fbpx

ପିଏନବି ଗ୍ରାହକଙ୍କୁ ଝଟକା ! ଆଜିଠୁ ଲୋନ ନେବା ପଡିବ ମହଙ୍ଗା, ବଢିଯିବ EMI

ନୂଆଦିଲ୍ଲୀ: ଯଦି ଆପଣ ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ(ପିଏନବି)ର ଗ୍ରାହକ ତେବେ ଆପଣଙ୍କ ପାଇଁ ଏହା ଜରୁରୀ ଖବର। ପଞ୍ଜାବ ନ୍ୟାସନାଲ ୨୦୨୨ ଜୁଲାଇ ୧ରୁ ନିଜର ଫଣ୍ଡ ଆଧାରିତ ଲେଣ୍ଡିଂ ରେଟ୍(ଏମସିଏଲଆର)ରେ ୧୫  ବେସିସ ପଏଣ୍ଟ ବୃଦ୍ଧି କରିବାକୁ ଘୋଷଣା କରିଛି। ବ୍ୟାଙ୍କ ଲେଣ୍ଡିଂ ରେଟକୁ ୮.୫୦ରୁ ବଢାଇ ୮.୭୫ ପ୍ରତିଶତ କରିଛି। ଏହି ବୃଦ୍ଧି ଫଳରେ ଆଜିଠୁ ପିଏନବିରୁ ଲୋନ ନେବା ମହଙ୍ଗା ପଡିବ ଏବଂ ଇଏମଆଇ ମଧ୍ୟ ଅଧିକ ଦେବାକୁ ପଡିବ। ସଂଶୋଧିତ ଦର ଆଜିଠୁ ଲାଗୁ ହୋଇଛି।

ଏବେ ଗୋଟିଏ ବର୍ଷ ଏମସିଏଲଆର ୭.୪୦ରୁ ବୃଦ୍ଧି କରାଯାଇ ୭.୫୫ ପ୍ରତିଶତ କରାଯାଇଛି। ଏକ ମାସିଆ ଏବଂ ତିନି ମାସିଆର ଏମସିଏଲଆରକୁ ୬.୯୫ ଏବଂ ୭.୦୫ ପ୍ରତିଶତ କରାଯାଇଛି। ସେହିପରି ଛଅ ମାସିଆ ଏମସିଏଲଆରକୁ ବଢାଯାଇ ୭.୨୫ ପ୍ରତିଶତ ଏବଂ ତିନି ବର୍ଷିଆ ଏମସିଏଲଆରକୁ ୭.୮୫ ପ୍ରତିଶତ କରାଯାଇଛି। ଏବେ ପିଏନବିରୁ ସବୁ ପ୍ରକାରର ଲୋନ ନେବା କିଛିଟା ମହଙ୍ଗା ପଡିବ।

ଏମସିଏଲଆର କଣ ?

ମାର୍ଜିନାଲ କାଷ୍ଟ ଅଫ ଫଣ୍ଡ୍ସ ବେସଡ ଲେଣ୍ଟିଂ ରେଟ(ଏମସିଏଲଆର)କୁ ବେସ୍ ରେଟ୍ ସିଷ୍ଟମର ବିକଳ୍ପ ଭାବେ ବ୍ୟବହାର କରାଯାଏ। ଏହା ବ୍ୟାଙ୍କ ପାଇଁ ଏକ ବେଞ୍ଚମାର୍କ ଭାବେ କାର‌୍ୟ୍ୟ କରିଥାଏ। ଅର୍ଥାତ ଏମସିଏଲଆରର ନିର୍ଦ୍ଧାରିତ ପଏଣ୍ଟ ମୁତାବକ ତାଠୁ ତଳକୁ ଲୋନ ଦିଆଯାଇନଥାଏ। ଏମସିଏଲଆର ସମୟ ସହିତ ବଦଳିଥାଏ। ଏମସିଏଲଆର ବଢିବା ଅର୍ଥ ଏହାର ଅବଧି ତିନି ବର୍ଷ ପାଇଁ ରହିଥାଏ। ନିକଟରେ ଭାରତୀୟ ରିଜର୍ଭ ବ୍ୟାଙ୍କ ରେପୋ ରେଟକୁ ୫୦ ପଏଣ୍ଟ ବଢାଇ ୪.୯୦ ପ୍ରତିଶତ କରାଯାଇଛି।

Get real time updates directly on you device, subscribe now.