fbpx

ଟି-୨୦ ବିଶ୍ୱ କପ୍: ପାକିସ୍ତାନର ଲଜ୍ଜାଜନକ କାମ, ଜର୍ସିରେ ଭାରତ ବଦଳରେ ଲେଖାଇଲା ୟୁଏଇର ନାମ, ଫଟୋ ଭାଇରାଲ୍

ନୂଆଦିଲ୍ଲୀ : ସାମ୍ନାକୁ ଆସିଲା ପାକିସ୍ତାନ କ୍ରିକେଟ୍ ଦଳର ଲଜ୍ଜାଜନକ କାମ । ଟି-୨୦ ବିଶ୍ୱ କପ୍ ପାଇଁ ନିଜ ଜର୍ସିରେ ଆୟୋଜକ ଭାରତର ନାଁ ଲେଖିବା ଜାଗାରେ ୟୁଏଇର ନାମ ଲେଖାଇଛି । ଏହାର ଫଟୋ ସାମାଜିକ ଗଣମାଧ୍ୟମରେ ଭାଇରାଲ୍ ହୋଇଛି । ୟୁଏଇରେ ଖେଳାଯାଉଥିଲେ ମଧ୍ୟ ଟି-୨୦ ବିଶ୍ୱକପର ଆୟୋଜନ ଭାରତ କରୁଛି । କୋଭିଡ୍-୧୯ କାରଣରୁ ଟୁର୍ଣ୍ଣାମେଣ୍ଟ ୟୁଏଇ ଓ ଓମାନରେ ଖେଳା ଯାଉଛି ।

ପାକିସ୍ତାନ ଓ ଭାରତ ମଧ୍ୟରେ ଅକ୍ଟୋବର ୨୪ରେ ଖେଳାଯିବ ହାଇଭୋଲଟେଜ୍ ମ୍ୟାଚ୍ । ଏମିତି ଲାଗୁଛି ଯେ, ବିରୋଧୀ ଦଳ ପ୍ରଥମରୁ ହିଁ ମାଇଣ୍ଡ ଗେମ୍ ଖେଳିବା ଆରମ୍ଭ କରି ଦେଇଛି । ଆଇସିସିର ନିୟମ ଅନୁଯାୟୀ, ଟୁର୍ଣ୍ଣାମେଣ୍ଟରେ ଅଂଶ ଗ୍ରହଣ କରୁଥିବା ଦଳଗୁଡିକୁ ନିଜ ଜର୍ସିରେ ଆୟୋଜକ ଦେଶର ନାମ ଲେଖିବ । କିନ୍ତୁ ପାକିସ୍ତାନ ନିଜ ଜର୍ସିରେ ‘ଆଇସିସି ମେନ୍ସ ଟି-୨୦ ବିଶ୍ୱ କପ୍ ଇଣ୍ଡିଆ ‘ ଲେଖିବା ଜାଗାରେ ‘ଆଇସିସି ମେନ୍ସ ଟି-୨୦ ବିଶ୍ୱ କପ୍ ୟୁଏଇ’ ଲେଖାଇଛି ।

କିନ୍ତୁ ଏ ପର୍ଯ୍ୟନ୍ତ ପାକିସ୍ତାନ କ୍ରିକେଟ୍ ବୋର୍ଡ ଆନୁଷ୍ଠାନିକ ଭାବେ ଜର୍ସିର ଲଞ୍ଚ କରିନାହିଁ । ଯଦି ବାସ୍ତବରେ ଏମିତି ହୁଏ ତେବେ ଆଇସିସି ଏବଂ ବିସିସିଆଇ ପାକିସ୍ତାନ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଇ ପାରନ୍ତି । କିଛି ଦଳ ପୂର୍ବରୁ ହିଁ ନିଜ ଜର୍ସି ଲଞ୍ଚ କରି ସାରିଲେଣି । ଏଥିରେ ସ୍କଟଲାଣ୍ଡ ଏବଂ ନେଦରଲାଣ୍ଡ ସାମିଲ୍ । ସେମାନଙ୍କ ଜର୍ସିରେ ଭାରତର ନାମ ଲେଖା ହୋଇଛି । ଏବେ ଏହା ଦେଖିବା ବାକି ରହିଲା ଯେ ଏହି ଲଜ୍ଜାଜନକ କାମ ପରେ ଜର୍ସି ଲଞ୍ଚ ପୂର୍ବରୁ ପାକିସ୍ତାନ ବୋର୍ଡ ଏଥିରେ କିଛି ପରିବର୍ତ୍ତନ କରୁଛି କି ନାହିଁ ।

Get real time updates directly on you device, subscribe now.