ପିପିଲି : ପୁରୀ ଜିଲା ପିପିଲି ଥାନା ଅନ୍ତର୍ଗତ ସାନକଣ୍ଟି ଗାଁରେ ଏକ ବିଭତ୍ସ ହତ୍ୟାକାଣ୍ଡ ଘଟିଛି । ନିଶାଶକ୍ତ ଅବସ୍ଥାରେ ବାପାକୁ ହତ୍ୟା କରିଛି ପୁଅ । କୁରାଢୀରେ ହାଣି ଅତି ବିଭତ୍ସ ଭାବରେ ହତ୍ୟା କରିଛି । ଗତକାଲି ରାତିରେ ଏଭଳି ବିଭତ୍ସ ଘଟଣା ଘଟିଛି । ପୋଲିସ ସମ୍ପୃକ୍ତ ବ୍ୟକ୍ତି ଅଟକ ରଖି ପଚରାଉଚରା ଜାରି ରହିଛି ।
ମିଳିଥିବା ସୂଚନା ଅନୁସାରେ, ଅଭିଯୁକ୍ତ ପୁଅ ସବୁବେଳେ ମଦ ପିଇ ଘରେ ଅଶାନ୍ତି ସୃଷ୍ଟି କରେ । ଗତକାଲି ମଧ୍ୟ ସେଭଳି କିଛି ଘଟଣା ଘଟିଥିଲା । ମଦ ପିଇ ଆଦି ପୁଅ ଘରେ ଗଣ୍ଡଗୋଳ କରିଥିଲା । ଏହି ସମୟରେ ବାପା ମା ଘରୁ ବାହାରି ପଳାଉଥିଲେ । କିନ୍ତୁ ଉତ୍ତ୍ୟକ୍ତ ପୁଅ ବାପାକୁ ମାଡି ବସିଥିଲା । ଘର ଭିତରକୁ ଟାଣି ନେଇ କୁରାଢୀରେ ହାଣି ହତ୍ୟା କରିଥିଲା । ମା ଖସି ପଳାଇଥିବା ବେଳେ ଜୀବନ ବଞ୍ଚିଯାଇଛି । କିଛି ସମୟ ପରେ କବାଟ ବଡାଇଲା ପରେ କବାଟ ଖୋଲି ନଥିଲା । ପୋଲିସକୁ ଖବର ଦିଆଯିବା ପରେ ଘଟଣାସ୍ଥଳରେ ପୋଲିସ ପହଞ୍ଚି କବାଟ ଖୋଲଥିିଲା । ପରେ ଘର ଭିତରୁ ରକ୍ତ ଜୁଡୁବୁଡୁ ଅବସ୍ଥାରେ ବାପାର ମୃତଦେହ ଜବତ ହୋଇଥିଲା । ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇବ ସହ ଅଭିଯୁକ୍ତକୁ ଗିରଫ କରି ପୋଲିସ ଅଧିକ ବଚରାଉଚରା ଜାରି ରଖିଛି । ତେବେ ହତ୍ୟାକାଣ୍ଡ ପଛରେ ଜମିଜମା କାରଣ ରହିଛି ବା ଅନ୍ୟ କିଛି କାରଣ ରହିଛି ସେନେଇ ପୋଲିସ ଅଧିକ ତଦନ୍ତ ଜାରି ରଖିଛି ।