fbpx

(Video) ସୁରଭି ଚନ୍ଦନାଙ୍କ ହାତରେ ଲାଗିଲା ଏହି ବିଜନେସମ୍ୟାନଙ୍କ ନାମର ମେହେନ୍ଦୀ, ଫ୍ୟାମିଲି ସହ ରାଜସ୍ଥାନରେ ପହଞ୍ଚିଲେ ଅଭିନେତ୍ରୀ

ଜୟପୁର: ସୁରଭୀ ଚନ୍ଦନା ଏବଂ କରଣ ଶର୍ମା ୨ ମାର୍ଚ୍ଚରେ ବିବାହ ବନ୍ଧନରେ ବାନ୍ଧି ହେବେ । ସୁରଭି ଚନ୍ଦନା ନିଜ ସ୍ୱାମୀ କରଣ ଶର୍ମାଙ୍କ ନାମ ମେହେନ୍ଦୀ କରିଛନ୍ତି । ତେବେ ସୋସିଆଲ ମିଡିଆରେ ମେହେନ୍ଦୀ ସେରିମନିର ଭିଡିଓ ସାମ୍ନାକୁ ଆସିଛି । ପ୍ରି ୱେଡିଙ୍ଗ ଫଙ୍ଗସନର ପ୍ରଥମ ଝଲକ ଭାଇରାଲ ହେବାରେ ଲାଗିଛି ।

କହିବାକୁ ଗଲେ ସୁରଭି ଚନ୍ଦନା ଟିଭି ଶୋ ‘ଇସକବାଜ’ ରେ ଶେଷ ଥର ପାଇଁ ନଜର ଆସିଥିଲେ । ଏହି ଶୋ’ରେ ସେ ଅଧିକ ସମୟ ପାଇଁ ରହିନଥିଲେ, ହେଲେ ଲୋକମାନଙ୍କ ପାଇଁ ମେମୋରେବଲ ଥିଲା । ଏହି କପଲ ୧୩ ବର୍ଷ ପର୍ଯ୍ୟନ୍ତ ରିଲେସନସିପରେ ରହିବା ପରେ ୨ ମାର୍ଚ୍ଚରେ ବିବାହ କରିବେ । ଅଭିନେତ୍ରୀ ତାଙ୍କ ପରିବାର ଲୋକଙ୍କ ସହ ୱେଡିଙ୍ଗ ଡେଷ୍ଟିନେସନରେ ପହଁଚିଛନ୍ତି । ସୁରଭି ଚନ୍ଦନା-କରଣ ଶର୍ମା ରାଜସ୍ଥାନର ଜୟପୁର ଚୋମୁ ପ୍ୟାଲେସ ହୋଟେଲରେ ସାତ ଫେରା ନେବେ ।

 

View this post on Instagram

 

A post shared by Instant Bollywood (@instantbollywood)

ଚୋମୁ ପ୍ୟାଲେସ ହୋଟେଲ ଏକ ଐତିହାସିକ ମହଲ ଅଟେ, ଯେଉଁଠାରେ ଅକ୍ଷୟ କୁମାରଙ୍କ ଭୁଲ ଭୁଲୈୟାର ସୁଟିଂ ହୋଇଛି । ଭୁଲ ଭୁଲୈୟା ମୁଭି ସୁଟିଂ ପରେ ଏହି ମହଲ ଲାଇମ ଲାଇଟରେ ରହିଛି । ଏହା ବ୍ୟତୀତ ଅଜୟ ଦେବଗନଙ୍କ ବୋଲ ବଚ୍ଚନର ସୁଟିଂ ମଧ୍ୟ ଏହି ମହଲରେ ହୋଇଛି । କେବଳ ଫିଲ୍ମ ନୁହେଁ ଅନେକ ହିନ୍ଦୀ ଧାରବାହିକ ମଧ୍ୟ ଏହି ପ୍ଲେସରେ ସୁଟିଂ ହୋଇଛି ।

ସୁରଭୀ-ଚନ୍ଦନା ଏବଂ କରଣ ଶର୍ମା ୨୦୧୦ରେ ଡେଟିଂ ଆରମ୍ଭ କରିଥିଲେ ଏବଂ ନିଜ ବିବାହର ଘୋଷଣା କରି ନିଜ ସଂପର୍କର ଖୁଲାସା କରିଥିଲେ । ତେବେ ୧୫ ଜାନୁଆରୀ ୨୦୨୪ରେ ଏହି କପଲ ନିଜ ବିବାହ ତାରିଖ ସୋସିଆଲ ମିଡିଆରେ ସେୟାର କରିଛନ୍ତି । ସେହିପରି ୧ ମାର୍ଚ୍ଚ ରେ ସୁରଭି ଚନ୍ଦନାଙ୍କ ପ୍ରି-ୱେଡିଙ୍ଗ ଫଙ୍ଗସନ ଏବଂ ୨ ମାର୍ଚ୍ଚରେ ସୁରଭି ଚନ୍ଦନା-କରଣ ଶର୍ମା ବିବାହ ବନ୍ଧନରେ ବାନ୍ଧି ହେବେ ।

 

View this post on Instagram

 

A post shared by Arab & Telly 🇵🇸 (@arabxtelly)

 

Get real time updates directly on you device, subscribe now.