fbpx

ତାଲିବାନୀର ନୂଆ ନିୟମ: ଏକାଠି ଭୋଜନ କରିପାରିବେନି ସ୍ୱାମୀ-ସ୍ତ୍ରୀ, ଅଲଗା ଅଲଗା ଦିନ ଯିବେ ପାର୍କ

ହେରାତ୍‌ : ଆଫଗାନିସ୍ତାନର ପଶ୍ଚିମ ହେରାତ ପ୍ରାନ୍ତରରେ ଲିଙ୍ଗଗତ ଭେଦଭାବକୁ ନେଇ ତାଲିବାନ୍‌ ଏକ ନୂଆ ଯୋଜନା ଲାଗୁ କରିଛି । ଏହି ନିୟମ ଅନୁଯାୟୀ ଫ୍ୟାମିଲି ରେଷ୍ଟୁରାଣ୍ଟରେ ପରିବାର ସଦସ୍ୟଙ୍କ ସହ ପୁରୁଷମାନେ ଭୋଜନ କରିାରିବେ ନାହିଁ । ଏହାବାଦ୍‌ ପୁରୁଷ ଓ ମହିଳା ଉଭୟ ଏକତ୍ର ପାର୍କକୁ ଯିବାକୁ ଅନୁମତି ମିଳିବ ନାହିଁ । ଏହି ନିୟମ ସ୍ୱାମୀ-ସ୍ତ୍ରୀଙ୍କ କ୍ଷେତ୍ରରେ ବି ଲାଗୁ କରାଯାଇଛି ।

ଏକ ଆଫଗାନ୍‌ ମହିଳାଙ୍କ ସୂଚନାନୁଯାୟୀ ନିକଟରେ ସେ ଏକ ରେଷ୍ଟୁରାଣ୍ଟକୁ ନିଜ ସ୍ୱାମୀଙ୍କ ସହ ଯାଇଥିଲେ ବି ସେଠିକାର ମ୍ୟାନେଜର ତାଙ୍କୁ ପୃଥକ ବସି ଖାଇବା ପାଇଁ କହିଥିଲେ। ଏଥିସହ ପାର୍କ ଯିବା କ୍ଷେତ୍ରରେ ପୁରୁଷ ଓ ମହିଳାଙ୍କ ପାଇଁ ପୃଥକ ଦିନ ଧାର୍ଯ୍ୟ କରାଯାଇଛି । ମହିଳାଙ୍କ ପାଇଁ ଗୁରୁବାର, ଶୁକ୍ରବାର ଓ ଶନିବାର ଧାର୍ଯ୍ୟ କରାଯାଇଥିବା ବେଳେ ପୁରୁଷଙ୍କ ପାଇଁ ରବିବାର, ସୋମବାର, ମଙ୍ଗଳବାର, ବୁଧବାର ଧାର୍ଯ୍ୟ କରାଯାଇଛି । ଏହା ପୂର୍ବରୁ ବି ମହିଳାଙ୍କ ସ୍ୱାଧୀନତା କ୍ଷେତ୍ରରେ ତାଲିବାନ ବହୁ ପ୍ରତିବନ୍ଧକ ଲଗାଇଛି ।

Get real time updates directly on you device, subscribe now.