ଓଡିଶା ଭାସ୍କର: ଇତି ମଧ୍ୟରେ ଭାରତ ବର୍ଷ ତାର ୭୭ତମ ସ୍ୱାଧୀନତା ଦିବସ ପାଳନ କରିଛି । ଏହି ଉପଲକ୍ଷେ ଗତକାଲି ସାରା ଦେଶରେ ଜାତୀୟ ପତାକା ଉତ୍ତୋଳନ କରାଯାଇଛି । ସେହିପରି କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ବ୍ଲକ ସଦର ମହକୁମାର ବିଭିନ୍ନ ସରକାରୀ ଓ ବେସରକାରୀ ଅନୁଷ୍ଠାନ ମାନଙ୍କରେ ସ୍ୱାଧୀନତା ଦିବସ ପାଳନ କରାଯାଇଥିଲା । ହେଲେ ଗତକାଲି ଏଭଳି ଏକ ଲଜ୍ୟା ଜନକ ଘଟଣା ଦେଖାଦେଇଛି ଯାହାକୁ ନେଇ ସାରା ଦେଶର ମୁଣ୍ଡ ନଇଁଯିବ । ତ୍ରିରଙ୍ଗା ପତାକା ଓ ଲୁହା ପାଇପ ଖୁଣ୍ଟକୁ ବି ଛାଡ଼ି ନାହାନ୍ତି ଦୁର୍ବୃତ୍ତ । ଏହି ଅପ୍ରୀତିକର ଘଟଣାକୁ ନେଇ ଏବେ ସାଧାରଣରେ ଚର୍ଚ୍ଚାର ବିଷୟ ପାଲଟିଛି ।
ସୂଚନା ଥାଉକି, ଗତକାଲି ସକାଳେ ଲକ୍ଷ୍ମୀପୂର ଆଇସିଡିଏସ କାର୍ୟ୍ୟାଳୟରେ ସିଡିପିଓ ପାର୍ବତୀ ଆଚାର୍ୟ୍ୟ ଜାତୀୟ ପତାକା ଉତ୍ତଳୋନ କରିଥିଲେ । ଏହା ପରେ କାର୍ୟ୍ୟାଳୟରେ ତାଲା ପକାଇ ସେ ଘରକୁ ଫେରି ଯାଇଥିଲେ । ଏପରିକି କର୍ମଚାରୀ ମଧ୍ୟ କାର୍ୟ୍ୟାଳୟରେ କେହି ନଥିଲେ। ଦିନ ୧୨ଟା ବେଳକୁ କାର୍ୟ୍ୟାଳୟର କର୍ମଚାରୀ ଆସି ଦେଖିବା ବେଳକୁ ପତାକା ଓ ଖୁଣ୍ଟ ନଥିବା ଦେଖିବାକୁ ପାଇଥିଲେ। ତ୍ରିରଙ୍ଗା ସହ ଖୁଣ୍ଟ ଦିନ ୧୨ଟା ସମୟରେ ଉଭାନ ଦେଖି ସେ ଚକିତ ହୋଇଯାଇଥିଲେ । ଏହା ପରେ କଥା ପଡୁ ପଡୁ, ଘଣ୍ଟାଏ ପରେ ତରବରିଆ ଭାବେ କେହି ଏକ ବାଉଁଶ ଖୁଣ୍ଟ ଆଣି ପୁଣି ପତାକା ଲଗାଇ ଚାଲି ଯାଇଥିଲେ। ତେବେ ଏଭଳି ଘଟଣା ଦେଖା ଦେଇଥିବାରୁ ଦୁର୍ବୃତ୍ତ ଏହି ଲୁହା ପାଇପକୁ ଚୋରି କରିଥିବା ଅନୁମାନ କରାଯାଉଛି ।
ସେପଟେ ଏନେଇ ଥାନାରେ ଅଭିଯୋଗ କରିଛନ୍ତି ସିଡିପିଓ ପାର୍ବତୀ ଆଚାର୍ୟ୍ୟ । ପୁଲିସ ଆସି ଘଟଣାର ତଦନ୍ତ ମଧ୍ୟ ଆରମ୍ଭ କରିଛି । ଏଭଳି ଘଟଣାକୁ ନେଇ ଏବେ ସାଧାରଣରେ ନିନ୍ଦା ପ୍ରକାଶ ପାଇଛି ।