ଭୁବନେଶ୍ୱର: ବରଗଡ଼ ସୋହେଲାରେ ଚାଷୀଙ୍କୁ ଇନପୁଟ୍ ସହାୟତା ପ୍ରଦାନ କରାଯାଇଛି। ଚାଷୀଙ୍କ ଖାତାକୁ ୮୦୦ ଟଙ୍କାର ଇନପୁଟ ସହାୟତା ପ୍ରଦାନ କରାଯାଇଛି। ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ସହାୟତା ପ୍ରଦାନ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। କେନ୍ଦ୍ର ସରକାରଙ୍କ ୨୩୦୦ ଏମଏସପି ସହ ୮୦୦ ଇନପୁଟ ସହାୟତା ରାଶି ପ୍ରଦାନ କରାଯାଇଛି।
ବରଗଡ଼ର ସୋହେଲାଠାରେ ଧାନର ଇନ୍ପୁଟ ସହାୟତା ରାଶି ବଣ୍ଟନ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ। ₹୨୩୦୦ର ଏମଏସପି ଏବଂ ₹୮୦୦ର ଇନପୁଟ ସହାୟତା ମୂଲ୍ୟ ସହ ଚାଷୀଙ୍କୁ ଧାନ କୁଇଣ୍ଟାଲ ପିଛା ମିଳିଛି ୩୧୦୦ ଟଙ୍କା।
୨୦୨୪ ସାଧାରଣ ନିର୍ବାଚନରେ ଧାନ ଏମଏସପି ୩୧ ଶହ ଟଙ୍କା ଘୋଷଣା କରିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । କ୍ଷମତାକୁ ଆସିବା ପରେ ବିଜେପି ସରକାର ମଧ୍ୟ ୨୩ ସହ ଏମଏସପି ସହ ୮ ଶହ ଟଙ୍କା ଇନପୁଟ ସବସିଡି ଘୋଷଣା କରିଥିଲେ। ଏବେ ଧାନ ବିକ୍ରି ପରେ ୨୩ଶହ ଟଙ୍କା ଏମଏସିପ ଚାଷୀ ପାଉଥିବା ବେଳେ ଆଜିଠାରୁ ଚାଷୀ ଇନପୁଟ୍ ସବସିଡି ବାବଦକୁ ପାଇଛନ୍ତି ୮ ଶହ ଟଙ୍କା। ଧାନ କିଣା ଯିବାର ୪୮ ଘଣ୍ଟା ମଧ୍ୟରେ ଚାଷୀଙ୍କ ଆକାଉଣ୍ଟକୁ ସିଧାସଳଖ ଯିବ ଏହି ଟଙ୍କା।