fbpx

(ଭିଡିଓ) ପୁଣି ସାମ୍ନାକୁ ଆସିଲା ସିନିୟରଙ୍କ ଦାଦାଗିରି, ଚାପୁଡା ଉପରେ ଚାପୁଡା ମାରି ଜୀବନରୁ ମାରିଦେବାକୁ ଉଦ୍ୟମ! ଦେଖନ୍ତୁ ଭିଡିଓ

ନୂଆଦିଲ୍ଳୀ: ରାଗିଙ୍ଗକୁ ନେଇ ଯେତେ କଡା ନିୟମ ଆସିଲେ ମଧ୍ୟ ବର୍ତ୍ତମାନ ସୁଦ୍ଧା ଏହା ହୋଇ ଆସୁଛି । ଏହା ପାଇଁ ଏବେ ମଧ୍ୟ ଅନେକ ଜୀବନ ହାରୁଛନ୍ତି । ତେବେ ଏହି ରାଗିଙ୍ଗ ର ଆଉ ଏକ ଭିଡିଓ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେଉଛି । ଯାହା ପାଇଁ ଏବେ ଗୋଟିଏ ଗୋଷ୍ଠୀଙ୍କୁ ପୋଲିସ ଗିରଫ କରି ସେମାନଙ୍କ ନାମରେ ମାମଲା ରୁଜୁ କରିଛି । ରାଙ୍ଗା ରେଡ୍ଡୀ ଜିଲ୍ଲାରେ ଥିବା ଆଇବିଏସ କଲେଜରେ ଜଣେ ଛାତ୍ରକୁ ରାଗିଙ୍ଗ କରୁଥିବାର ଦେଖିବାକୁ ମିଳିଥିଲା । କେବଳ ଏତିକି ନୁହେଁ ଆପଣ ଏହି ଭିଡିଓ ଦେଖିଲେ ଜାଣି ପାରିବେ କିପରି ଏହି ଯୁବକ ଜଣକ ଏହି ନିଷ୍ଠୁର ସିନିୟର ମାନଙ୍କର ବର୍ବରତାର ଶୀକାର ହେଉଥିଲା ।

ଭିଡିଓଡିରେ ସମ୍ପୂର୍ଣ୍ଣଭାବେ ଦର୍ଶା ଯାଇଛି କିପରି ସିନିୟର ମାନଙ୍କର ଏକ ଗୋଷ୍ଠୀ ତାଙ୍କୁ ଦଳ ବଦ୍ଧଭାବେ ଆକ୍ରମଣ କରିବା ସହିତ ଚାପୁଡା ଉପରେ ଚାପୁଡା ମାରି ଚାଲିଥିଲେ । କେବଳ ଏତିକି ନୁହେଁ ତାଙ୍କୁ ଜୟ ମାତାଦି ଆଉ ଆଲ୍ଲା ହୁ ଆକବର ମଧ୍ୟ କହିବା ପାଇଁ ବାଧ୍ୟ କରୁଥିଲୋ
କିଛି କିଛି ଏଥିରେ ଏହା ମଧ୍ୟ କହୁଥିବାର ଶୁଣିବାକୁ ମିଳିଥିଲା ଯେ ତାଙ୍କୁ ସେ ପର୍ଯ୍ୟନ୍ତ ମାର ଯେ ପର୍ଯ୍ୟନ୍ତ ସେ ମରି ଯାଇ ନାହିଁ । ତେବେ ଯୁବକ ଜଣକଙ୍କ ନାମ ହିମଙ୍କ ବଂଶଲ ବୋଲି ସୂଚନା ମିଳିଛି । ତେବେ ଘଟଣା କାରଣ ଆପଣ ଜାଣିଲେ ମଧ୍ୟ ଆଶ୍ଚର୍ଯ୍ୟ ହେବେ । ବାସ୍ତବରେ ହିମଙ୍କ ତାଙ୍କ ସାଙ୍ଗକୁ ବ୍ୟକ୍ତିଗତ ଚାଟ କରୁଥିବା ସମୟରେ ପ୍ରପେଟ ମହମ୍ମଦଙ୍କ ନାମଙ୍କୁ ନେଇ କିଛି ମନ୍ଦ ମନ୍ତବ୍ୟ ଦେଇଥିଲେ । ଯାହାକୁ ନେଇ ବିବାଦ ଆରମ୍ଭ ହୋଇଥିଲା । ତେବେ ଏହି ଘଟଣା ଉପରେ ହିମଙ୍କ ମଧ୍ୟ ତାଙ୍କର ସ୍ପଷ୍ଟି କରଣ ରଖିଛନ୍ତି । ଯେ କହିଛନ୍ତି ସେ ଏହା କହିବାକୁ ଚାହୁଁ ନଥିଲେ , ସେ କୌଣସି ଧାର୍ମିକ ଭାବନାକୁ କୁଠାର ଘାତ କରିବାକୁ ଚାହୁଁ ନଥିଲେ କିନ୍ତୁ ଉକ୍ତ ସମୟରେ ସେ କୌଣସି ଉଦାହରଣ ଦେବାକୁ ପାଇ ନଥିଲେ ଯାହାଫଳରେ ସେ ବାଧ୍ୟ ହୋଇ କହି ଦେଇଥିଲୋ ।

ଭିଡିଓ ସୋସିଆଲ ମିଡିଅରାରେ ଭାଇରାଲ ହେବାପରେ ଏହି ଘଟଣାରେ ୫ ଜଣଙ୍କୁ ଗିରଫ କରାଯାଇଛି । ଅଭିଯୁକ୍ତ ମାନଙ୍କୁ ଆଇପିସି ଧାରା ୩୦୭ ହତ୍ୟା ଉଦ୍ୟମ, ଧାରା ୩୨୩, ୪୦୫, ୫୦୬, ଧାରା ୩୪ ଅନୁଯାୟୀ ମାମଲା ରୁଜୁ କରାଯାଇଛି ।

 

Get real time updates directly on you device, subscribe now.