fbpx

ମୁମ୍ବାଇରେ ପହଞ୍ଚିଲା ଟୀମ ଇଣ୍ଡିଆ, ଆରମ୍ଭ ହେବ ଭିକ୍ଟ୍ରୀ ପରେଡ

Advertisement

ମୁମ୍ବାଇ: ଟୀମ ଇଣ୍ଡିଆ ଫ୍ଲାଇଟ ମୁମ୍ବାଇରେ ପହଞ୍ଚିସାରିଛି । ଭାରତୀୟ ଟୀମ ଏଠାରେ ପହଞ୍ଚିବା ପୂର୍ବରୁ ବର୍ଷା ଆରମ୍ଭ ହୋଇସାରିଛି । ଟୀମ ଇଣ୍ଡିଆଙ୍କୁ ଭିକ୍ଟ୍ରୀ ପରେଡ କରିବାକୁ ପଡିବ । ତେବେ ୱାନଖେଡେ ଷ୍ଟାଡିୟମରେ ପହଞ୍ଚିଛନ୍ତି । ଟୀମ ଇଣ୍ଡିଆକୁ ଦେଖିବାକୁ ସମସ୍ତ ଦର୍ଶକଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଛି । ଟୀମ ଇଣ୍ଡିଆଙ୍କ ପାଇଁ ୱାନଖେଡେ ଷ୍ଟାଡିୟମରେ ଷ୍ଟେଜ ସଜାହୋଇସାରିଛି । ବର୍ତ୍ତମାନ କେବଳ ଚାମ୍ପିୟନମାନଙ୍କର ଅପେକ୍ଷା ରହିଛି ।

ଟୀମ ଇଣ୍ଡିଆଙ୍କ ଭିକ୍ଟ୍ରୀ ପରେଡକୁ ନେଇ ମୁମ୍ବାଇର ରାସ୍ତାରେ ଲକ୍ଷ ଲକ୍ଷ ଫ୍ୟାନ୍ସ ଏକତ୍ର ହୋଇଛନ୍ତି । ମରୀନ ଡ୍ରାଇଭ ଠାରୁ ନେଇ ୱାନଖେଡେ ଷ୍ଟାଡିୟମ ପର୍ଯ୍ୟନ୍ତ ପୁରାପୁରି ଜାମ ରହିଛି । ଫ୍ୟାନ୍ସ ବର୍ତ୍ତମାନ ଭିକ୍ଟ୍ରୀ ପରେଡ ଆରମ୍ଭ ପାଇଁ ଅପେକ୍ଷା କରିଛନ୍ତି ।

Get real time updates directly on you device, subscribe now.