fbpx

ତାତିରୁ ଏବେ ମିଳିବ ନାହିଁ ନିସ୍ତାର, ୩ ଦିନ ଯାଏଁ ଜାରି ରହିବ ଗ୍ରୀଷ୍ମପ୍ରବାହ

ଭୁବନେଶ୍ୱର: ରାଜ୍ୟରେ ତଥା ଦେଶରେ ଗ୍ରୀଷ୍ମପ୍ରବାହ ଜାରି ରହିଛି । ଅସହ୍ୟ ଗରମରେ ଛଟପଟ ହେଉଛନ୍ତି ଲୋକେ । ଅଂଶୁଘାତ ଯୋଗୁଁ ପଶ୍ଚିମ ଓଡ଼ିଶାରେ ମୃତ୍ୟୁ ସଂଖ୍ୟା ମଧ୍ୟ ବଢିବାରେ ଲାଗିଛି । ଏହାରି ମଧ୍ୟରେ ଗ୍ରୀଷ୍ମପ୍ରବାହକୁ ନେଇ ଏକ ଅପଡେଟ ଆସିଛି । ଏବେ ଅସହ୍ୟ ତାତିରୁ ନିସ୍ତାର ମିଳିବ ନାହିଁ ବୋଲି ପାଣିପାଗ ବିଭାଗରୁ ସୂଚନା ମିଳିଛି ।

ସୂଚନା ମୁତାବକ, ଆଭ୍ୟନ୍ତରୀଣ ଓଡ଼ିଶାରେ ୩ ଦିନ ଯାଏଁ ଗ୍ରୀଷ୍ମପ୍ରବାହ ଜାରି ରହିବ । ଉପକୂଳରେ ୫ଦିନ ପର୍ଯ୍ୟନ୍ତ ପ୍ରଚଣ୍ଡ ଗୁଳୁଗୁଳିରେ କଲବଲ ହେବେ ଲୋକେ । ଏନେଇ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି ।

Get real time updates directly on you device, subscribe now.