fbpx

NESTSରେ ବାହାରିଛି ୪୦୬୨ଟି ପଦବୀ, ଇଚ୍ଛୁକ ପ୍ରାର୍ଥୀ କରନ୍ତୁ ଆବେଦନ

ନୂଆଦିଲ୍ଲୀ : NESTS ଆଦିବାସୀ ଛାତ୍ରମାନଙ୍କ ପାଇଁ EMRS ନିଯୁକ୍ତି ପାଇଁ ବିଜ୍ଞାପନ ପ୍ରକାଶ କରିଛି । ୪,୦୦୦ ରୁ ଅଧିକ ଶିକ୍ଷକ ଏବଂ ଅଣଶିକ୍ଷକ ପଦବୀରେ ନିଯୁକ୍ତି ପାଇଁ ଅନଲାଇନ୍ ଆବେଦନ ପ୍ରକାଶ କରାଯାଇଛି । ଏଥିପାଇଁ ପ୍ରାର୍ଥୀମାନେ ୩୧ ଜୁଲାଇ ୨୦୨୩ ପର୍ଯ୍ୟନ୍ତ ଆବେଦନ କରିପାରିବେ। ଆବେଦନକାରୀ ଅଫିସିଆଲ୍ ୱେବସାଇଟ୍ emrs.tribal.gov.in ମାଧ୍ୟମରେ ଆବେଦନ କରିପାରିବେ । ଏହି ପୋଷ୍ଟଗୁଡିକରେ ପ୍ରିନ୍ସିପାଲ୍ ପାଇଁ ୩୦୩, PGT ପାଇଁ ୨୨୬୬, ଆକାଉଣ୍ଟାଣ୍ଟ ପାଇଁ ୩୬୧, ଜୁନିଅର ସେକ୍ରେଟାରିଏଟ୍ ଆସିଷ୍ଟାଣ୍ଟ ପାଇଁ ୭୫୯ ଏବଂ ଲ୍ୟାବ ଆଟେଣ୍ଡାଣ୍ଟ ପାଇଁ ମୋଟ ୩୭୩ଟି ପଦବୀ ରହିଛି । ପ୍ରାର୍ଥୀମାନେ ଏହି ପଦବୀ ପାଇଁ କେବଳ ଧାର୍ଯ୍ୟ ତାରିଖ ପର୍ଯ୍ୟନ୍ତ ଆବେଦନ କରିପାରିବେ। ଆବେଦନ କେବଳ ଅନଲାଇନ ମୋଡରେ କରିବାକୁ ପଡିବ ।

ଦକ୍ଷତା : ପ୍ରିନ୍ସିପାଲ୍ ପୋଷ୍ଟ ପାଇଁ, B.Ed ସହିତ ମାଷ୍ଟର ଡିଗ୍ରୀ ଆବଶ୍ୟକ । ହିନ୍ଦୀ, ଇଂରାଜୀ ବ୍ୟତୀତ ପ୍ରାର୍ଥୀମାନଙ୍କର ସ୍ଥାନୀୟ ଭାଷା ଏବଂ କମ୍ପ୍ୟୁଟର ବିଷୟରେ ଜ୍ଞାନ ଥିବା ଆବଶ୍ୟକ । ଅନ୍ୟପକ୍ଷରେ, PGT ପଦବୀ ପାଇଁ ପ୍ରାର୍ଥୀମାନେ ସମ୍ପୃକ୍ତ ବିଷୟ ଉପରେ ମାଷ୍ଟର ଡିଗ୍ରୀ ହାସଲ କରିଥିବା ଜରୁରୀ ।  ଆକାଉଣ୍ଟାଣ୍ଟ ପୋଷ୍ଟ ପାଇଁ ବାଣିଜ୍ୟରେ ସ୍ନାତକୋତ୍ତର ଡିଗ୍ରୀ ଥିବା ଆବଶ୍ୟକ । ଲ୍ୟାବ ଆଟେଣ୍ଡାଣ୍ଟ ପଦ ପାଇଁ ପ୍ରାସଙ୍ଗିକ ଷ୍ଟ୍ରିମରେ ଡିପ୍ଲୋମା ସହିତ ଦଶମ ପାସ କରିଥିବା ଆବଶ୍ୟକ ।

ବୟସ ସୀମା : ପ୍ରିନ୍ସିପାଲ୍ ପଦଵୀ ପାଇଁ ବୟସ ସୀମା ୫୫ ବର୍ଷରୁ ଅଧିକ ନୁହେଁ । PGT ପଦବୀ ପାଇଁ ସର୍ବାଧିକ ବୟସ ସୀମା ୪୦ ବର୍ଷ ପର୍ଯ୍ୟନ୍ତ ସ୍ଥିର କରାଯାଇଛି । ସଂରକ୍ଷିତ ବର୍ଗର ପ୍ରାର୍ଥୀଙ୍କୁ ସର୍ବାଧିକ ବୟସ ସୀମାରେ ରିହାତି ଦିଆଯାଇଛି । ଅଧିକ ବିବରଣୀ ପାଇଁ, ପ୍ରାର୍ଥୀମାନେ ପ୍ରକାଶିତ ନିଯୁକ୍ତି ବିଜ୍ଞାପନ ଯାଞ୍ଚ କରନ୍ତୁ ।

ଆବେଦନ ଶୁଳ୍କ : ପ୍ରିନ୍ସିପାଲ୍ ପଦ ପାଇଁ ୨୦୦୦ ଟଙ୍କା, PGT ପୋଷ୍ଟ ପାଇଁ ୧୫୦୦ ଟଙ୍କା ଏବଂ ଅଣଶିକ୍ଷକ କର୍ମଚାରୀଙ୍କ ପାଇଁ ୧୦୦୦ ଟଙ୍କା ଆବେଦନ ଫି ସ୍ଥିର କରାଯାଇଛି।

ପ୍ରାର୍ଥୀ ଚୟନ ପ୍ରକ୍ରିୟା : ଲିଖିତ ପରୀକ୍ଷା ମାଧ୍ୟମରେ ପ୍ରାର୍ଥୀଙ୍କୁ ଚୟନ କରାଯିବ। ପରୀକ୍ଷାର ଢାଞ୍ଚା EMRS ୱେବସାଇଟରେ ପ୍ରକାଶିତ ହୋଇଛି ।

Get real time updates directly on you device, subscribe now.