ପୃଥିବୀର ଏକ ଏପରି ଦ୍ୱୀପ ରହିଛି, ଯେଉଁଠାରେ ମୃତ୍ୟୁ ଆପଣଙ୍କୁ ଅପେକ୍ଷା କରିଛି

ଓଡିଶା ଭାସ୍କର : ଭାରତରେ ଏକ ଏପରି ଦ୍ୱୀପ ରହିଛି ଯେଉଁଠିକୁ ଆପଣ ଗଲେ ସେଠାରୁ ଜୀବିତ ପେରିପାରିବେ ନାହିଁ । ଏହି ଦୀପ ଆଣ୍ଡାମାନ- ନିକୋବର ଦ୍ୱୀପପୁଞ୍ଜରେ ରହିଥିବା ସେଣ୍ଟନଲ ଦୀପ,ଏଠାକୁ ଯେକୌଣସି ବାହାର ଲୋକ ପ୍ରବେଶ କରିବା ପରେ ତାହାର ମୃତ୍ୟୁ ହୋଇଥାଏ । ଏହି ଦ୍ୱୀପରେ ସେଣ୍ଟିନଲି ଆଦିବାସୀ ରୁହନ୍ତି, ସେମାନେ ହିଂସ୍ର ।

ଏଠାରେ ରହୁଥିବା ଆଦିବାସୀ ମାନଙ୍କର ଆଧିନିକତା ସହିତ କୌଣସି ସମ୍ପର୍କ ନାହିଁ । ଯଦି ଏଠାରେ କୌଣସି ବାହାର ବ୍ୟକ୍ତି ପ୍ରବେଶ କରେ ତେବେ ସେମାନେ ହିଂସ୍ର ହୋଇ ଉଠନ୍ତି । ସୂଚନା ଅନୁସାରେ ଏଠାକୁ ଥରେ ଜଣେ ଆମେରିକୀୟ ପର୍ଯ୍ୟଟକ ଯାଇଥିଲେ କିନ୍ତୁ ସେଠାରେ ତାଙ୍କ ହତ୍ୟା କରାଯାଇଥିଲା ।

ଏହି ଦୀପର ରହସ୍ୟ ବିଷୟରେ ଏବେ ବି କାହାକୁ ଜଣା ନାହିଁ । କିନ୍ତୁ ଯେତିକି ଜଣା ପଡିଛି ସେଥିରେ ଏହା ଜଣା ପଡିଛି ଏହି ଦୀପ ଖୁବ ସୁନ୍ଦର । ଏହି ଦ୍ୱୀପ କେବଳ ୨୩ ବର୍ଗ ମିଟରେ ବ୍ୟାପିଛି । ଏଠାରେ ପାଖା ପାଖି ୬୦ ହଜାର ବର୍ଷରୁ ଆଦିବାସୀ ଏଠାରେ ବସବାସ କରୁଛନ୍ତି । ଆଣ୍ଡାମାନ- ନିକୋବର ଦୀପ ସମୁହରେ ମୋଟ ୫୭୨ ଦ୍ୱୀପ ରହିଛି । ଯେଉଁଥିରେ କେବଳ ୩୮ ଦ୍ୱୀପରେ ଲୋକମାନେ ବସବାସ କରନ୍ତି ।