ନୂଆଦିଲ୍ଲୀ: ମଙ୍ଗଳ ଗ୍ରହରେ ଜୀବନ ଯାପନ ସମ୍ଭବ । ଏ କଥାକୁ ନେଇ ବୈଜ୍ଞାନିକମାନଙ୍କ ପରୀକ୍ଷା ଯେତେ ବଢୁଛି । ସାମନାକୁ ଆସୁଛି ଗୋଟିଏ ପରେ ଗୋଟିଏ ନୂଆ ରୋଚକ ତଥ୍ୟ । ଆଉ ଯାହା ପ୍ରମାଣ କରି ଦେଉଛି ମଙ୍ଗଳ ଗ୍ରହରେ ଜୀବନଯାପନ ସମ୍ଭବ । ଠିକ ସେହିଭଳି ଏକ ଆଉ ଏକ ତଥ୍ୟ ଜଣା ପଡିଛି ମଙ୍ଗଳ ଗ୍ରହକୁ ନେଇ । ମଙ୍ଗଳ ଗ୍ରହରେ ଥିବା କୋଷ୍ଟା ରିକା ହ୍ରଦର ଖାସ ବ୍ୟାକ୍ଟେରିଆଙ୍କୁ ଉପରେ ବୈଜ୍ଞାନିକଙ୍କର ପଡିଛି ନଜର । ଏହି ବ୍ୟାକ୍ଟେରିଆ ଦ୍ୱାରା ମଙ୍ଗଳ ଗ୍ରହରେ ଜୀବନଯାପନ ସମ୍ଭବ କି ନୁହେଁ ସେ ନେଇ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ମିଳି ପାରିବ ବୋଲି ବୈଜ୍ଞାନିକମାନେ ମତ ରଖିଛନ୍ତି ।
କଲରାଡୋ ବୋଲ୍ଡର ବିଶ୍ୱବିଦ୍ୟାଳୟର ବିଶେଷଜ୍ଞମାନେ ଲାଗୁନା କାଲାଣ୍ଟେ ନାମକ ଏହି କ୍ରାଟର ହ୍ରଦରେ ଫୁଟୁଥିବା ଜଳର ତାପମାତ୍ରା ଏବଂ ବପରିବେଶ ଉପୋର ଅଧ୍ୟୟନ ଜାରି ରଖିଛନ୍ତି । ତେବେ ଏପରି ଅଧ୍ୟୟନ ପରେ କେବେ ଏଠାରେ ଜୀବନଯାପନ ସମ୍ଭବ ଥିଲା ନେଇ ଆଶଙ୍କା ସୃଷ୍ଟି ହୋଇଛି । ତେବେ ଏହାର ଉତ୍ତର ଆଗାମୀ କିଛି ବର୍ଷର ଅଧ୍ୟୟନ ପରେ ସ୍ପଷ୍ଟ ହୋଇ ପାରିବ ବୋଲି ଆଶା ବାଦୀ ଅଛନ୍ତି ବୈଜ୍ଞାନିକ ।