ଓଡ଼ିଶା ଭାସ୍କର: ଜ୍ୟୋତିଷ ଶାସ୍ତ୍ରରେ ଗ୍ରହ ଗୋଚର ବ୍ୟକ୍ତିଙ୍କୁ ଜୀବନ ଉପରେ ଅନେକ ପ୍ରଭାବ ପକାଇଥାଏ । କେତେବେଳେ ଏହା ଶୁଭ ଫଳ ଦେଇଥାଏ ତ କେତେବେଳେ ଅଶୁଭ ପରିଣାମ ଆଣିଥାଏ । ମୀନ ଏବଂ ଧନୁ ରାଶିରେ ସୂର୍ଯ୍ୟ ଗୋଚର କଲେ ଏହି ସମୟକୁ ମଳମାସ ବା ଖରମାସ ବୋଲି କୁହାଯାଏ । ଏହି ସମୟରେ ସୂର୍ଯ୍ୟଙ୍କ ତେଜ୍ ଓ ପ୍ରକାଶ ହ୍ରାସ ପାଇଥାଏ । ଏହି ସମୟରେ କୌଣସି ପ୍ରକାର ମାଙ୍ଗଳିକ କାର୍ଯ୍ୟ କରିବା ବର୍ଜନୀୟ ଅଟେ । ଚଳିତ ବର୍ଷ ଡିସେମ୍ବର ୧୫ରୁ ଜାନୁଆରୀ ୧୪, ୨୦୨୫ ପର୍ଯ୍ୟନ୍ତ ସୂର୍ଯ୍ୟ ଧନୁ ରାଶିରେ ଗୋଚର କରିବେ । ସୂର୍ଯ୍ୟଙ୍କ ଗୋଚର ଦିନ ଅର୍ଥାତ ଡିସେମ୍ବର ୧୪ ତାରିଖକୁ ଧନୁ ସଂକ୍ରାନ୍ତି ପାଳନ ହେବ । ତେବେ ଆସନ୍ତୁ ଜାଣିବା ସୂର୍ଯ୍ୟଙ୍କ ଏହି ଗୋଚର ୧୨ଟି ରାଶି ଉପରେ କ’ଣ ପ୍ରଭାବ ପକାଇବ ।
୧. ମେଷ ରାଶି: ମେଷ ରାଶିର ୫ମ ଭାବର ସ୍ୱାମୀ ସୂର୍ଯ୍ୟ ୯ମ ଭାବରେ ଗୋଚର କରିବେ । ଏହି ଗୋଚର ଅତ୍ୟନ୍ତ ଶୁଭ ଫଳଦାୟୀ ହେବ । ବ୍ୟକ୍ତି ଧର୍ମ କର୍ମରେ ମନୋନିବେଶ କରିବେ । ପିତା ଏବଂ ଭାଗ୍ୟର ସହଯୋଗ ମିଳିବ । ଶିକ୍ଷକ ଏବଂ ଛାତ୍ରଙ୍କ ପାଇଁ ଗୋଚର ଅନୁକୂଳ ହେବ । ଅବିବାହିତଙ୍କ ପାଇଁ ଖୁସି ଖବର ଆସିପାରେ । ପରିବାର ସଦସ୍ୟଙ୍କ ସହ ଉତ୍ତମ ସମ୍ପର୍କ ରହିବ । ଚାକିରି ଏବଂ ବ୍ୟବସାୟ କ୍ଷେତ୍ରରେ ସକାରାତ୍ମକ ପରିଣାମ ଦେଖିବାକୁ ମିଳିବ ।
୨. ବୃଷ ରାଶି: ବୃଷ ରାଶିର ୪ର୍ଥ ଭାବର ସ୍ୱାମୀ ସୂର୍ଯ୍ୟ ୮ମ ଭାବରେ ଗୋଚର କରିବେ । ଏହି ଗୋଚର ଶୁଭ ନୁହେଁ । ଆକସ୍ମିକ ଦୁର୍ଘଟଣା ହେବାର ସମ୍ଭାବନା ରହିଛି । ନିଜ ସ୍ୱାସ୍ଥ୍ୟର ଯତ୍ନ ନେବା ସହ ଚାକିରି ଏବଂ ବ୍ୟାପାରରେ ସତର୍କତା ଅବଲମ୍ବନ କରନ୍ତୁ । ଜୀବନସାଥି ସହ ମନମାଳିନ୍ୟ ବୃଦ୍ଧି ପାଇବ । ଏହି ସମୟରେ କୌଣସି ନୂଆ ଘର କିମ୍ବା ବାହନ କିଣିବା ଯୋଜନାକୁ ସ୍ଥଗିତ କରନ୍ତୁ । ନିଜ ବାଣି ଉପରେ ନିୟନ୍ତ୍ରଣ ରଖନ୍ତୁ ।
୩. ମିଥୁନ ରାଶି: ମିଥୁନ ରାଶିର ୩ୟ ଭାବର ସ୍ୱାମୀ ସୂର୍ଯ୍ୟ ୭ମ ଭାବରେ ଗୋଚର କରିବେ । ଏହା ଦାମ୍ପତ୍ୟ ଜୀବନ ଏବଂ ପାର୍ଟନରସିପ ବ୍ୟବସାୟରେ ଉତ୍ଥାନ ପତନ ଆଣିପାରେ । ତେଣୁ ବାଦ ବିବାଦରୁ ଦୂରେଇ ରୁହନ୍ତୁ । ସ୍ୱାସ୍ଥ୍ୟ ଉତ୍ତମ ରହିବ ଓ ପରିବାରଙ୍କ ସହଯୋଗ ମିଳିବ ।
୪. କର୍କଟ ରାଶି: ଏହି ରାଶିର ଦ୍ୱିତୀୟ ଭାବର ସ୍ୱାମୀ ସୂର୍ଯ୍ୟ କୁଣ୍ଡଳୀର ୬ଷ୍ଠ ଭାବରେ ଗୋଚର କରିବେ । ଏହି ଗୋଚର ଆପଣଙ୍କ ପାଇଁ ମିଶାମିଶି ପରିଣାମ ଆଣିବ । କ୍ୟାରିୟର ଏବଂ ଚାକିରିରେ ଫାଇଦା ମିଳିବ । କିଛି କୋର୍ଟ ମାମଲା ଥିଲେ ସମାଧାନ ହୋଇପାରେ ।ସ୍ୱାସ୍ଥ୍ୟ ସମସ୍ୟା ଦେଖାଦେଇପାରେ । ପରିବାର ସଦସ୍ୟଙ୍କ ସହ ବିବାଦ ହୋଇପାରେ ତେଣୁ ନିଜ ବାଣୀ ଉପରେ ନିୟନ୍ତ୍ରଣ ରଖନ୍ତୁ ।
୫. ସିଂହ ରାଶି: ସିଂହ ରାଶିର ଲଗ୍ନ ଭାବର ସ୍ୱାମୀ ସୂର୍ଯ୍ୟ ୫ମ ଭାବରେ ଗୋଚର କରିବେ । ଛାତ୍ରଛାତ୍ରୀଙ୍କ ପାଇଁ ଏହି ଗୋଚର ଶୁଭ ଅଟେ । ସନ୍ତାନ ସୁଖ ପ୍ରାପ୍ତ ହେବ । ଧନ ଲାଭ ହେବାର ସମ୍ଭାବନା ରହିଛି । ଅପରପକ୍ଷରେ ଧନ ସମ୍ବନ୍ଧୀୟ ମାମଲାରେ ସତର୍କତା ଅବଲମ୍ବନ କରିବା ପାଇଁ ପରାମର୍ଶ ଦିଆଯାଉଛି ।
୬. କନ୍ୟା ରାଶି: ଏହି ରାଶିର ୧୨ତମ ଭାବର ସ୍ୱାମୀ ସୂର୍ଯ୍ୟ ୪ର୍ଥ ଭାବରେ ଗୋଚର କରିବେ । ପରିବାରରେ ଅନାବଶ୍ୟକ ଖର୍ଚ୍ଚ ବୃଦ୍ଧି ପାଇବ । ନୂଆ ଘର କିମ୍ବା ବାହନ କିଣି ପାରନ୍ତି । ମାଆଙ୍କ ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ ।
୭. ତୁଳା ରାଶି: ଏହି ରାଶିର ୧୧ତମ ଭାବର ସ୍ୱାମୀ ସୂର୍ଯ୍ୟ ୩ୟ ଭାବରେ ଗୋଚର କରିବେ । ଏହି ଗୋଚର ସମୟରେ ଆପଣଙ୍କ ଅତ୍ମବିଶ୍ୱାସ ବୃଦ୍ଧି ପାଇବ । କାର୍ଯ୍ୟରେ ସାନ ଭାଇ-ଭଉଣୀଙ୍କ ସହଯୋଗ ମିଳିବ । ଦୂରଯାତ୍ରା କରିପାରନ୍ତି ଏବଂ କ୍ୟାରିୟରରେ ପ୍ରଗତି ହେବ ।
୮. ବିଛା ରାଶି: କୁଣ୍ଡଳୀର ୧୦ମ ଭାବର ସ୍ୱାମୀ ସୂର୍ଯ୍ୟ ୨ୟ ଭାବରେ ଗୋଚର କରୁଛନ୍ତି । ପରିବାର ସହ ସମ୍ପର୍କ ମଜବୁତ ହେବ । ବ୍ୟାଙ୍କ ବାଲାନ୍ସ ସହ ସଞ୍ଚୟରେ ବି ବୃଦ୍ଧି ହେବ । ନିଜ ବାଣୀ ଉପରେ ନିୟନ୍ତ୍ରଣ ରଖନ୍ତୁ ଏବଂ ବାଦ ବିବାଦ ଠାରୁ ଦୂରେଇ ରୁହନ୍ତୁ ।
୯. ଧନୁ ରାଶି: କୁଣ୍ଡଳୀର ୯ମ ଭାବର ସ୍ୱାମୀ ସୂର୍ଯ୍ୟ ୨ୟ ଭାବରେ ଗୋଚର କରୁଛନ୍ତି । ଏହି ଗୋଚର ସୌଭାଗ୍ୟ ନେଇ ଆସିବ । ଧର୍ମ ପ୍ରତି ଆଗ୍ରହ ବୃଦ୍ଧି ପାଇବ । କାର୍ଯ୍ୟକ୍ଷେତ୍ରରେ ଅନ୍ୟମାନେ ଆପଣଙ୍କ କାର୍ଯ୍ୟ ଦ୍ୱାରା ପ୍ରଭାବିତ ହେବେ । ପିତା ଏବଂ ଗୁରୁଙ୍କ ସହଯୋଗ ମିଳିବ । ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ । ଦାମ୍ପତ୍ୟ ଜୀବନରେ ମନମାଳିନ୍ୟ ଦେଖାଦେଇପାରେ । ଅବିବାହିତଙ୍କ ପାଇଁ ଶୁଭ ଖବର ଆସିପାରେ ।
୧୦. ମକର ରାଶି: ମକର ରାଶିର ୮ମ ଭାବର ସ୍ୱାମୀ ସୂର୍ଯ୍ୟ ୧୨ତମ ଭାବରେ ଗୋଚର କରୁଛନ୍ତି । ଏହା ବିପରିତ ରାଜଯୋଗ ନିର୍ମାଣ କରୁଛି । ଜୀବନରେ ଦେଖାଦେଇଥିବା ସମସ୍ୟା ଦୂର ହେବ । ମିଶ୍ରିତ ପରିଣାମ ମିଳିବ ।
୧୧. କୁମ୍ଭ ରାଶି: କୁଣ୍ଡଳୀର ୭ମ ଭାବର ସ୍ୱାମୀ ସୂର୍ଯ୍ୟ ୧୧ତମ ଭାବରେ ଗୋଚର କରୁଛନ୍ତି । ଧନ ଲାଭ ହେବାର ସମ୍ଭାବନା ରହିଛି । ମାନସମ୍ମାନ ବୃଦ୍ଧି ପାଇବ । ସନ୍ତାନକୁ ନେଇ ଖୁସି ଖବର ମିଳିପାରେ । ଅବିବାହିତଙ୍କ ପାଇଁ ଶୁଭ ସମୟ । ଛାତ୍ରଛାତ୍ରୀଙ୍କ ପାଇଁ ଏହି ସମୟ ଶୁଭ ରହିବ ।
୧୨. ମୀନ ରାଶି: କୁଣ୍ଡଳୀର ୬ଷ୍ଠ ଭାବର ସ୍ୱାମୀ ସୂର୍ଯ୍ୟ ୧୦ମ ଭାବରେ ଗୋଚର କରୁଛନ୍ତି । କ୍ୟାରିୟର ଏବଂ କାର୍ଯ୍ୟକ୍ଷେତ୍ରରେ ଉନ୍ନତି ହେବ । ସହକର୍ମୀଙ୍କ ସହଯୋଗ ମିଳିବ । ପାରିବାରିକ ଅଶାନ୍ତି ଦେଖାଦେଇପାରେ । ତେଣୁ କୌଣସି ପ୍ରକାର ବାଦ ବିବାଦ ଠାରୁ ଦୂରେଇ ରୁହନ୍ତୁ । ନୂତନ ଘର କିମ୍ବା ଗାଡ଼ି କିଣିବାର ଯୋଜନା କରିପାରନ୍ତି ।