ସୁନ୍ଦରଗଡ଼(ଓଡ଼ିଶା ଭାସ୍କର): ଭିଜିଲାନ୍ସ ଜାଲରେ ଫସିଥିବା ସୁନ୍ଦରଗଡ଼ର କୋଟିପତି ଏଡିଏମଙ୍କୁ ଆଜି ଗିରଫ କରାଯାଇଛି । ଏଡିଏମ ବିଶ୍ୱଜିତ୍ ମହାପାତ୍ରଙ୍କୁ ଗିରଫ କରିଛି ଭିଜିଲାନ୍ସ ସେଲ୍ । ଆଜି ତାଙ୍କୁ ଭିଜିଲାନ୍ସ କୋର୍ଟରେ ହାଜର କରାଯିବ । ଆୟବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଚଢ଼ାଉ କରିଥିଲା ଭିଜିଲାନ୍ସ । ୨ ଦିନ ଧରି ୭ଟି ସ୍ଥାନରେ ଚଢ଼ାଉ କରିଥିଲା ଭିଜିଲାନ୍ସ ଟିମ୍ । ଏଡିଏମ ଓ ତାଙ୍କ ପତ୍ନୀଙ୍କ ନାଁରେ ବିପୁଳ ସମ୍ପତ୍ତି ଠାବ କରିଛି ଭିଜିଲାନ୍ସ ।
ତେବେ ଆଉ ମାତ୍ର ଦିନ କେଇଟା ପରେ ଚାକିରିରୁ ଅବସର ନେଇଥାନ୍ତେ ADM । ଭୁବନେଶ୍ୱର ଉପକଣ୍ଠ ନହରକଣ୍ଟାରେ ୮୯ ଲକ୍ଷ ଟଙ୍କାର ବିଲ୍ଡିଂ ସହ ରସୁଲଗଡ ସମେତ ଅନ୍ୟାନ୍ୟ ସ୍ଥାନରେ ସମ୍ପତ୍ତି ଠାବ ହୋଇଛି । ଭୁବନେଶ୍ୱର ନହରକଣ୍ଟା ଓ ଖୋର୍ଦ୍ଧା ଜଟଣୀ, ଜଗତସିଂହପୁରରେ ମୋଟ ୧୦ଟି ପ୍ଲଟ୍ ଠାବ କରିଛି ଭିଜିଲାନ୍ସ । ୨ କୋଟି ଟଙ୍କାର ଫିକ୍ସ ଡିପୋଜିଟ, ସେଭିଂସ୍ ଆକାଉଣ୍ଟ ଓ ଇନ୍ସ୍ୟୁରାନ୍ସ ଦସ୍ତାବିଜ୍ ମିଳିଛି । ୩୫୦ ଗ୍ରାମର ସୁନା ଗହଣା ମିଳିଛି ।