fbpx

Leo ଫିଲ୍ମର କଲେକସନ ୩୦୦ କୋଟି ଟଙ୍କା ପାର କରିଛି,ଜାଣନ୍ତୁ କେଉଁ ସହରରୁ ଅଧିକ କଲେକସନ

ମୁମ୍ବାଇ : ସାଉଥର ସୁପରଷ୍ଟାର ଅଭିନେତା ବିଜୟଙ୍କ ଫିଲ୍ମ ‘ଲିଓ’ ବସ୍କ ଅଫିସରେ କମାଲ କରିଚାଲିଛି । ଏହି ଫିଲ୍ମକୁ ୧୦ରୁ ୭.୯ ରେଟିଙ୍ଗ ମିଳିଛି । ଏହି ଫିଲ୍ମ ତାର ଭଲ ପଫର୍ମାନ୍ସ ଲୋକମାନଙ୍କୁ ଦେଇଚାଲିଛି । ହିନ୍ଦି ତାମିଲ ଏବଂ ତେଲଗୁରେ ଏହି ଫିଲ୍ମ ରିଲିଜ ହୋଇଛି । ଏହି ଫିଲ୍ମ ତାର ଓପନିଙ୍ଗ ଡେ’ରେ ୬୪ କୋଟି ଟଙ୍କା କଲେକସନ କରିଥିଲା । ଏହା ପର ଦିନ ଏହି ଫିଲ୍ମ ୩୪ କୋଟି ଟଙ୍କା ଇନକମ କରିଥିଲା । ଏବଂ ତ୍ରୃତୀୟ ଦିନ ଏହା ୩୮ କୋଟି ୩ ଲକ୍ଷ ରୋଜଗାର କରିଛି । ଏହି ଫିଲ୍ମ ରବିବାର ୩୮ କୋଟି ଆଠ ଲକ୍ଷ ଥିଲା ଯାହା ଗୋଟିଏ ଦିନ ହିସାବରେ ଏହା ସବୁଠାରୁ ଭଲ କଲେକସନ ।

ଲୋକେଶ କନଗରାଜ ନିର୍ଦ୍ଦେଶିତ ଏହି ଫିଲ୍ମ ଆକସନ ଫିଲ୍ମ, ଏହା ଭାରତୀୟ ସିନେମାରେ ୩୦୦ କୋଟି ଟଙ୍କା ପାର କରିଛି । ଫିଲ୍ମଟି ଚଳିତ ସପ୍ତାହରେ ୭.୬୫ କୋଟି ଟଙ୍କାର ବିଜନେସ କରିଛି । ଶନିବାର ୧୫ କୋଟି ଏବଂ ରବିବାର ୧୬ କୋଟି ୫୦ ଲକ୍ଷ । ତେବେ ଏବେ ପର୍ଯ୍ୟନ୍ତ ଏହି ଫିଲ୍ମ ୩୦୩ କୋଟି ୪୦ ଲକ୍ଷ ରୋଜଗାର କରିସାରିଛି ।ଯଦି ଆମେ ସାରା ବିଶ୍ୱର କଲେକସନ କଥା କହିବା ତେବେ ସେଠାରେ ଫିଲ୍ମଟି ୫୦୦ କୋଟି ଇନକମ କରିସାରିଛି । ଏହି ଫିଲ୍ମ ସବୁଠାରୁ ଅଧିକ ଇନକମ ଚେନାଇରୁ କରିଛି । ଫିଲ୍ମରେ ହୋଇଥିବା ମୋଟ ଇନକମର ୬୪ ପ୍ରତିଶତ ଚେନାଇରୁ ହୋଇଛି । ଏହା ଛଡା ବାଙ୍ଗାଲୁରୁ , ପଣ୍ଡିଚେରୀରୁ ଫିଲ୍ମକୁ ଭଲ ରେସପନ୍ସ ମିଳୁଛି । ଫିଲ୍ମର ହିନ୍ଦି ଭର୍ସନକୁ ଭି ଲୋକମାନେ ଖୁବ ପସନ୍ଦ କରୁଛନ୍ତି । ତେବେ ଦେଖିବାକୁ ବାକି ରହିଲା ଏହି ଫଲ୍ମ ୫୦୦ କୋଟି ଛୁଇଁ ପାରୁଛି କି ନାହିଁ ।

Get real time updates directly on you device, subscribe now.