fbpx

ବୃଦ୍ଧଙ୍କୁ ମାଡ଼ମାରି କାଟିଦେଲେ ଦାଢ଼ି; ନେହୁରା ହେଲେ ବି ଶୁଣିଲେନି ଅଭିଯୁକ୍ତ….

ଦିଲ୍ଲୀ: ଦିଲ୍ଲୀ ନିକଟରେ ଥିବା ଗାଜିଆବାଦର ଲୋନିରେ ସଂଖ୍ୟାଲଘୁ ବର୍ଗର ବୃଦ୍ଧଙ୍କୁ ପ୍ରହାର କରୁଥିବାର ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି । ପୀଡିତ ବୃଦ୍ଧ ଜଣଙ୍କ ନାମ ଅବଦୁଲ ସମଦା ଅଭିଯୁକ୍ତ କେବଳ ବୃଦ୍ଧଙ୍କୁ ଜୋରରେ ପିଟିବା ସହ ତାଙ୍କ ଦାଢି ମଧ୍ୟ କାଟି ଦେଇଥିଲେ । ଏହି ସମୟରେ ବୃଦ୍ଧ ଜଣଙ୍କ ହାତ ଯୋଡି ନିବେଦନ କରିଥିଲେ ମଧ୍ୟ ଶୁଣି ନଥିଲେ ଓଲଟି ତାଙ୍କୁ ମାଡ଼ ମାରି ଚାଲିଥିଲେ ।

କେବଳ ଏତିକି ନୁହେଁ ଅଭିଯୁକ୍ତ ଜଣଙ୍କ ଏହି ଘଟଣାର ଏକ ଭିଡିଓ ପ୍ରସ୍ତୁତ କରି ଏହାକୁ ଭାଇରାଲ କରିଥିଲେ । ଭିଡିଓରେ ସ୍ପଷ୍ଟ ଦେଖାଯାଉଛି ଯେ ପୀଡିତ ବୃଦ୍ଧ ଜଣଙ୍କ ଏକ ଖଟ ଉପରେ ବସିଛନ୍ତି ଓ ତାଙ୍କୁ ଦୁଇ ଜଣ ଘେରି ରହିଛନ୍ତି । ଦେଖିବାକୁ ମିଳୁଛି ଯେ ଜଣେ ଯୁବକଙ୍କର ହାତରେ ଏକ କଇଞ୍ଚି ଅଛି । ସେହି ସମୟରେ ଆଉ ଜଣେ ଯୁବକ ବାର ବାର ତାଙ୍କୁ ଚାପୁଡା ମାରୁଛି । ସେତେବେଳେ ପ୍ରଥମ ଯୁବକ ଜଣଙ୍କ ସେହି ସମୟରେ ତାଙ୍କ ଦାଢ଼ି କାଟି ଦେଉଛି ।

ଅଭିଯୁକ୍ତ ଜଣଙ୍କ ତାଙ୍କୁ ପାକିସ୍ତାନର ଗୁପ୍ତଚର କହି ମାଡ ମାରିଥିଲେ । ଏହି ଭିଡିଓ ଭାଇରାଲ ହେବା ପରେ ଲୋନି ପୋଲିସ୍ ଏକ ମାମଲା ରୁଜୁ କରି ମୁଖ୍ୟ ଅଭିଯୁକ୍ତ ପ୍ରଭେଶ ଗୁଜରାଙ୍କୁ ଗିରଫ କରିଥିଲା । ଏହି ଘଟଣା ୫ ଜୁନର ହୋଇଥିବା ବେଳେ ବୁଲନ୍ଦ ସହରରେ ରହୁଥିବା ବାସିନ୍ଦା ଅବଦୁଲ ସମଦା ଲୋନି ଆସି ଏକ ମସଜିଦ୍ ଯିବାକୁ ଅଟୋରେ ବସିଥିଲେ । ପରେ ତାଙ୍କୁ ନେଇ ପ୍ରଥମେ ପିଟିଥିଲେ ଏବଂ କଇଞ୍ଚି ସାହାର୍ଯ୍ୟରେ ଦାଢି କାଟିଥିଲେ ।
ଲୋନିର ସିଓ ଅତୁଲ କୁମାର ସୋନକର କହିଛନ୍ତି କି ବାକି ଅଭିଯୁକ୍ତଙ୍କୁ ଖୋଜା ଚାଲିଛି । ଭାଇରାଲ ଭିଡିଓ ସମ୍ପର୍କରେ ବୃଦ୍ଧଙ୍କର ଅଭିଯୋଗ ଲୋନି ବର୍ଡରରେ ପଞ୍ଜିକୃତ ହୋଇସାରିଛି । ମୁଖ୍ୟ ଅଭିଯୁକ୍ତ ବର୍ତ୍ତମାନ ଜେଲରେ ରହିଛି ।

Get real time updates directly on you device, subscribe now.