ରାଜଧାନୀରେ ୧୭ ବର୍ଷ ପୁଅକୁ ଛୁରୀ ଭୂଷି ହତ୍ୟା, ନ୍ୟାୟ ଦାବିରେ ଘର ବାହାରେ ପୋଷ୍ଟର ଲଗାଇଲେ ଲୋକେ
ଯୋଗୀ-ମୋଦିଙ୍କୁ ମାଗିଲେ ସାହାଯ୍ୟ । ଘରବାହାରେ ମାରିଲେ ପୋଷ୍ଟର ।
ନୂଆଦିଲ୍ଲୀ: ଦିଲ୍ଲୀରେ ୧୭ ବର୍ଷର ପୁଅର ହତ୍ୟା ନେଇ ତେଜିଛି ଉତ୍ତେଜନା । ସିଲମପୁରରେ ମୁସଲମାନ ବ୍ୟକ୍ତି ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଏ ପରି କରିଥିବା ଅଭିଯୋଗ ସାମ୍ନାକୁ ଆସିଛି ।
ନାବାଳକଙ୍କୁ ହତ୍ୟା କରାଯାଇଥିବା ନେଇ ଥାନାରେ ଅଭିଯୋଗ ମଧ୍ୟ କରାଯାଇଛି । ସ୍ଥାନୀୟ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଯାଞ୍ଚ କରୁଥିବାବେଳେ ସିସିଟିଭି ଫୁଟେଜରୁ ପ୍ରାଥମିକ ତଦନ୍ତ ଆରମ୍ଭ କରିଛି ।
ସ୍ଥାନୀୟ ଅଞ୍ଚଳରେ ଅସନ୍ତୋଷର ମାହୋଲ ଦେଖିବାକୁ ମିଳିଥିବାବେଳେ ଲୋକମାନେ ପ୍ରତିବାଦ କରି ନିଜ ଘର ବାହାରେ ହିନ୍ଦୁଙ୍କୁ ବଞ୍ଚାଅ, ନାବାଳକୁ ନ୍ୟାୟ ଦାବି କରି ପୋଷ୍ଟର ମାରିଥିବା ଦେଖିବାକୁ ମିଳିଛି ।
ଲୋକମାନେ ନ୍ୟାୟ ପାଇଁ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟ ନାଥ,ଦିଲ୍ଲୀ ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତା ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସାହାଯ୍ୟ କାମନା କରିଛନ୍ତି ।
ଗୁରୁବାର ଦିନ ରାତିରେ ୧୭ ବର୍ଷୀୟ ନାବାଳକକୁ ସିଲମପୁରରେ ଛୁରୀ ଭୂଷି ହତ୍ୟା କରାଯାଇଥିଲା । ଗଟଣାସ୍ଥଳରେ ଉପସ୍ଥିତ ଲୋକମାନେ ଆହତ ନାବାଳକକୁ ଡାକ୍ତରଖାନା ନେଇଥିଲେ । ଯେଉଁଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।
ମୃତ ନାବାଳକର ଘର ଲୋକଙ୍କ ଅଭିଯୋଗ ମୁତାବକ ପୂର୍ବ ଶତୃତାକୁ କେନ୍ଦ୍ର କରି ବାଳକର ହତ୍ୟା କରାଯାଇଛି । ବର୍ତ୍ତମାନ ସୁଦ୍ଧା ସରକାରଙ୍କ ଦ୍ୱାରା କୌଣସି ପଦକ୍ଷେପ ଗ୍ରହଣ କରାଯାଇନାହିଁ । ପୋଲିସ ପକ୍ଷରୁ ବିଭାଗୀୟ ତଦନ୍ତ ଜାରି ରହିଛି ।