fbpx

ଫୋନରେ ଲାଗିବାର ଅଭ୍ୟାସ ଆପଣଙ୍କ ପିଲାର ଅଛି କି ? ସାବଧାନ୍, ସ୍କିନରୁ ହେଉଛି ଏହି ରୋଗ

ଆଖି ଆମ ଶରୀରର ଏକ ସମ୍ବେଦନଶୀଳ ଅଙ୍ଗ । ସେଥିରେ ଟିକେ ବି ସମସ୍ୟା ହେଲେ ତୁରନ୍ତ ସତର୍କ ହେବାର ଆବଶ୍ୟକତା ରହିଛି । ଆଜିର ଜୀବନଶୈଳୀରେ ମୋବାଇଲର ବ୍ୟବହାର ଏକ ବଡ଼ ଅଂଶ ହୋଇପାରିଛି । ଲାପଟପ୍, ଟିଭି ଏବଂ ଅନ୍ୟାନ୍ୟ ଡିଜିଟାଲ୍ ସ୍କ୍ରିନର ବ୍ୟବହାର ବଢ଼ିବାରେ ଲାଗିଛି । ବଡମାନଙ୍କ ବ୍ୟତୀତ ଏଣିକି ପିଲାମାନଙ୍କ ହାତରେ ମୋବାଇଲ୍ ଦେଖିବାକୁ ମିଳୁଛି । ପିଲାମାନେ ମୋବାଇଲରେ ଖେଳ ଖେଳନ୍ତି କିମ୍ବା ନିଜ ପସନ୍ଦର କାର୍ଟୁନ୍ ଦେଖନ୍ତି । କିନ୍ତୁ ଆପଣ ଜାଣନ୍ତି କି ପିଲାମାନଙ୍କର ଏହି ଅ୍ୟାସ ମଧ୍ୟ ସେମାନଙ୍କ ଆଖିକୁ ଅସୁସ୍ଥ କରୁଛି । ପିଲାମାନେ ବର୍ତ୍ତମାନ ଚକ୍ଷୁ ରୋଗର ଶିକାର ହେଉଛନ୍ତି ।

ପିଲାମାନଙ୍କଠାରେ ଦେଖାଯାଉଥିବା ମାୟୋପିୟା ରୋଗ :-
ପିଲାମାନେ ମୋବାଇଲ୍ ପରି ଛୋଟ ସ୍କିନକୁ ବହୁତ ପାଖରୁ ଦେଖୁଛନ୍ତି । ଏଭଳି ପରିସ୍ଥିତିରେ ମାୟୋପିୟା ରୋଗ ସେମାନଙ୍କୁ ଶିକାର କରିବାରେ ଲାଗିଛି । ଡାକ୍ତରମାନେ କହିଛନ୍ତି ଯେ, ପିଲାମାନଙ୍କରେ ମାୟୋପିୟା ହେଉଛି ନିକଟ ଦୃଷ୍ଟି ଦୋଷ । ଏଥିରେ ଶିଶୁର ଆଖିର ଡୋଳା ଆକାର ବୃଦ୍ଧି ହେତୁ ପ୍ରତିବିମ୍ବ ରେଟିନା ବଦଳରେ ପ୍ରତିଛବି ଟିକିଏ ଆଗକୁ ଦେଖାଯାଏ । ଦୂର ଜିନିଷ ଦେଖିବାରେ ସେମାନଙ୍କର ଅସୁବିଧା ହୁଏ । ଅନେକ ଅନୁସନ୍ଧାନରୁ ଜଣାପଡିଛି ଯେ, ଆଖି ପାଇଁ ଛୋଟ ଡିଜିଟାଲ୍ ସ୍କ୍ରିନ୍ ଓ ଚଷମା ପିନ୍ଧୁଥିବା ପିଲାମାନଙ୍କ ପାଇଁ ବହୁତ କ୍ଷତିକାରକ ହୋଇଥାଏ । ସେମାନଙ୍କର ସଂଖ୍ୟା ବହୁତ ଦ୍ରୁତ ଗତିରେ ବୃଦ୍ଧି ପାଉଛି ।

ମାୟୋପିଆର ଲକ୍ଷଣ :-

ବାରମ୍ବାର ଆଖି ବୁଜିବା, ଦୂର ଜିନିଷକୁ ସ୍ପଷ୍ଟ ଭାବରେ ନ ଦେଖାଯିବା, ଦେଖିବାରେ ଅସୁବିଧା, ମୁଣ୍ଡବିନ୍ଧା, ଆଖିପତା କୋରଡ ଭଳି ହୋଇଯିବା, ଜଳଜଳ ଦେଖାଯିବା, ଆଖିରୁ ପାଣି ବାହାରିବା, କ୍ଲାସରୁମରେ ବ୍ଲାକ ବୋର୍ଡ କି ହ୍ୱାଇଟ ବୋର୍ଡ ଠିକରେ ନଦେଖାଯିବା, ବହିରେ ଅକ୍ଷରଗୁଡିକ ସ୍ପଷ୍ଟ ନଦେଖାଯିବା ।

ଏହିପରି ଯତ୍ନ ନିଅନ୍ତି –
ଯେଉଁଠାରେ ପିଲାମାନେ ପାଡ ପଢ଼ୁଛନ୍ତି, ସେଠାରେ ସଠିକ୍ ଆଲୋକ ରହିବା ଉଚିତ୍ । ପିଲାମାନଙ୍କୁ ଅତି କମ ମୋବାଇଲ୍ ବ୍ୟବହାର କରିବାକୁ ଦିଅନ୍ତୁ । ଯଦି ପାଠ ପଢ଼ିବା ପାଇଁ ଡିଜିଟାଲ୍ ସ୍କ୍ରିନ୍ ଦିଆଯାଉଛି, ତେବେ ମୋବାଇଲ୍ ବଦଳରେ ଲାପଟପ୍ ଦିଅନ୍ତୁ । ସୂର୍ଯ୍ୟ କିରଣ ଆଗରେ କିଛି ସମୟ ବସାନ୍ତୁ । ପିଲାଙ୍କୁ ଶୁଖିଲା ଫଳ, ପୁଷ୍ଟିକର ଖାଦ୍ୟ, ଭିଟାମିନ୍ ଏ ସମୃଦ୍ଧ ଖାଦ୍ୟ ଦିଅନ୍ତୁ ।

Get real time updates directly on you device, subscribe now.