fbpx

ଆଜି ପବିତ୍ର ଗୁରୁ ଦିବସ: ଗୁରୁ-ଶିଷ୍ୟ ସମ୍ପର୍କକୁ ଅଲଗା କରିପାରନି କରୋନା

ନୂଆଦିଲ୍ଲୀ (ଭାସ୍କର ନ୍ୟୁଜ୍) : ଆଜି ପବିତ୍ର ଗୁରୁ ଦିବସ। ହୋଲି ଏବଂ ଦୀପାବଳି ପରି ଗୁରୁ ଦିବସ ମଧ୍ୟ ଆମ ଦେଶରେ ଏକ ବଡ ପର୍ବ ଭାବେ ପାଳନ କରାଯାଏ । ଏହି ଦିନ ଡକ୍ଟର ସର୍ବପଲ୍ଲୀ ରାଧାକୃଷ୍ଣନଙ୍କ ଜନ୍ମ ଦିବସ। ୧୮୮୮ ସେପ୍ଟେମ୍ବର ୫ ତାରିଖରେ ସେ ଜନ୍ମଗ୍ରହଣ କରିଥିଲେ। ୧୯୬୨ ପରଠାରୁ ତାଙ୍କ ଜନ୍ମଦିନ ଗୁରୁ ଦିବସ ଭାବରେ ପାଳନ କରାଯାଇଆସୁଛି। ଡକ୍ଟର ସର୍ବପଲ୍ଲୀ ରାଧାକୃଷ୍ଣନ୍ ଏକ ପ୍ରସିଦ୍ଧ ବିଚାରରେ କହିଥିଲେ ଯେ, ଯଦି ମୋର ଜନ୍ମଦିନ ପାଳନ କରିବା ପରିବର୍ତ୍ତେ ସେପ୍ଟେମ୍ବର ୫ରେ ଗୁରୁ ଦିବସ ଭାବେ ପାଳନ କରାଯାଏ, ତେବେ ଏହା ଗର୍ବର ବିଷୟ ହେବ। ତେଣୁ ଏହି ଦିନ ଛାତ୍ରଛାତ୍ରୀମାନେ ସାରା ଦେଶରେ ଶିକ୍ଷକମାନଙ୍କୁ ସମ୍ମାନ ଜଣାଇ ସେମାନଙ୍କ ଆଶୀର୍ବାଦ ନେଇଥାନ୍ତି। ଯଦିଓ ଏହି ସମୟରେ କରୋନା ଭାଇରସ ଯୋଗୁଁ ସ୍କୁଲ ଏବଂ କଲେଜଗୁଡ଼ିକ ବନ୍ଦ ରହିଛି, ତେଣୁ ଅନଲାଇନରେ ଗୁରୁ ଦିବସ ପାଳନ କରାଯାଉଛି।

 

Get real time updates directly on you device, subscribe now.