୧୯୬୬ ଜାନୁଆରୀ ୧ରୁ ୧୯୭୧ ମାର୍ଚ୍ଚ ୨୫ ମଧ୍ୟରେ ଭାରତକୁ ଆସି ଆସାମରେ ବାସ କରୁଥିବା ବିଦେଶୀଙ୍କ ପାଇଁ ଖୁସି ଖବର

ନୂଆଦିଲ୍ଲୀ: ନାଗରିକତା ଅଧିନିୟମ ୧୯୫୫ର ଧାରା ୬-ଏର ସାମ୍ବିଧାନିକ ବୈଧତା ଆଗକୁ ଜାରି ରହିବ । ମଙ୍ଗଳବାର ସୁପ୍ରିମକୋର୍ଟ ଏହାକୁ ବୈଧ ଘୋଷଣା କରିଛନ୍ତି । ଫଳରେ ଏହି ଆଇନ ଆସାମ ରାଜିନାମା ଅନ୍ତର୍ଗତ ଆସୁଥିବା ବିଦେଶୀଙ୍କୁ ନାଗରିକତା ପ୍ରଦାନ କରିବ । ସେକ୍ସନ ୬-ଏ ଅନୁଯାୟୀ, ୧୯୬୬ ଜାନୁଆରୀ ୧ରୁ ୧୯୭୧ ମାର୍ଚ୍ଚ ୨୫ ମଧ୍ୟରେ ଯେଉଁ ଲୋକମାନେ ଭାରତକୁ ଆସିଥିଲେ ସେମାନେ ଆସାମରେ ବାସକରୁଛନ୍ତିା ଏବେ ସେମାନେ ନିଜକୁ ଭାରତୀୟ ଭାବେ ପଞ୍ଜିକୃତ କରିପାରିବେ ।

ରାୟରେ କୁହାଯାଇଛି କି, ଉପଧାରା ୬-ଏ ଓ ୭ ଅନୁଯାୟୀ, ସମସ୍ତ ମୂଳ ଭାରତୀୟ, ଯେଉଁମାନେ ୧୯୬୬ ଜାନୁଆରୀ ୧ପୂର୍ବରୁ ନିର୍ଦ୍ଧିଷ୍ଟ ଅଞ୍ଚଳରୁ ଆସାମକୁ ଆସିଥିଲେ,( ୧୯୬୭ ନିବ ର୍ାଚନ ପାଇଁ ଯେଉଁମାନଙ୍କ ନାଁ ନିର୍ବାଚନ ତାଲିକାରେ ଅନ୍ତର୍ଭୂକ୍ତ ହୋଇଥିଲା), ଏବଂ ଆସାମରେ ପ୍ରବେଶ କରିବାର ତାରିଖଠାରୁ ଯେଉଁମାନେ ଆସାମରେ ରହିଆସିଛନ୍ତି, ସେମାନେ ଜାନୁଆରୀ ୧ ତାରିଖ ୧୯୬୬ରୁ ଭାରତର ନାଗରିକ ଭାବରେ ବିବେଚିତ ହେବେ ।

ସୁପ୍ରିମ କୋର୍ଟର ପାଞ୍ଚ ଜଣିଆ ଖଣ୍ଡପୀଠ ଏହି ରାୟ ଶୁଣାଇଛନ୍ତି । ମୁଖ୍ୟ ବିଚାରପତି ଜଷ୍ଟିସ ଡି ୱାଇ ଚନ୍ଦ୍ରଚୂଡ, ଜଷ୍ଟିସ ସୂର୍ଯ୍ୟକାନ୍ତ, ଜଷ୍ଟିସ ସୁନ୍ଦ୍ରେସ, ଜଷ୍ଟିସ ଜେ ବି ପାର୍ଡିୱାଲ ଓ ଜଷ୍ଟିସ ମନୋଜ ମିଶ୍ରାଙ୍କୁ ନେଇ ଗଠିତ ଖଣ୍ଡପୀଠରେ ୪:୧ ବହୁମତରେ ଏହି ଆଇନକୁ ବୈଧ ଘୋଷଣା କରାଯାଇଛି । ଖଣ୍ଡପୀଠର ପର୍ଡିୱାଲ ରାୟ ସହ ଅସହମତି ପ୍ରକାଶ କରିଥିଲେ । ଆଜିର ପରିଣାମ ଆସାମ ରାଷ୍ଟ୍ରୀୟ ନାଗରିକ ପଞ୍ଜିକରଣ (ଏନଆରସି) ସୂଚୀ ଉପରେ ବଡ ପ୍ରଭାବ ପକାଇପାରେ ।

ମାମଲାର ଶୁଣାଣି କାଳରେ ଖଣ୍ଡପୀଠ ପାଇଥିଲେ କି, ଏହି ବ୍ୟବସ୍ଥା ଆଂଶିକ ରୂପେ ୧୯୭୧ର ବାଙ୍ଗଲାଦେଶୀ ମୁକ୍ତି ଯୁଦ୍ଧ ପରେ ପୂର୍ବ ବଙ୍ଗର ଜନସଂଖ୍ୟା ଉପରେ ହୋଇଥିବା ଅତ୍ୟାଚାରକୁ ଦୂର କରିବା ପାଇଁ ଉପସ୍ଥାପନ କରାଯାଇଥିଲା ।

ତେବେ ଖଣ୍ଡପୀଠ ମୌଖିକ ରୂପେ ପାଇଛନ୍ତି କି, ଏହି ବ୍ୟବସ୍ଥା ସାଧାରଣ ଭାବେ ଅବୈଧ ଅଣଭାରତୀୟଙ୍କ ଅନୁପ୍ରବେଶକୁ ମାଫି ଯୋଜନାରେ ଫାଇଦା ଦେବ ନାହିଁ । ସିଜେଆଇ ଟିପ୍ପଣୀ କରିଥିଲେ କି, ଧାରାର ବୈଧତା ଏହି ନିୟମ ଲାଗୁ ହେବା ପରେ ଦେଖାଦେବା ରାଜନୈତିକ ଘଟଣାଚକ୍ର ଦ୍ୱାରା ନିର୍ଦ୍ଧାରିତ ହେବ ନାହିଁ ।

କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ନ୍ୟାୟାଳୟକୁ ସୂଚିତ କରିଥିଲା କି, କେନ୍ଦ୍ର ଭାରତରେ ବିଦେଶୀଙ୍କ ଦ୍ୱାରା ହୋଇଥିବା ଅବୈଧ ପ୍ରବେଶର ସୀମା ସମ୍ବନ୍ଧରେ ସଠିକ ଡାଟା ପ୍ରଦାନ କରିବାରେ ବିଫଳ ହେବ । କାରଣ ଏମିତି ପ୍ରବେଶ ଲୁଚାଛପାରେ ହୋଇଥାଏ । ସତ୍ୟପାଠରେ କହୁଯାଇଥିଲା କି, ୨୦୧୭ ଓ ୨୦୨୨ ମଧ୍ୟରେ ୧୪,୩୪୬ ବିଦେଶୀ ନାଗରିକଙ୍କୁ ଦେଶରୁ ନିର୍ବାସିତ କରାଯାଇଥିଲା ଓ ଜାନୁଆରୀ ୧୯୬୬ ଓ ମାର୍ଚ୍ଚ ୧୯୭୧ ମଧ୍ୟରେ ଆସାମରେ ପ୍ରବେଶ କରିଥିବା ୧୭,୮୬୧ ପ୍ରବାସୀଙ୍କୁ ଭାରତୀୟ ନାଗରିକତା ଦିଆଯାଇଥିଲା ।

ବରିଷ୍ଠ ଓକିଲ ଶ୍ୟାମ ଦିଭାନ ଓ ସୋମିରନ ଶର୍ମା ଅଲ ଆସାମ ଅହୋମ ଆସୋସିଏସନ ପକ୍ଷରୁ ମାମଲା ଲଢିଥିବା ବେଳେ ବରିଷ୍ଠ ଓକିଲ କେ ଏନ ଚୌଧୂରୀ ଆସାମ ସନ୍ମିଲିତ ମହାସଂଘ ତରଫରୁ ଓ ବରିଷ୍ଠ ଓକିଲ ବିଜୟ ହଂସାରୀ ପ୍ରଣବ ମଜୁମଦାର ନାମକ ଯାଚିକା କର୍ତ୍ତାଙ୍କ ତରଫରୁ କେସ ଲଢିଥିଲେ ।

ଆଟର୍ନି ଜେନେରାଲ ଆର ଭେଙ୍କଟରମାନି, ସଲିସିଟର ଜେନେରାଲ ତୁଷାର ମେହତା ଓ ଓକିଲ ସ୍ନେହା କଲିତା କେନ୍ଦ୍ର ପକ୍ଷରୁ କୋର୍ଟରେ ଉପସ୍ଥିତ ହୋଇଥିଲେ । ଏଥିସହ ରାଜ୍ୟ ପକ୍ଷରୁ ଓକିଲ ସୁଭୋଦୀପ ରୟ, ଅଲ ଆସାମ ଷ୍ଟୁଡେଣ୍ଟ ୟୁନିୟନ, ଆସାମ ସଂଖ୍ୟାଲଘୁ ସଂଗ୍ରାମ ପରିଷଦ, ପରି ବହୁ ସଂଗଠନ ମଧ୍ୟ ଏହି ଆଇନର ବୈଧତାକୁ ନେଇ ଚାଲିଥିବା ଲଢେଇରେ ନିଜ ନିଜ ଓକିଲ ଦେଇଥିଲେ ।

Get real time updates directly on you device, subscribe now.