ମାଆକୁ କଟୁରୀରେ ହାଣି, ହତ୍ୟା କଲା ପୁଅ

ଯାଜପୁର: ରାଗ ମଣିଷର ପ୍ରଧାନ ଶତ୍ରୁ ଅଟେ, କେବେଳେ ସ୍ତ୍ରୀ ସ୍ୱାମୀ ମାରିଦେଉଛି ତ କେତେବେଳେ ମାଆ ଜନ୍ମକଲା ଶିଶୁକୁ ମାରିଦେଉଛି । ସେହିପରି ଆଜି ରାଜ୍ୟରେ ଏକ ଅମାନବୀୟ ଘଟଣା ସାମ୍ନାକୁ ଆସିଛି । ଜଣେ ପୁଅ ତାର ନିଜ ଜନ୍ମକଲା ମଆକୁ କଟୁରୀରେ ହାଣିଦେଇଛି । ମାଆକୁ ହାଣିଦେବା ଫଳରେ ସାଙ୍ଗେ ସାଙ୍ଗେ ମାଆଟିର ମୃତ୍ୟୁ ଘଟିଛି ।

ସୂଚନା ଅନୁଯାୟୀ, ଯାଜପୁର ଜିଲ୍ଲା ବିଞ୍ଚ୍ଝାରପୁର ବିନ୍ଧାଣି ଗ୍ରାମରେ ଜଣକ ଘରେ ପାରିବାରିକ କଳହ ହୋଇଥିଲା । କଳହ ଚରମସୀମାରେ ପହଁଚିବା ହେତୁ ପୁଅ ମାଆକୁ କଟୁରୀରେ ହାଣି ରକ୍ତାକ୍ତ କରିଦେଇଥିଲା । ତେବେ ଘଟଣାସ୍ଥଳରେ ସାଙ୍ଗେ ସାଙ୍ଗେ ମାଆଟିର ଜୀବନ ଚାଲିଯାଇଛି ।

ଘଟଣାସ୍ଥଳରେ ପୋଲିସ ପହଁଚି ମୃତଦେହ ଉଦ୍ଧାର କରି ପୁଅକୁ ଥାନାକୁ ନେଇଯାଇଛି । ଅନ୍ୟାନ୍ୟ ତଥ୍ୟ ପାଇବା ପାଇଁ ମୃତକଙ୍କ ଶରୀରକୁ ଶବ ବ୍ୟବଚ୍ଛେଦ ପାଇଁ ପଠାଯାଇଛି । ବର୍ତ୍ତମାନ ସୁଦ୍ଧା ଅଭିଯୁକ୍ତ ପୁଅ ଥାନାରେ ଅଟକ ଥିବା ସୂଚନା ମିଳିଛି ।