fbpx

ଦର୍ଶକଙ୍କ ଅପେକ୍ଷାର ଅନ୍ତ ଘଟିଛି : ପରଦାକୁ ଫେରିଲେ ଭୁଲଭୁଲେୟା ୨ର ହିଟ୍ ଯୋଡି

ନୂଆଦିଲ୍ଲୀ : ଜୁନ ୨୯ ଆସିଗଲା ଏବଂ ଦର୍ଶକଙ୍କ ଅପେକ୍ଷାର ଅନ୍ତ ବି ଘଟିଲା । ଆଜି ରିଲିଜ ହୋଇଛି ସତ୍ୟାପ୍ରେମ କି କଥା । ପୁଣି ପରଦାକୁ ଆସିଛନ୍ତି ଭୁଲ ଭୁଲେୟା ୨ର ହିରୋ-ହିରୋଇନ । ଦର୍ଶକ ଜାଣି ଖୁସି ହେବେ ଯେ ତାଙ୍କ ପସନ୍ଦର ହିରୋ- ହିରୋଇନ କାର୍ତ୍ତିକ ଓ କିୟାରା ଆଡବାଣିଙ୍କ ଆଉ ଏକ ଫିଲ୍ମ ରିଲିଜ ହୋଇଛି । ଏହି ଫିଲ୍ମଟି ରୋମାନ୍ସ, ଡ୍ରାମା, ଭାବନାରେ ପରିପୂର୍ଣ୍ଣ ହୋଇଛି, ଏହି ଫିଲ୍ମଟି ବକ୍ସ ଅଫିସରେ କେତେ ଚମତ୍କାର ପ୍ରଦର୍ଶନ କରିବ, ୧ ଦିନ ପରେ ତାହା ଜଣା ପଡିବ ।

ସତ୍ୟପ୍ରେମ କି କଥା ଫିଲ୍ମ ପାଇଁ ଦର୍ଶକଙ୍କ ଆଗୁଆ ବୁକିଂ ଆକଳନ ସକରାତ୍ମକ ଅଟେ । ରିପୋଟର୍ସ କହିଛନ୍ତି ଯେ, କାର୍ତ୍ତିକ-କିୟାରାଙ୍କ ଫିଲ୍ମ ପ୍ରଥମ ଦିନରେ ୭-୯ କୋଟି କଲେକ୍ସନ କରିପାରିବ । ଭଲ ରିଭ୍ୟୁ ଫିଲ୍ମର ଦ୍ୱିତୀୟ ଦିନର ଗ୍ରାଫରେ ଜମ୍ପ ଆଣିପାରେ । ଏହି ଫିଲ୍ମର ବିଜନେସ ଉପରେ ରିଭ୍ୟୁର ଅସର ପଡିବା ଦେଖିବାକୁ ବାକି ରହିଲା । ଭୁଲଭୁଲେୟା ୨ ପ୍ରଥମ ଦିନରେ ୧୪ କୋଟିର ବିଜନେସ କରିଥିଲା । ଫିଲ୍ମର ଲାଇଫଟାଇମ କଲେକ୍ସନ ୧୮୫ କୋଟି ପାଖାପାଖି ହୋଇଥିଲା । ଅକ୍ଷୟ କୁମାରଙ୍କ ସିକ୍ୱେଲ ହେବା ଯୋଗୁଁ ଏହି ଫିଲ୍ମକୁ ସୁବିଧା ହୋଇଥିଲା । ବର୍ତ୍ତମାନ ସତ୍ୟପ୍ରେମଙ୍କ କାହାଣୀ ପାଇଁ କାର୍ତ୍ତିକ ନିଜେ ଦର୍ଶକଙ୍କୁ ଏକାଠି କରିବେ ।

କିଆରା ଆଡଭାନୀଙ୍କ ଜଗୁ ଜଗୁ ଜିଓ ଫିଲ୍ମଟି ଭଲ ବ୍ୟବସାୟ କରିଥିଲା । କିନ୍ତୁ କାର୍ତ୍ତିକଙ୍କୁ ସହଜାଦା ଫିଲ୍ମରେ ଝଟକା ଲାଗିଥିଲା । ଏହି ଫିଲ୍ମ ଉଚ୍ଚକୁ ଯିବ ବୋଲି କାର୍ତ୍ତିକ ଆଶା ରଖିଛନ୍ତି । ଆଦିପୁରୁଷ ପରେ କୌଣସି ବଡ଼ ଫିଲ୍ମ ରିଲିଜ ହୋଇନଥିଲା । ଯାହାର ଫାଇଦା ଏହି ଫିଲ୍ମ ବର୍ତ୍ତମାନ ଉଠାଇବ । ଦର୍ଶକ କିଛି ନୂଆ ଦେଖିବା ପାଇଁ ଅପେକ୍ଷାରେ ବସିଥିଲେ । ଏହା ମଧ୍ୟରେ ସତ୍ୟପ୍ରେମ କି କାଥା ପରି ରୋମାନ୍ସ ଡାମ୍ରା ଫିଲ୍ମ ଲୋକଙ୍କୁ ପ୍ରଥମେ ପସନ୍ଦ ହେବ ବୋଲି ଆଶା ।

Get real time updates directly on you device, subscribe now.