜି ହେଉଛି ମାସର ୧୦ ତାରିଖ । ଡାକ୍ତର ସୁମିତ ସାହୁ ତାଙ୍କ ପତ୍ନୀ ତପସ୍ୱିନୀ ଦାଶଙ୍କୁ ୧୭ ଟଙ୍କା ପ୍ରଦାନ କରିବାକୁ ଗତ ୨ ତାରିଖରେ ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ । ପୂର୍ବରୁ ତଳ କୋର୍ଟ ପ୍ରଦାନ କରିଥିବା ରାୟକୁ ହାଇକୋର୍ଟ କାଏମ୍ ରଖିଥିଲେ । ଏଥିସହ ଏହି ମାମଲାର ପରବର୍ତ୍ତୀ ଶୁଣାଣି ଆସନ୍ତା ୧୫ ତାରିଖକୁ ଦିନ ଧାର୍ଯ୍ୟ କରାଯାଇଥିଲା । ପୂର୍ବରୁ ପ୍ରତି ମାସରେ ୧୭ ହଜାର ପ୍ରଦାନ ପାଇଁ ସୁମିତଙ୍କୁ ତଳ କୋର୍ଟ ନିର୍ଦ୍ଦେଶ ଦେଇଥିଲେ । ମାତ୍ର ଏହି ଅବଧି ୧ ମାସ ପୂରଣ କରିନଥିବାରୁ ଗତମାସରେ ସୁମିତ ତପସ୍ୱିନୀଙ୍କ ଏହି ଅର୍ଥ ପ୍ରଦାନ କରିନଥିଲେ । ଏଥିସହ ଏହି ରାୟକୁ ଚ୍ୟାଲେଞ୍ଜ କରି ସୁମିତ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ।

ଅନ୍ୟପକ୍ଷରେ ଡାକ୍ତର ସୁମିତ ଗତମାସ ୧୦ ତାରିଖ ସୁଦ୍ଧା ଏହି ଅର୍ଥ ପ୍ରଦାନ କରି ନଥିବାରୁ ତପସ୍ୱିନୀଙ୍କ ପକ୍ଷରୁ ମଧ୍ୟ ଏକ ମାମଲା ଦାୟର କରାଯାଇଥିଲା । ଏହି ମାମଲାରେ ଦୁଇପକ୍ଷଙ୍କ ପକ୍ଷରୁ ଏକାଧିକ ମାମଲା କୋର୍ଟଙ୍କ ବିଚାରାଧୀନ ରହିଥିବା ବେଳେ ଆଜି ବ୍ରହ୍ମପୁର ଏସଡିଜେଏମଙ୍କ କୋର୍ଟରେ ମଧ୍ୟ ଶୁଣାଣି ରହିଛି । ସୂଚନାଯୋଗ୍ୟ ଯେ, ଏହି ଦମ୍ପତ୍ତିଙ୍କ ପାରିବାରିକ ମାମଲା ବର୍ତ୍ତମାନ ସାରା ରାଜ୍ୟରେ ଚହଳ ସୃଷ୍ଟି କରିଛି । ଗୋଟିଏ ପଟେ ମାମଲା ସମାଧାନ ହେଉନଥିବା ବେଳେ ଅନ୍ୟପଟେ ତାରିଖ ଲମ୍ବି ଲମ୍ବି ଯାଉଛି । ଇତିମଧ୍ୟରେ ଉଭୟପକ୍ଷ ପରସ୍ପରକୁ ଦୋଷାରୋପ କରିବା ସହ ଏକାଧିକ ଅଡିଓ, ଭିଡିଓ ଭାଇରାଲ ହୋଇ ସାରିଛି । ତେବେ ସୁମିତ ଓ ତପସ୍ୱିନୀଙ୍କ ପାରିବାରିକ ବିବାଦ ଯଥାଶୀଘ୍ର ସମାଧାନ ହେଉ ଏହା ହିଁ ସମସ୍ତଙ୍କର କାମନା ।

Get real time updates directly on you device, subscribe now.