ଭୁବନେଶ୍ୱର: ନିଯୁକ୍ତି ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବାକୁ ଗୁରୁତ୍ୱ ଦେଇଛନ୍ତି ରାଜ୍ୟ ସରକାର। ସେଥିପାଇଁ ସଚିବସ୍ତରୀୟ ବୈଠକ ଡାକି ସବିଶେଷ ରିପୋର୍ଟ ଦାଖଲ ପାଇଁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି।
ସବୁ ବିଭାଗକୁ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଚିଠି ମିଳିଛି। 41 ଟି ବିଭାଗରେ 3 ଲକ୍ଷ 87 ହଜାର 706 ପଦବୀ ଥିବାବେଳେ ସେଥିମଧ୍ୟରୁ 96 ହଜାର 854 ପଦବୀ ଖାଲି ପଡିଛି।
ରାଜ୍ୟରେ ସରକାରୀ ବିଭାଗ ଗୁଡିକରେ ପଦବୀ ଗୁଡିକ ଖାଲି ପଡିଥିବାବେଳେ ସେସବୁ ପୁରଣ କରିବା ପାଇଁ ରାଜ୍ୟ ସରକାର ସଚିବ ସ୍ତରୀୟ ବୈଠକ ଡାକି ରିପୋର୍ଟ ଦାଖଲ ପାଇଁ ନିର୍ଦ୍ଦେଶ ଦେଇଛନ୍ତି।