fbpx

Whatsapp ଓ Facebook ସର୍ଭର ଡାଉନ: ଏହି କମ୍ପାନୀର ବଢିଲେ ୭ କୋଟି ଗ୍ରାହକ

Advertisement

ନୂଆଦିଲ୍ଳୀ: ଦୀର୍ଘ ୭ ଘଣ୍ଟା ଧରି ବନ୍ଦ ଫେସବୁକ, ଇନଷ୍ଟାଗ୍ରାମ ଓ ହ୍ୱାଟ୍ସଆପର ସର୍ଭର ଡାଉନ ରହିଥିବା ବେଳେ ନାନାଦି ଅସୁବିଧାର ସମ୍ମୁଖୀନ ହୋଇଥିଲେ ଲୋକେ । ଏହି ସମୟରେ ତିନି କମ୍ପାନୀର ମାଲିକ ମାର୍କ ଜୁକରବର୍ଗ ପ୍ରାୟ ୫୬ ହଜାର କୋଟି ଟଙ୍କାର କ୍ଷତି ମଧ୍ୟ ସହିଥିଲେ । ତେବେ ଏହି ସମୟରେ ଆଉ ଏକ ପ୍ରତିଦ୍ୱନ୍ଦୀ କମ୍ପାନୀ ଏହି ସୁଯୋଗର ଫାଇଦା ଉଠାଇଛି । ହ୍ୱାଟ୍ସଆପର ପ୍ରତିଦ୍ୱନ୍ଦୀ ମେସେଜିଂ ଆପ୍ ଟେଲିଗ୍ରାମ ଏହି ସମୟରେ ନିଜ ଖାତାରେ ୭ କୋଟି ନୂତନ ଗ୍ରାହକ ଯୋଡିବାରେ ସଫଳ ହୋଇଛି ।
ଟେଲିଗ୍ରାମ ଏବଂ ସିଗ୍ନାଲ ପରି ଆପ ନୂତନ ଗ୍ରାହକ ଯୋଡିବାରେ ସଫଳ ହୋଇଥିବା ବେଳେ ୭ କୋଟି ନୂତନ ଗ୍ରାହକଙ୍କୁ ସାମିଲ କରିବାରେ ସଫଳ ହୋଇଛି । ଟେଲିଗ୍ରାମ ସିଇଓ ପାଭେଲ ଡ୍ୟୁରୋଭ ଏହି ସଫଳତାକୁ ନେଇ ଖୁସି ଜାହିର କରିଛନ୍ତି । ଅଚାନକ ଭାବରେ ଟେଲିଗ୍ରାମର ଗ୍ରାହକ ସଂଖ୍ୟା ବଢିଥିଲେ ହେଁ ଏହାକୁ ସଫଳତାର ସହ ହ୍ୟାଣ୍ଡେଲ କରିଥିବାରୁ ସେ ଟେଲିଗ୍ରାମ ଟିମକୁ ଧନ୍ୟବାଦ ଜଣାଇଛନ୍ତି ।

Get real time updates directly on you device, subscribe now.