କେଉଁ ଟିମ୍ ସବୁଠାରୁ ଅଧିକ ଥର ଏସିଆ କପ୍ ଟାଇଟଲ ଜିତିଛି, ଭାରତ ଜିତିଛି ୮ଟି ଟ୍ରଫି
ଏହି ଟିମ୍ ସବୁଠାରୁ ଅଧିକ ଥର ଏସିଆ କପ୍ ଟାଇଟଲ ଜିତିଛି।
ନୂଆଦିଲ୍ଲୀ: ଆସନ୍ତା ସେପ୍ଟେମ୍ୱର ୧୦ ତାରିଖରୁ ଏସିଆ କପ୍ ୨୦୨୫ ଆରମ୍ଭ ହେବାକୁ ଯାଉଛି। ଏବେ ସମସ୍ତ ଦଲ ଏସିଆ କପ୍ ଜିତିବା ପାଇଁ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି। ହେଲେ ଆପଣ ଜାଣିଛନ୍ତି କି କେଉଁ ଟିମ୍ ଅଧିକ ଥର ଏସିଆ କପ୍ ଜିତିଛି। ଆଉ କେତେ ଥର? ତେବେ ଆସନ୍ତୁ ଜାଣିବା।
ଯଦି ଦେଖିବା ଏସିଆ କପର ଟାଇଟଲ କେବଳ ୩ଟି ଦଳ ଜିତିଛନ୍ତି। ଏଥିରେ ଭାରତ, ପାକିସ୍ତାନ ଏବଂ ଶ୍ରୀଲଙ୍କା ଦଲ ଅନ୍ତର୍ଭୁକ୍ତ ରହିଛି। ଭାରତୀୟ କ୍ରିକେଟ୍ ଦଳ ସବୁଠାରୁ ଅଧିକ ଥର ଏସିଆ କପ୍ ଜିତିଥିବା ଦଳ ହୋଇପାରିଛି।
ଭାରତ ଏପର୍ଯ୍ୟନ୍ତ ମୋଟ ୮ ଥର ଏସିଆ କପ୍ ଟାଇଟଲ ଜିତିଛି। ଯେଉଁଥିରୁ ୭ ଥର (୧୯୮୪, ୧୯୮୮, ୧୯୯୦-୯୧, ୧୯୯୫, ୨୦୧୦, ୨୦୧୮, ୨୦୨୩) ODI ଫର୍ମାଟରେ ଏହି ଟ୍ରଫି ଜିତିଛି।
ଆଉ ଭାରତୀୟ କ୍ରିକେଟ୍ ଦଳ ଥରେ ଟି-୨୦ ଏସିଆ କପ୍ ଟାଇଟଲ୍ ଜିତିଛି। ଭାରତ ବାଂଲାଦେଶକୁ ୮ ୱିକେଟରେ ପରାସ୍ତ କରି ଟି-୨୦ ଏସିଆ କପ୍ ୨୦୧୬ ଟାଇଟଲ୍ ଜିତିଥିଲା।
ଶ୍ରୀଲଙ୍କା ଦଳ ସର୍ବାଧିକ ଥର ଏସିଆ କପ୍ ଜିତିବା ମାମଲାରେ ଦ୍ୱିତୀୟ ସ୍ଥାନରେ ଅଛି। ଶ୍ରୀଲଙ୍କା ଏପର୍ଯ୍ୟନ୍ତ ମୋଟ ୬ ଥର ଏସିଆ କପ୍ ଜିତିଛି। ଯେଉଁଥିରୁ ୫ ଥର (୧୯୮୬, ୧୯୯୭, ୨୦୦୪, ୨୦୦୮, ୨୦୧୪) ODI ଫର୍ମାଟରେ ଏବଂ ଥରେ (୨୦୨୨) T20 ଫର୍ମାଟରେ ଜିତିଛି।
ପାକିସ୍ତାନ କ୍ରିକେଟ୍ ଦଳ ଏପର୍ଯ୍ୟନ୍ତ ଦୁଇଥର ଏସିଆ କପ୍ ଟାଇଟଲ ଜିତିଛି। ପାକିସ୍ତାନ ୨୦୦୦ ଏବଂ ୨୦୧୨ରେ ଏସିଆ କପ୍ ଟ୍ରଫି ଜିତିଥିଲା।