CHARIDHAM

Big Breaking: ଗ୍ରୋସରୀ ଦୋକାନୀଙ୍କୁ ହାଣି ପଳାଇଲେ ଦୁର୍ବୃତ୍ତ, ଯୁବକଙ୍କର ମୃତ୍ୟୁ

ଘର ସାମ୍ନାରେ ଦୋକାନୀଙ୍କୁ ହାଣି ଦେଲେ ଦୁର୍ବୃତ୍ତ

ବଲାଙ୍ଗିର: ଏକ ବଡ ଖବର ବଲାଙ୍ଗିରରୁ ସାମ୍ନାକୁ ଆସିଛି । ଗ୍ରୋସରୀ ଦୋକାନୀଙ୍କୁ ହାଣି ଦେଲେ ଦୁର୍ବୃତ୍ତ। ସୂଚନାନୁଯାୟୀ, ବିଷ୍ଣୁମୁଣ୍ଡା ଛକରେ ଥିବା ଦୋକାନରେ ବସିଥିବା ବେଳେ ହଠାତ ଦୁର୍ବୃତ୍ତମାନେ ଆସି ଦୋକାନୀଙ୍କ ଉପରେ ଆକ୍ରମଣ କରିଥିଲେ।

ଦୁର୍ବୃତ୍ତ ଦୋକାନୀଙ୍କୁ ହାଣି ସଂଗେ ସଂଗେ ଘଟଣାସ୍ଥଳରୁ ଫେରାର ହୋଇଯାଇଛନ୍ତି। ତେବେ ଦୋକାନୀଙ୍କୁ କିଏ କ’ଣ ପାଇଁ ହାଣିଲା ତାହା ଏପର୍ଯ୍ୟନ୍ତ ଜଣାପଡ଼ିନି। ଏନେଇ ଟାଉନ ପୋଲିସର ତଦନ୍ତ ଜାରି ରହିଛି ।

ଘର ସାମ୍ନା ଦୋକାନରେ ଠିଆ ହୋଇଥିବା ବେଳେ ଦୁର୍ବୃତ୍ତ ଆକ୍ରମଣ କରିଥିଲେ। ନିଶାଶକ୍ତ ଦୁର୍ବୃତ୍ତ ଭୁଜାଲିରେ ଆକ୍ରମଣ କରି ଫେରାର ହୋଇଯାଇଛି। ଭୁଜାଲି ମାଡ଼ରେ ଗୁରୁତର ହୋଇଥିଲେ ଯୁବକ। ହସ୍ପିଟାଲରେ ଆଣିବା ବାଟରେ ଯୁବକଙ୍କର ମୃତ୍ୟୁ ଘଟିଛି।