fbpx

ଖରା ଦିନେ ଶିଶୁର ରଖନ୍ତୁ ବିଶେଷ ଯତ୍ନ ନଚେତ ଦେଖା ଦେଇପାରେ ଚର୍ମ ସମସ୍ୟା, ଏପରି କରନ୍ତୁ ସ୍କିନ୍ କେୟାର

Advertisement

ଓଡ଼ିଶା ଭାସ୍କର: ଖରା ଦିନେ ଅଧିକାଂଶ ନିଜ ତ୍ୱଚାକୁ ନେଇ ବେଶି ଚିନ୍ତିତ ରହିଥାନ୍ତି । ଖରାଦିନେ ତାପମାତ୍ରା ବୃଦ୍ଧି ସାଙ୍ଗକୁ ଘିମିରି, ରାସେସ୍, ଆଲର୍ଜୀ ଭଳି ଅନେକ ତ୍ୱଚା ସମସ୍ୟା ଦେଖାଦେଇଥାଏ । ଏଥିପାଇଁ ଆମକୁ ଅଧିକ ସତର୍କ ହେବାକୁ ପଡ଼ିଥାଏ । ବିଶେଷ କରି ଛୋଟ ଶିଶୁଙ୍କ ତ୍ୱଚା ଅଧିକ ସମ୍ବେଦନଶୀଳ ହୋଇଥିବାରୁ ଅଧିକ ଅସୁବିଧାର ସମ୍ମୁଖୀନ ହୋଇଥାନ୍ତି । ଡିହାଇଡ୍ରେସନ ଯୋଗୁଁ ତ୍ୱଚା ଅଧିକ ଶୁଷ୍କ ହୋଇଥାଏ । ଅନେକ ସମୟରେ ଗରମ ଯୋଗୁଁ ଛୋଟ ଶିଶୁ ଚିଡ଼ଚିଡ଼ା ହୋଇଯାଆନ୍ତି । ତେବେ ଆସନ୍ତୁ ଜାଣିବା ଛୋଟ ଶିଶୁଙ୍କ କିପରି କରିବେ ସମର୍ କେୟାର ।

୧. ନିୟମିତ ସ୍ନାନ ଜରୁରୀ: ଅନେକ ସମୟରେ ଛୋଟ ଶିଶୁଙ୍କୁ ମାଆମାନେ ଗାଧୋଇ ନଥାନ୍ତି । ନିୟମିତ ଛୋଟ ଶିଶୁକୁ ଗାଧୋଇବା ଦ୍ୱାରା ସେମାନଙ୍କ ସ୍ୱାସ୍ଥ୍ୟବସ୍ଥା ବିଗିଡ଼ିଯିବାର ଭୟ ରହିଥାଏ । ଏହା ପରିବର୍ତ୍ତ କେବଳ ସ୍ପଞ୍ଜ୍ ବାଥ୍ କରାଇଥାନ୍ତି । ଖରାଦିନେ ଅଧିକ ଝାଲ ହେବା ଯୋଗୁଁ ବ୍ୟାକ୍ଟେରିଆ ସଂକ୍ରମଣ ବୃଦ୍ଧି ପାଇଥାଏ ଯଦ୍ୱାରା ଶିଶୁଙ୍କୁ ଆଲର୍ଜୀ ଏବଂ ରାସେସ୍ ହୋଇଥାଏ । ଧ୍ୟାନ ଦେବେ ଯେ ପାଣିର ତାପମାତ୍ରା ଠିକ୍ ଥିବ ଏବଂ ଗୋଟିଏ ସମୟରେ ଶିଶୁକୁ ସ୍ନାନ କରାଇବା ଉଚିତ ।

୨. ସୂତା ବସ୍ତ୍ର ପିନ୍ଧାଇବା: ଛୋଟ ଶିଶୁକୁ ସବୁବେଳେ ସୂତା ତିଆରି ଏବଂ ଢ଼ିଲା ପୋଷାକ ପିନ୍ଧାନ୍ତୁ । ଏହା ସେମାନଙ୍କୁ ଆରାମଦାୟକ ଅନୁଭୂତି ପ୍ରଦାନ କରିଥାଏ । ସୂତା ବସ୍ତ୍ରରେ ଝାଲ ଶୀଘ୍ର ଶୁଖିଥାଏ ଏବଂ ରାସେସର ଭୟ ରୁହେ ନାହିଁ ।

୩. ଡାଇପର ପିନ୍ଧାନ୍ତୁ ନାହିଁ: ଅଧିକାଂଶ ମାଆମାନେ ଏଇ ଭୁଲ କରିଥାନ୍ତି । ଛୋଟ ପିଲାଙ୍କୁ ସବୁ ବେଳେ ଡାଇପର ପିନ୍ଧାଇ ରଖନ୍ତୁ ନାହିଁ । ଏହା ଦ୍ୱାରା ଗରମରେ କୋମଳ ତ୍ୱଚା ଲାଲ ପଡ଼ିଯିବା, ରାସେସ୍, କୁଣ୍ଡିଆ ହେବା, ଚିଡ଼ଚିଡ଼ାପଣ ଇତ୍ୟାଦି ହୋଇଥାଏ । ଛୋଟ ପିଲାଙ୍କୁ କୌଣସି ପୋଷାକ ପିନ୍ଧାଇବା ପୂର୍ବରୁ ଉତ୍ତମ ବ୍ରାଣ୍ଡର ଟାଲକମ୍ ପାଉଡର ବ୍ୟବହାର କରିପାରିବେ ।

୪. ମଇଶ୍ଚରାଇଜର ଲଗାନ୍ତୁ: ଖରା ଦିନେ ଛୋଟ ଶିଶୁର ତ୍ୱଚାକୁ ହାଇଡ୍ରେଟ୍ ରଖିବା ପାଇଁ ବେବି ମଇଶ୍ଚରାଇଜର ଲଗାଇବାକୁ ଭୁଲନ୍ତୁ ନାହିଁ । ଧ୍ୟାନ ଦେବେ ଯେପରି ପ୍ରାକୃତିକ ଉପାଦାନ ବ୍ୟବହୃତ ହୋଇଥିବ ।

୫. ମାଲିଶ କରନ୍ତୁ: ଅଧିକାଂଶ ମାଆମାନେ ଦ୍ୱନ୍ଦରେ ରହିଥାନ୍ତି ଯେ ଗ୍ରୀଷ୍ମ ଦିନେ ଛୋଟ ଶିଶୁଙ୍କୁ ମାଲିଶ କରିବା ଉଚିତ କି ନୁହେଁ । ଶିଶୁ ପାଇଁ ମାଲିଶ ଅତ୍ୟନ୍ତ ଜରୁରୀ ତେବେ ଆପଣ ମାଲିଶ ପାଇଁ ଲାଇଟ୍ ତେଲ ବ୍ୟବହାର କରିପାରିବେ । ସ୍ନାନ କରିବାର ଗୋଟିଏ ଘଣ୍ଟା ପୂର୍ବରୁ ଶିଶୁକୁ ଭଲରେ ମସାଜ କରିପାରିବେ ।

 

Get real time updates directly on you device, subscribe now.