କରଞ୍ଜିଆ(ଓଡ଼ିଶା ଭାସ୍କର): ଦିନକୁ ଦିନ ଦୁର୍ନୀତିଖୋର ଅଧିକାରୀଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ପ୍ରତିଦିନ କେହି କେହି ଅଧିକାରୀ ଭିଜିଲାନ୍ସ ହାତରେ ଧରାପଡୁଛନ୍ତି । ଏହାରି ମଧ୍ୟରେ ଭିଜିଲାନ୍ସ ଜାଲରେ ଫସିଛନ୍ତି ରରୁଆଁ ତହସିଲଦାର । ରରୁଆଁ ତହସିଲଦାର ସତ୍ୟସୁନ୍ଦର ରାଉତ ଧରାପଡିଥିବା ଜଣାପଡିଛି । ୧୫ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ମାଡିବସିଥିଲା ଟିମ୍ । ଜମି କିସମ ପରିବର୍ତ୍ତନ ପାଇଁ ଲାଞ୍ଚ ନେଉଥିବା ବେଳେ ସେ ଧରାପଡିଥିବା ଜଣାପଡିଛି ।
ସେହିପରି ନିକଟରେ ଭିଜିଲାନ୍ସ ଜାଲରେ ଫସିଥିଲେ ଖଦି ଗ୍ରାମୋଦ୍ୟୋଗ ସୁପରଭାଇଜର । ୧୫ ହଜାର ଟଙ୍କା ଲାଞ୍ଚ ନେବା ବେଳେ ସୁପରଭାଇରଜର ନାରାୟଣ ପଟ୍ଟନାୟକଙ୍କୁ ମାଡ଼ିବସିଥିଲା ଭିଜିଲାନ୍ସ ଟିମ୍ । ଜଣେ ଋଣଗ୍ରହୀତା ସବସିଡି କରାଇ ଦେବାକୁ କହି ଲାଞ୍ଚ ନେଉଥିବା ଜଣାପଡିଥିଲା ।