fbpx

୫ରେ ଲଘୁଚାପ! କାଲି ରାତିରୁ ଦକ୍ଷିଣ ଓଡ଼ିଶାରେ କାଳବୈଶାଖୀ ବର୍ଷା ସମ୍ଭାବନା: IMD

Advertisement

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିଛି । ଏହାରି ମଧ୍ୟରେ ଆସିଛି ଏକ ଆଶ୍ୱସ୍ତିକର ଖବର, ଯାହାଫଳରେ ତାତିରୁ ମିଳିପାରିବ ନିସ୍ତାର । ସୂଚନା ଅନୁସାରେ, ଦକ୍ଷିଣ ଆଣ୍ଡାମାନ ସାଗରରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି । ୪ ରାତି ବା ୫ ତାରିଖ ସୁଦ୍ଧା ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି । ପରବର୍ତ୍ତୀ ୨୪ ଘଣ୍ଟାରେ ଏହା ଲଘୁଚାପର ରୂପ ନେଇପାରେ । ଏନେଇ ଆଇଏମଡିର ବରିଷ୍ଠ ବୈଜ୍ଞାନିକ ଆର.କେ ଜେନାମଣି ସୂଚନା ଦେଇଛନ୍ତି ।

ଅନ୍ୟପଟେ ଓଡ଼ିଶା ତଥା ଉତ୍ତର ଭାରତରେ ଗ୍ରୀଷ୍ମପ୍ରବାହ ନେଇ ବିଶେଷଜ୍ଞମାନେ ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଛନ୍ତି । ପଶ୍ଚିମା ପବନ ଯୋଗୁଁ ଗ୍ରୀଷ୍ମପ୍ରବାହ ହେଉଥିବା ପାଣିପାଗ ବିଜ୍ଞାନୀ କହିଛନ୍ତି । ଏନେଇ ମଧ୍ୟ ଆଇଏମଡିର ବରିଷ୍ଠ ବୈଜ୍ଞାନିକ ଆର.କେ ଜେନାମଣି ସୂଚନା ଦେଇଛନ୍ତି । ଆଫଗାନିସ୍ତାନ, ପାକିସ୍ତାନ, ରାଜସ୍ଥାନରୁ ଆସୁଥିବା ପବନ ତାତି ବଢ଼ାଉଛି । ସେସବୁ ସ୍ଥାନରେ ତାତି ୪୫ ଡିଗ୍ରୀରୁ ଅଧିକ ରହୁଥିବାରୁ ତାର ପ୍ରଭାବ ପଡୁଛି ।

ସ୍ଥାନୀୟ ଭୌଗୋଳିକ ସ୍ଥିତି ବି ତାତି ବଢ଼ାଇବାରେ ସହାୟକ ହେଉଛି । ଆଜି ଓ ଆସନ୍ତାକାଲି ୨ ଦିନ ଓଡ଼ିଶାରେ ଗ୍ରୀଷ୍ମପ୍ରବାହ ରହିବ । ୧ ତାରିଖ ବେଳକୁ ଓଡ଼ିଶାରେ ସ୍ଥିତି ପରିବର୍ତ୍ତନ ହୋଇଥିବା ବୋଲି ଜେନାମଣି କହିଛନ୍ତି । କାଲି ରାତିରୁ ଦକ୍ଷିଣ ଓଡ଼ିଶାରେ କାଳବୈଶାଖୀ ବର୍ଷା ହେବାର ସମ୍ଭାବନା ରହିଛି ।

Get real time updates directly on you device, subscribe now.