fbpx

ରାଜ୍ୟର ସମସ୍ତ ସ୍କୁଲ୍‍ କାନ୍ଥରେ ଲେଖାଯିବ ଏହିସବୁ ତଥ୍ୟ : ପ୍ରଧାନଶିକ୍ଷକମାନଙ୍କୁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ନିର୍ଦ୍ଦେଶ

ଭୁବନେଶ୍ୱର: ରାଜ୍ୟର ସମସ୍ତ ସ୍କୁଲ୍‍ କାନ୍ଥରେ ମଧ୍ୟାହ୍ନ ଭୋଜନ ସମ୍ବନ୍ଧୀୟ ତଥ୍ୟ ଏବଂ ଜରୁରୀକାଳୀନ ସେବା ପ୍ରଦାନକାରୀ ସଂସ୍ଥାର ଫୋନ୍‍ ନମ୍ବର ଲେଖିବାପାଇଁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ସ୍କୁଲ୍‍ ପ୍ରଧାନଶିକ୍ଷକମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଏଥିସହିତ ଛାତ୍ରଛାତ୍ରୀମାନଙ୍କପାଇଁ ୫ଟି ନିୟମ କାନ୍ଥରେ ଲେଖିବାପାଇଁ ମଧ୍ୟ କୁହାଯାଇଛି ।

ସରକାର ପ୍ରଦାନ କରୁଥିବା ସମସ୍ତ ଯୋଜନାକୁ କାନ୍ଥରେ ଉଲ୍ଲେଖ କରିବା ସହିତ କେଉଁଦିନ କେଉଁ ଖାଦ୍ୟ ପିଲାଙ୍କୁ ଦିଆଯାଉଛି, ତାହାର ଏକ ସାପ୍ତାହିକ ଚାର୍ଟ କାନ୍ଥରେ ଉଲ୍ଲେଖ ରହିବ । ମଧ୍ୟାହ୍ନ ଭୋଜନପାଇଁ କେତେ ଟଙ୍କା ଖର୍ଚ୍ଚ ହେଉଛି, ସେ ବିଷୟରେ ତଥ୍ୟ ଲେଖାଯିବ ବୋଲି ନିର୍ଦ୍ଦେଶନାମାରେ କୁହାଯାଇଛି । ସ୍କୁଲ୍‍ କାନ୍ଥ ଲେଖା ସମ୍ବନ୍ଧୀୟ ହେଲ୍‍ପ୍‍ ଲାଇନ୍‍ ନମ୍ବର ୧୮୦୦-୩୪୫-୬୭୨୨ ରଖାଯାଇଛି ।

Get real time updates directly on you device, subscribe now.