fbpx

ନବ ନିର୍ବାଚିତ ବିଧାୟକଙ୍କ ଶପଥ ପାଠ ଆରମ୍ଭ, ବିଧାୟକ ଭାବେ ପ୍ରଥମେ ଶପଥ ନେଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ

Advertisement

ଭୁବନେଶ୍ୱର: ଆଜି ବିଧାନସଭାରେ ୧୪୭ ନବ ନିର୍ବାଚିତ ବିଧାୟକ ଶପଥ ପାଠ ଉତ୍ସବ ଆରମ୍ଭ ହୋଇଛି । ପ୍ରଥମେ ଓଡ଼ିଶା ମୁଖ୍ୟମନ୍ତ୍ରୀ ମୋହନ ମାଝୀ ବିଧାୟକ ଭାବେ ଶପଥ ଗ୍ରହଣ କରିଛନ୍ତି । ପ୍ରଭାତୀ ପରିଡ଼ା ଏବଂ କେଭି ସଂ ଦେଓ ଉପ ମୁଖ୍ୟମନ୍ତ୍ରୀ  ଭାବେ ଶପଥ ଗ୍ରହଣ କରିଛନ୍ତି । କାମଚଳା ବାଚସ୍ପତି ରଣେନ୍ଦ୍ର ସ୍ୱାଇଁ ବିଧାୟକଙ୍କୁ ଶପଥ ପାଠ କରାଇଛନ୍ତି । ଏହି ଶପଥ ପାଠ ଉତ୍ସବ ପାଇଁ ବିଧାନସଭାରେ ବିଜେଡି ସୁପ୍ରମୋ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ପହଂଚିଛନ୍ତି ।

ଖବର ଅନୁଯାୟୀ ଆଗାମୀ ଦୁଇ ଦିନ ଧରି ନବନିର୍ବାଚିତ ବିଧାୟକଙ୍କ ଶପଥ ପାଠ ଉତ୍ସବ ଚାଲିବ । ମଙ୍ଗଳବାର ସକାଳ ୧୦ଟାରୁ ଆରମ୍ଭ ହୋଇଥିବା ଶପଥ ପାଠ ଉତ୍ସବ ସନ୍ଧ୍ୟା ୫ଟା ଯାଏଁ ଚାଲିବ । ସେହିପରି ଆସନ୍ତା ୨୦ ତାରିଖ ହେବାକୁ ଥିବା ବାଚସ୍ପତି ନିର୍ବାଚନ ପାଇଁ ବୁଧବାର ନାମାଙ୍କନ ପତ୍ର ଦାଖଲ ହେବ । ତେବେ ଶପଥ ଗ୍ରହଣ ଉତ୍ସବ ପାଇଁ ପୋଲିସ ଡିଜି ବିଧାନସଭାର ସୁରକ୍ଷା ଯାଞ୍ଚକୁ କଡ଼ାକଡ଼ି କରିଛନ୍ତି ।

 

 

Get real time updates directly on you device, subscribe now.