fbpx

ଖୋର୍ଦ୍ଧା ଏବଂ ଜଗତସିଂହପୁର ଜିଲ୍ଲାରେ ‘ଆମ ଓଡ଼ିଶା- ନବୀନ ଓଡ଼ିଶା’ କାର୍ଯ୍ୟକ୍ରମର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଜଗତ୍‍ସିଂହପୁର ଏବଂ ଖୋର୍ଦ୍ଧା ଜିଲ୍ଲାରେ ‘ଆମ ଓଡ଼ିଶା-ନବୀନ ଓଡ଼ିଶା’ ଯୋଜନାର ଶୁଭାରମ୍ଭ କରିଛନ୍ତି । ଖୋର୍ଦ୍ଧା ଜିଲ୍ଲାର ୭ଟି ନିର୍ବାଚନ ମଣ୍ଡଳୀ ପାଇଁ ୯୫ କୋଟି ଟଙ୍କା ବ୍ୟୟରେ ୨ହଜାର ୭୬୩ଟି ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପ କାର୍ଯ୍ୟକାରୀ କରାଯିବ । ସେହିଭଳି ଜଗତ୍‍ସିଂହପୁର ଜିଲ୍ଲାରେ କାର୍ଯ୍ୟକାରୀ ହେବାକୁ ଥିବା ୨ହଜାର ୯୨୨ଟି ଉନ୍ନୟନମୂଳକ ପ୍ରକଳ୍ପ ଲାଗି ୯୯ କୋଟି ଟଙ୍କା ବ୍ୟୟ କରାଯିବ ବୋଲି ମୁଖ୍ୟମନ୍ତ୍ରୀଙ୍କ ଦପ୍ତରରୁ ପ୍ରକାଶିତ ଏକ ବିଜ୍ଞପ୍ତିରେ କୁହାଯାଇଛି ।

ଏହି ଅବସରରେ ଉଦ୍‍ବୋଧନ ଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି, ରାଜ୍ୟର ସବୁ ଗାଁଗୁଡ଼ିକର ବିକାଶ ତାଙ୍କ ସରକାରଙ୍କର ଲକ୍ଷ୍ୟ । ଗ୍ରାମାଞ୍ଚଳର ଲୋକମାନେ ଶିକ୍ଷା ଏବଂ ସ୍ୱାସ୍ଥ୍ୟସେବା ସୁନିଶ୍ଚିତ ରୂପେ ପାଇପାରିବେ । ‘ଆମ ଓଡ଼ିଶା- ନବୀନ ଓଡ଼ିଶା’ କାର୍ଯ୍ୟକ୍ରମରେ ରାଜ୍ୟର ପ୍ରତି ପଞ୍ଚାୟତ ୫୦ ଲକ୍ଷ ଟଙ୍କା ଲେଖାଏଁ ପାଇବେ । ଏହି ଅବସରରେ ଫାଇଭ୍‍-ଟି ଏବଂ ଆମ ଓଡ଼ିଶା- ନବୀନ ଓଡ଼ିଶା ଅଧ୍ୟକ୍ଷ ଭି.କେ. ପାଣ୍ଡିଆନ କହିଛନ୍ତି, ରାଜ୍ୟର ସବୁ ଗ୍ରାମାଞ୍ଚଳ ଗୁଡ଼ିକର ବିକାଶ ଶୀଘ୍ର ଓ ସଠିକ୍‍ ସମୟରେ ହେବ ।

Get real time updates directly on you device, subscribe now.