ୱକଫ୍ ଆଇନକୁ ନେଇ ସୁପ୍ରିମକୋର୍ଟଙ୍କ ଛାଟ, ୭ ଦିନ ଭିତରେ ଉତ୍ତର ରଖିବାକୁ ନିର୍ଦ୍ଦେଶ

ନୂଆଦିଲ୍ଲୀ: ୱକଫ୍ ସଂଶୋଧନ ବିଲରେ ନୂଆ ନିଯୁକ୍ତି ଉପରେ ଲାଗିଲା ରୋକ୍ । ଏହି ନିଯୁକ୍ତି ଉପରେ ରୋକ୍ ଲଗାଇଛନ୍ତି ସୁପ୍ରିମ କୋର୍ଟ ।

ୱକଫ୍ ବାଏ ଡିଡ୍ ଓ ୱକଫ୍ ବାଏ ୟୁଜରରେ ନିଯୁକ୍ତି ପାଇଁ ମନା କଲେ ସର୍ବୋଚ୍ଚ ଅଦାଲତ ।

୭ ଦିନ ଭିତରେ ଜବାବ ରଖିବରାକୁ ସଲିସିଟର ଜେନେରାଲଙ୍କୁ ନିର୍ଦ୍ଦେଶ ଦେଲେ କୋର୍ଟ । ପରବର୍ତ୍ତୀ ଶୁଣାଣି ପର୍ଯ୍ୟନ୍ତ ଅଧିସୂଚିତ ହେବନି ଜଣାଇଲେ ସରକାର ।

ୱକଫ୍ ଆଇନର ସାମ୍ବିଧାନିକ ବୈଧତାକୁ ନେଇ ହୋଇଛି ଚ୍ୟାଲେଞ୍ଜ । ଶୁଣାଣି ପାଇଁ ସିଜେଆଇ ଜଷ୍ଟିସ ଖନ୍ନାଙ୍କ ଅଧ୍ୟକ୍ଷତାରେ ୩ ଜଣିଆ ଖଣ୍ଡପୀଠ ଏ ନେଇ ଶୁଣାଣି କରିଛନ୍ତି ।