ଉତ୍ତରପ୍ରଦେଶ: ଚୋରି କରିବା ପାଇଁ ଡାକ୍ତରଖାନାରେ ପଶିଥିଲା ଚୋର, କିନ୍ତୁ ଏଭଳି କିଛି ହେଲା ଯେଉଁଥିପାଇଁ ସେ ଚୋରି କଣ କରିବ ନିଜେ ଦୁଇ ମହଲା ଉପରୁ ଡେଇଁ ପଡିଲା। ଏଭଳି ଏକ ଆଶ୍ଚର୍ଯ୍ୟଜନକ ଘଟଣା ଦେଖିବାକୁ ମିଳିଛି ଉତ୍ତର ପ୍ରଦେଶର ହରଦୋଇ ଜିଲ୍ଲାରେ।
ଏଠାରେ ଜଣେ ଚୋର ଚୋରି କରିବା ଉଦ୍ଦେଶ୍ୟରେ ଏକ ଘରୋଇ ହସ୍ପିଟାଲ ଭିତରକୁ ପ୍ରବେଶ କରିଥିଲା। ତା ପରେ ସେ ଘରେ ଥିବା କାଚ ଏବଂ ଅନ୍ୟାନ୍ୟ ଜିନିଷ ସବୁ ଭାଙ୍ଗି ବହୁତ ହଙ୍ଗାମା କରିଥିଲା।
ଯେତେବେଳେ ସେ ଦେଖିଲା ତା ଚାରିପଟେ ପରିବାରର ସମସ୍ତ ଲୋକ ଘେରି ରହିଛନ୍ତି ସେତେବେଳେ ସେ ଦ୍ୱିତୀୟ ମହଲାରୁ ତଳକୁ ଡେଇଁ ପଡିଥିଲା, ଯାହା ଫଳରେ ସେ ଆହତ ମଧ୍ୟ ହୋଇଥିଲା।
ଏହାପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଆହତ ଯୁବକଙ୍କୁ ହେପାଜତକୁ ନେଇଛି ଏବଂ ପଚରାଉଚରା କରୁଛି। ତା ଛଡା ପୋଲିସ ଏହି ମାମଲାରେ ଆବଶ୍ୟକ ଆଇନଗତ କାର୍ଯ୍ୟାନୁଷ୍ଠାନ ମଧ୍ୟ ଗ୍ରହଣ କରୁଛି।