fbpx

ଜଳ,ଜମି ଓ ଜଙ୍ଗଲର ସୁରକ୍ଷାକୁ ପ୍ରାଥମିକତା: ଯୁବପିଢ଼ି ଗଠନ କଲେThe Green Team

Advertisement

ଭୁବନେଶ୍ୱର : ପ୍ରକୃତି ସହିତ ଆମେ ଅଙ୍ଗାଙ୍ଗୀଭାବେ ଜଡିତ । ଏହି ପ୍ରକୃତିର ଛତ୍ରଛାୟାରେ ହିଁ ଆମେ ବଡ ହୋଇଛୁ । ତେଣୁ ଏହାର ରକ୍ଷଣାବେକ୍ଷଣ ହେଉ ଅବା ଏହାକୁ ସୁରକ୍ଷା ଦେବା ଏହି ସବୁ ଦିଗରେ ଆମକୁ ହିଁ ଏହାର ରକ୍ଷା କରିବାକୁ ହେବ । କିନ୍ତୁ ବର୍ତ୍ତମାନ ବିକାଶ ନାମରେ ପ୍ରକୃତିକୁ ନଷ୍ଟ କରିବା, ପ୍ରକୃତିକୁ ଅଣଦେଖା କରିବା କେବେ ମଧ୍ୟ ଗ୍ରହଣୀୟ ନୁହେଁ। କାରଣ ଏହାକୁ ରକ୍ଷା କରିବା କେବଳ ଆମର ଦାୟିତ୍ୱ ନୁହେଁ ଏହା ଆମର କର୍ତ୍ତବ୍ୟ । ବିଭିନ୍ନ ସମୟରେ ବିଭିନ୍ନ ସରକାରୀ କାର୍ଯ୍ୟ ପାଇଁ ହେଉ ଅବା ଶିଳ୍ପ ପାଇଁ ଅନାହାସରେ ପ୍ରକୃତିକୁ ନଷ୍ଟ କରାଯାଉଛି। ଏହି ବିଷୟ ପ୍ରତି ଆମେ ସଚେତନ ନହେଲେ ଆଗକୁ ଏହି ବଡ଼ ବିପଦରୁ ଆମକୁ କେହି ରକ୍ଷା କରିପାରିବେ ନାହିଁ। ଏହାକୁ ଦୃଷ୍ଟିରେ ରଖି ଓଡ଼ିଶାର ବିଭିନ୍ନ ପ୍ରାନ୍ତରୁ ସଚେତନ ଯୁବକ ମାନେ ମିଶି ଗଠନ କରିଛନ୍ତି The Green Team । ପରିବେଶର ସୁରକ୍ଷା ସହିତ ଜଳ, ଜମି ଏବଂ ଜଙ୍ଗଲର କିଭଳି ସଦୁପଯୋଗ କରାଯାଇ ବିକାଶ କରାଯାଇ ପାରିବ , ତା ଉପରେ ଗୁରୁତ୍ୱ ଦିଆଯିବ ବୋଲି ଗ୍ରୀନ ଟିମ୍ ନିଷ୍ପତି ନେଇଛି । ନୂଆ ବନ ସୃଷ୍ଟି କରିବା, ବନକୁ ସୁରକ୍ଷା ଦେବା, ମୃତ୍ତିକା କ୍ଷୟ ରୋକିବା , ପରିବେଶ ପ୍ରତି ସଚେତନତା ସୃଷ୍ଟି କରିବା ବୃକ୍ଷ ରୋପଣ କରିବା ଏହା ହେଉଛି ଗ୍ରୀନ ଟିମ୍ ର ମୂଳ ଲକ୍ଷ୍ୟ ।

ତେବେ ଭବାନୀପାଟଣାସ୍ଥିତ ମିଡ଼ ଟାଉନ ହୋଟେଲ ସମ୍ମିଳନୀ କକ୍ଷରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଗ୍ରୀନ୍ ଟିମ୍ ର ଲୋଗୋ ଉନ୍ମୋଚନ କରାଯାଇଛି । ସଭାପତି ବିଭୁତି ଭୂଷଣ ମହାପାତ୍ର ଓ ସମ୍ପାଦକ ଗଣେଶ ସାହୁଙ୍କ ସମେତ ଗ୍ରୀନ ଟିମ୍ ର ସଦସ୍ୟ ମାନେ ଏହି କାର୍ଯ୍ୟକ୍ରମ ରେ ଉପସ୍ଥିତ ରହିଥିଲେ । ଏହି ଅବସରରେ ଗ୍ରୀନ ଟିମ୍ ସଭାପତି ବିଭୁତି ମହାପାତ୍ର ସୂଚନା ଦେଇ କହିଛନ୍ତି , ରାଜ୍ୟର ବିଭିନ୍ନ ସ୍ଥାନରେ ବିକାଶ ନାମରେ ଯେଉଁଭଳି ଭାବରେ ପରିବେଶକୁ ନଷ୍ଟ ଏବଂ ପ୍ରଦୂଷଣ କରି ପ୍ରକୃତିର ବିନାଶ କରାଯାଉଛି ତାକୁ ବିରୋଧ କରାଯିବା ସହିତ ଲୋକମାନଙ୍କୁ ସଚେତନ ଏବଂ ବିନାଶକାରୀଙ୍କୁ ଏଥି ପାଇଁ ଚେତାବନୀ ମଧ୍ୟ ଦେଇଥିଲେ ।

ଏହି କାର୍ଯ୍ୟକ୍ରମରେ ସଂଗଠନର ସଦସ୍ୟ ମାନେ ମଧ୍ୟ ଉପସ୍ଥିତ ଥିଲେ। ଆଗକୁ କିପରି ଏହି ଟିମ ଏକଜୁଟ ହେଇ ଭଲ ଭାବରେ କାର୍ଯ୍ୟ କରିବ ତାହା ଆଲୋଚନା କରାଯାଇଥିଲା । ଏହା ସହିତ ଜନସଚେତନ ଏବଂ ପ୍ରକୃତି ରକ୍ଷା ଉପରେ ମଧ୍ୟ ଅ।ଲୋକପାତ କରାଯାଇଥିଲା।

Get real time updates directly on you device, subscribe now.