ଭୁବନେଶ୍ୱର: ଦକ୍ଷିଣପଶ୍ଚିମ ବଙ୍ଗୋପସାଗରରେ ସକ୍ରିୟ ଗଭୀର ଅବପାତ ଆହୁରି ଘନୀଭୂତ ହୋଇ ଗତକାଲି ଅପରାହ୍ଣ ସାଢେ ୨ଟାରେ ଏକ ସାମୁଦ୍ରିକ ଝଡ଼ ବା ବାତ୍ୟାରେ ପରିଣତ ହୋଇଥିଲା । ତେବେ ଏହି ପ୍ରଭାବରେ ଓଡ଼ିଶା ପାଣିପାଗରେ ପରିବର୍ତ୍ତନ ଦେଖିବାକୁ ମିଳିଛି । ଅନେକ ଅଞ୍ଚଳରେ କୋହଲା ପାଗ ସାଙ୍ଗକୁ ଆକାଶ ମେଘାଚ୍ଛନ୍ନ ରହିଛି । ଏଥିସହ ଅନେକ ଜିଲ୍ଲାରେ ଝିପିଝିପି ବର୍ଷା ଦେଖିବାକୁ ମିଳୁଛି । ତେବେ ବର୍ତ୍ତମାନ ଆଞ୍ଚଳିକ ପାଣିପାଗ ବିଭାଗ ଆଗାମୀ ୩ ଘଣ୍ଟା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ।
ସୂଚନାନୁଯାୟୀ, ହାଲୁକା ମଧ୍ୟମ ଧରଣର ବର୍ଷା ନେଇ ୧୧ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ଏହି ଜିଲ୍ଲା ଗୁଡିକ ହେଲେ କଟକ, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଜପତି, କନ୍ଧମାଳକୁ ଆଲର୍ଟ ଜାରି କରାଯାଇଛି । ସେହି କୋରାପୁଟ, ମାଲକାନଗିରି, ଗଞ୍ଜାମ, ନୟାଗଡ଼ ଏବଂ ରାୟଗଡ଼ା ଜିଲ୍ଲାକୁ ୱାର୍ଣ୍ଣିଂ ଦିଆଯାଇଛି ।