fbpx

ବିଚାରପତିଙ୍କ ନିଯୁକ୍ତିକୁ ନେଇ ଉପରାଷ୍ଟ୍ରପତିଙ୍କ ଟାର୍ଗେଟ୍‌ରେ ସୁପ୍ରିମକୋର୍ଟ, କହିଲେ- ଏହା ବହୁତ ଗମ୍ଭିର ମାମଲା

ନୂଆଦିଲ୍ଲୀ: ସୁପ୍ରିମକୋର୍ଟ କଲେଜିୟମ ବ୍ୟବସ୍ଥାକୁ ନେଇ ଅନେକ ସମୟ ଧରି ଚାଲିଥିବା ଚର୍ଚ୍ଚା ଏବେ ରାଜନୈତିକ ମୋଡ଼ ନେବାକୁ ବସିଲାଣି । କଲେଜିୟମ ବ୍ୟବସ୍ଥାକୁ ଦେଶର ଆଇନ୍ ମନ୍ତ୍ରୀ ଖୋଲାଖୋଲି ଭାବେ ଆଲୋଚନା କରି ସାରିଛନ୍ତି । ଏବେ ଉପରାଷ୍ଟ୍ରପତି ବିଚାରପତିଙ୍କ ନିଯୁକ୍ତିକୁ ନେଇ ସୁପ୍ରିମକୋର୍ଟଙ୍କ ଆଡ଼କୁ ଆଙ୍ଗୁଳୀ ନିର୍ଦେଶ କରିଛନ୍ତି । ଉପରାଷ୍ଟ୍ରପତି ଜଗଦୀପ ଧନକଡ଼ କହିଛନ୍ତି ଯେ, ସୁପ୍ରିମକୋର୍ଟ ଦ୍ୱାରା ଜାତୀୟ ନ୍ୟାୟିକ ନିଯୁକ୍ତି ଆୟୋଗ(ଏନଜେଏଏସି) ଅଧିନୟମକୁ ଋଦ୍ଧ କରିବାର କୌଣସି ଯୋଜନା ନାହିଁ ଏବଂ ଏହା ଏକ ଗମ୍ଭୀର ମାମଲା ଅଟେ ।

ଧନକଡ଼ ଏହା ମଧ୍ୟ କହିଛନ୍ତି ଯେ, ଦେଶର ସଂସଦ ଦ୍ୱାରା ପାରିତ ହୋଇଥିବା ଏକ ଆଇନ୍‌, ଯାହା ଲୋକମାନଙ୍କର ଭଲକୁ ଦର୍ଶାଇଥାଏ, ଏହାକୁ ସର୍ବୋଚ୍ଚ ନ୍ୟାୟାଳୟ ଋଦ୍ଧକରି ଦେଇଛନ୍ତି, ଯାହା ବିଷୟରେ ଦୁନିଆକୁ ଆଦୌ ଜଣା ନାହିଁ । ଉପରାଷ୍ଟ୍ରପତି ସମ୍ବିଧାନର ଦ୍ୱାହି ଦେଇ ଏହା ମଧ୍ୟ କହିଥିଲେ ଯେ, ଯେତେବେଳେ ଆଇନ୍ ସମ୍ବଧିତ କୋଣସି ବିଷୟ ଉପରେ ପ୍ରଶ୍ନ ଉଠେ, ତେବେ କୋର୍ଟ ମଧ୍ୟ ଏହାକୁ ପାଳନ କରିପାରେ । ଧନକଡ଼ କହିଛନ୍ତି ଯେ ୨୦୧୫-୧୬ ମସିହାରେ ସଂସଦ ଏନଜିଏସି ଅଧିନିୟମ ପାରିତ କରିଛି। ସେ କହିଛନ୍ତି, “ଆମେ ଭାରତର ଲୋକ – ସେମାନଙ୍କର ଇଚ୍ଛା ଏକ ସାମ୍ବିଧାନିକ ବ୍ୟବସ୍ଥାରେ ପରିଣତ ହୋଇଥିଲା। ଏକ ବୈଧ ଫୋରମ୍ ମାଧ୍ୟମରେ ପ୍ରକାଶ ପାଇଥିବା ଲୋକଙ୍କ ଶକ୍ତି ଛଡ଼ାଇ ନିଆଗଲା। ଏଭଳି ପଦକ୍ଷେପ ନେଇ ବିଶ୍ୱ ଅବଗତ ନାହିଁ। ” ସୁପ୍ରିମକୋର୍ଟ ଏବଂ ହାଇକୋର୍ଟର ବିଚାରପତିଙ୍କ ନିଯୁକ୍ତିର କଲେଜିୟମ ବ୍ୟବସ୍ଥାକୁ ରଦ୍ଦ କରିବାକୁ ଏନଜିଏସିଅଧିନିୟମ ଥିଲା, ତଥାପି ସର୍ବୋଚ୍ଚ ନ୍ୟାୟାଳୟ ଏହାକୁ ଅସାମ୍ବିଧାନିକ ବୋଲି କହିଥିଲେ।

ଧନକଡ଼ କହିଛନ୍ତି ଯେ ୨୦୧୫-୧୬ ମସିହାରେ ସଂସଦ ଏକ ଏନଜିଏସି ଅଧିନିୟମ ପାରିତ କରିଛି। ସେ ଏହା ମଧ୍ୟ କହିଥିଲେ ଯେ, ‘ଆମେ ଭାରତର ଲୋକ – ସେମାନଙ୍କର ଇଚ୍ଛା ଏକ ସାମ୍ବିଧାନିକ ବ୍ୟବସ୍ଥାରେ ପରିଣତ ହୋଇଥିଲା। ଏକ ବୈଧ ଫୋରମ୍(ସୁପ୍ରିମକୋର୍ଟ) ମାଧ୍ୟମରେ ପ୍ରକାଶ ପାଇଥିବା ଲୋକଙ୍କ ଶକ୍ତି ଛଡ଼ାଇ ନିଆଗଲା। ଏଭଳି ପଦକ୍ଷେପ ନେଇ ବିଶ୍ୱ ଅବଗତ ନାହିଁ। ତେବେ ସୁପ୍ରିମକୋର୍ଟ ଏବଂ ହାଇକୋର୍ଟର ବିଚାରପତିଙ୍କ ନିଯୁକ୍ତିର କଲେଜିୟମ ବ୍ୟବସ୍ଥାକୁ ରଦ୍ଦ କରିବାର ଅଧିନିୟମ ଥିଲା, ତଥାପି ସର୍ବୋଚ୍ଚ ନ୍ୟାୟାଳୟ ଏହାକୁ ଅସାମ୍ବିଧାନିକ ବୋଲି ଖାରଜ କରିଦେଇଥିଲେ।

Get real time updates directly on you device, subscribe now.