fbpx

ମହିଳା ଖଣ୍ଡପୀଠ ଆଜି କରିବେ ମାମଲାର ଶୁଣାଣି, ସୁପ୍ରିମକୋର୍ଟ ଇତିହାସରେ ତୃତୀୟ ଥର ହେବ ଏମିତି

ନୂଆଦିଲ୍ଲୀ: ସୁପ୍ରିମକୋର୍ଟର ଇତିହାସରେ ତୃତୀୟ ଥର ଏକ ମହିଳା ଖଣ୍ଡପୀଠ ମାମଲାର ଶୁଣାଣି କରିବେ। ପ୍ରଧାନ ବିଚାରପତି ଡିଓ୍ଵାଇ ଚନ୍ଦ୍ରଚୂଡ ବୁଧବାର ଜଷ୍ଟିସ ହିମା କୋହଲି ଏବଂ ଜଷ୍ଟିସ ବେଲା ଏମ ତ୍ରିବେଦୀଙ୍କ ଖଣ୍ଡପୀଠ ଗଠନ କରିଛନ୍ତି।

ଗୁରୁବାର ଜଷ୍ଟିସ ହିମା କୋହଲି ଏବଂ ଜଷ୍ଟିସ ବେଲା ଏମ ତ୍ରିବେୀଙ୍କ ପୀଠରେ ୩୨ ମାମଲା ଶୁଣାଣି ହେବ ବୋଲି ସୂଚୀବଦ୍ଧ କରାଯାଇଛି। ଏଥିରେ ବୈବାହିକ ବିବାଦ ମାମଲା, ୧୦ ଟ୍ରାନ୍ସଫର ପିଟିସନ ଏବଂ ୧୦ ଜାମିନ ଆବେଦନ ସାମିଲ୍। ପ୍ରଥମ ଥର ସୁପ୍ରିମକୋର୍ଟରେ ୨୦୧୩ରେ ଏକ ମହିଳା ପୀଠ ମାମଲାରେ ଶୁଣାଣି କରିଥିଲେ। ସେହି ସମୟରେ ପୀଠରେ ଥିଲେ ମହିଳା ଜଷ୍ଟିସ ଜ୍ଞାନ ସୁଧା ମିଶ୍ର ଏବଂ ରଞ୍ଜନା ପ୍ରକାଶ ଦେସାଇ। ଦ୍ଵିତୀୟ ଥର ୨୦୧୮ରେ ଜଷ୍ଟିସବ ଆର ଭାନୁମତି ଏବଂ ଇନ୍ଦିରା ବାନାର୍ଜୀଙ୍କ ପୀଠ ସେପ୍ଟେମ୍ବର ୫ରେ ମାମଲାର ଶୁଣାଣି କରିଥିଲେ।

ସୁପ୍ରିମକୋର୍ଟରେ ବର୍ତ୍ତମାନ କେବଳ ତିନି ଜଣ ମହିଳା ବିଚାରପତି ଅଛନ୍ତି। ସେମାନେ ହେଉଛନ୍ତି ଜଷ୍ଟିସ  ହିମା କୋହଲି, ଜଷ୍ଟିସ ବିଭି ନାଗରତ୍ନା ଏବଂ ଜଷ୍ଟିସ ବେଲା ଏମ ତ୍ରିବେଦୀ। ଜଷ୍ଟିସ କୋହଲିଙ୍କ କାର୍ଯ୍ୟକାଳ ୨୦୨୪ ସେପ୍ଟେମ୍ବର ପର୍ଯ୍ୟନ୍ତ ରହିଛି। ସେହିପରି ଜଷ୍ଟିସ ତ୍ରିବେଦୀଙ୍କ କାର୍ଯ୍ୟକାଳ ୨୦୨୫ ଜୁନ ଏବଂ ଜଷ୍ଟିସ ନାଗରତ୍ନା ଅଛନ୍ତି। ତେବେ ୨୦୨୭ରେ ଦେଶର ପ୍ରଥମ ମହିଳା ପ୍ରଧାନ ବିଚାରପତି ହୋଇ ପାରନ୍ତି ଜଷ୍ଟିସ ନାଗରତ୍ନା।

ସୁପ୍ରିମକୋର୍ଟରେ ବର୍ତ୍ତମାନ ୩୪ ସ୍ଵୀକୃତିପ୍ରାପ୍ତ ଜଜଙ୍କ ତୁଳନାରେ ୨୪  ଜଜ ରହିଛନ୍ତି। ୨୦୨୩ରେ ଖାଲିପଦ ସଂଖ୍ୟା ବଢି ଆଠରେ ପହଞ୍ଚିବ। ଜଷ୍ଟିସ ଏସ ଅବଦୁଲ ନଜିର ୨୦୨୩ ଜାନୁଆରୀରେ କାର୍ଯ୍ୟରୁ ଅବସର ନେବେ। ତା ପରବର୍ଷ ଜଷ୍ଟିସ ନଜିରଙ୍କ ବ୍ୟତୀତ ଅନ୍ୟ ସାତ ବିଚାରପତିଙ୍କ କାର୍ଯ୍ୟକାଳ ସରିବାକୁ ଯାଉଛି।

Get real time updates directly on you device, subscribe now.