ପୁରୁଷମାନଙ୍କ ଶରୀରରେ ପ୍ରୋଷ୍ଟେଟ ଗ୍ରନ୍ଥି ମୂତ୍ରାଶୟ ତଳେ ଅବସ୍ଥିତ, ଯାହା ପରିସ୍ରା ଏବଂ ଶୁକ୍ରାଣୁ ପ୍ରବାହକୁ ନିୟନ୍ତ୍ରଣ କରେ। ବୟସ ବୃଦ୍ଧି ସହିତ, ଏହି ଗ୍ରନ୍ଥି ବଡ଼ ହେବାକୁ ଲାଗେ, ଯାହା ଫଳରେ ପରିସ୍ରା ଯିବାରେ ଅସୁବିଧା ହୁଏ। ଅନେକ କ୍ଷେତ୍ରରେ ଏହି ଗ୍ରନ୍ଥି କ୍ୟାନସର ରୋଗରେ ମଧ୍ୟ ପରିଣତ ହୋଇପାରେ, ଯାହା ଏକ ଗମ୍ଭୀର ପରିସ୍ଥିତି ସୃଷ୍ଟି କରିପାରେ।
ପ୍ରୋଷ୍ଟେଟ କ୍ୟାନସରର ଲକ୍ଷଣ
ବାରମ୍ବାର ପରିସ୍ରା ହେବା, ବିଶେଷକରି ରାତିରେ, ପରିସ୍ରା କରିବାରେ କଷ୍ଟ, ପରିସ୍ରା ପ୍ରବାହ ଦୁର୍ବଳ କିମ୍ବା ବନ୍ଦ ହୋଇଯିବା, ପରିସ୍ରା ସମୟରେ ଜଳାପୋଡ଼ା କିମ୍ବା ଯନ୍ତ୍ରଣା ହେବା ପ୍ରୋଷ୍ଟେଟ କ୍ୟାନସର ରୋଗର ଲକ୍ଷଣ ହୋଇପାରେ। ଏହା ବ୍ୟତୀତ ପରିସ୍ରା କିମ୍ବା ବୀର୍ଯ୍ୟରେ ରକ୍ତ, ପିଠିର ନିମ୍ନ ଭାଗରେ ଲଗାତର ଯନ୍ତ୍ରଣା ମଧ୍ୟ ପ୍ରୋଷ୍ଟେଟ କ୍ୟାନସରର ଲକ୍ଷଣ।
ଟେଷ୍ଟ ପରେ ରିପୋର୍ଟ ପଜିଟିଭ ଆସଥିଲେ ତୁରନ୍ତ ଡାକ୍ତରଙ୍କ ସହିତ ପରାମର୍ଶ କରିବା ଉଚିତ। ଏହା ବ୍ୟତୀତ ଯଦି ରିପୋର୍ଟ ନେଗେଟିଭ ଥାଏ ତେବେ ଆପଣଙ୍କୁ ଏହି ପଦକ୍ଷେପଗୁଡ଼ିକ ଗ୍ରହଣ କରିବା ଉଚିତ। ଯାହା ଦ୍ୱାରା ସୁସ୍ଥ ରହିପାରିବେ। ସବୁଜ ପନିପରିବା ଏବଂ ଫାଇବର ଯୁକ୍ତ ଏକ ସୁସ୍ଥ ଖାଦ୍ୟ ଗ୍ରହଣ କରନ୍ତୁ। ପ୍ରତିଦିନ ବ୍ୟାୟାମ କରନ୍ତୁ ଏବଂ ସୁସ୍ଥ ଓଜନ ବଜାୟ ରଖନ୍ତୁ। ଧୂମପାନ ଏବଂ ମଦ୍ୟପାନରୁ ଦୂରରେ ରୁହନ୍ତୁ। ୫୦ ବର୍ଷ ବୟସ ପରେ ପ୍ରତିବର୍ଷ ଆପଣଙ୍କର ପ୍ରୋଷ୍ଟେଟ ଯାଞ୍ଚ କରାନ୍ତୁ। ବିଶେଷଜ୍ଞମାନେ କୁହନ୍ତି, ଯଦି ପ୍ରାରମ୍ଭିକ ପର୍ଯ୍ୟାୟରେ ପ୍ରୋଷ୍ଟେଟ କ୍ୟାନସର ଚିହ୍ନଟ ହୁଏ, ତେବେ ଏହାର ଚିକିତ୍ସା ସମ୍ଭବ। ତେଣୁ ଯଦି ଆପଣ ବାରମ୍ବାର ପରିସ୍ରା, ଯନ୍ତ୍ରଣା କିମ୍ବା ରକ୍ତସ୍ରାବ ଭଳି ସମସ୍ୟାର ସମ୍ମୁଖୀନ ହେଉଛନ୍ତି, ତେବେ ଏହାକୁ ଅଣଦେଖା କରନ୍ତୁ ନାହିଁ। ଡାକ୍ତରଙ୍କ ସହ ପରାମର୍ଶ କରନ୍ତୁ।