fbpx

ବ୍ୟାକ୍ଟେରିଆରୁ ହାତୀ ମୃତ୍ୟୁ ସନ୍ଦେହ

କଳାହାଣ୍ଡି,୧୨ ।୨(ଓଡିଶା ଭାସ୍କର): କଳାହାଣ୍ଡି କାର୍ଲାପାଟ ଜଙ୍ଗଲରେ ହାତୀ ମୃତ୍ୟୁ ଘଟଣାର ସାମ୍ନାକୁ ଆସିଛି ଗୁରୁତ୍ୱପୂର୍ଣ୍ଣ ତଥ୍ୟ । ବ୍ୟାକ୍ଟେରିଆରୁ ହାତୀ ମୃତ୍ୟୁ ହୋଇଥିବା ସନ୍ଦେହ ହେଉଛି ବୋଲି ପିସିସିଏଫ ଶଶୀ ପଲ କହିଛନ୍ତି । ସେ କହିଛନ୍ତି ଯେ, ହାତୀ ଶରୀରରେ ହାମରେଜ ସେପଟିସେମିଆ ଭୂତାଣୁ ଦେଖାଦେଇଛି । ନାଳପାଣି ପିଇ ହାତୀ ମରିଥିବା ସନ୍ଦେହ କରାଯାଉଛି । ନାଳପାଣିରେ ଥିବା ବ୍ୟାକ୍ଟେରିଆରୁ ହାତୀର ମୃତ୍ୟୁ ଘଟିଥିବା ସନ୍ଦେହ କରାଯାଉଛି । ହାତୀ ଦେହରେ ସେପ୍ଟିସେମିଆ ଭୂତାଣୁ ଥିବା ପ୍ରାଥମିକ ତଦନ୍ତରୁ ସ୍ପଷ୍ଟ । ସମ୍ପୃକ୍ତ ଅଞ୍ଚଳକୁ ଅନ୍ୟ ନପଶିବା ପାଇଁ ବନବିଭାଗ ସଜାଗ ଅଛି । ସମ୍ପୃକ୍ତ ଅଞ୍ଚଳର ପୋଖରୀ ଓ ଜଳାଶୟକୁ ବିଶୋଧନ କରାଯାଉଛି । ନିକଟ ଗାଁର ଗାଈଗୋରୁଙ୍କ ଇମ୍ୟୁନାଇଜେନସନ କରାଯାଉଛି । ତେବେ ଗାଈଗୋରୁଙ୍କ ଦେହରୁ ଏହା ବ୍ୟାପିଥିବା ସନ୍ଦେହ କରାଯାଉଛି ବୋଲି ପିସିସିଏଫ କହିଛନ୍ତି ।

Get real time updates directly on you device, subscribe now.