fbpx

କୋଭିଡର ନୂଆ ଭାରିଆଣ୍ଟକୁ ନେଇ ବଢୁଛି ଚିନ୍ତା;ଆସନ୍ତାକାଲି ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ

Advertisement

ଭୁବନେଶ୍ୱର: ଚୀନରେ କୋଭିଡର ନୂଆ ଭାରିଆଣ୍ଟ ବିଏଫ୍ -୭ ର ସଂକ୍ରମଣ ଦ୍ରୁତ ଗତିରେ ବୃଦ୍ଧି ପାଇବାର ଲାଗିଛି । ଫଳରେ ସେଠାରେ ଲକ୍ଷ ଲକ୍ଷ ଲୋକଙ୍କ ମୃତ୍ୟୁ ହେଉଥିବା ବେଳେ କୋଟି କୋଟି ଲୋକ ସଂକ୍ରମିତ ହେଉଛନ୍ତି । ଯାହାକୁ ନେଇ ବର୍ତ୍ତମାନ କେନ୍ଦ୍ରସରକାରଙ୍କ ଠାରୁ ଆରମ୍ଭ କରି ରାଜ୍ୟସରକାର ସମସ୍ତଙ୍କ ଚିନ୍ତା ବଢିଛି । ଫଳରେ ଏହାର ମୁକାବିଳା ପାଇଁ ମୁଖ୍ୟମନ୍ତ୍ରୀ ଆସନ୍ତାକାଲି ସମୀକ୍ଷା କରିବାକୁ ଯାଉଛନ୍ତି । ଯେଉଁଥିରେ ସ୍ୱାସ୍ଥ୍ୟ ମନ୍ତ୍ରୀ,ସଚିବଙ୍କ ସହ ପ୍ରମୁଖ ଅଧିକାରୀମାନେ ସାମିଲ ରହିବେ । ତେବେ ଏନେଇ ଆଜି ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

ତେବେ ଏହି ସମୀକ୍ଷାରେ କୋଭିଡର ବର୍ତ୍ତମାନ ସ୍ଥିତିକୁ ନେଇ ଆଲୋଚନା ହେବା ସହ ଏଥିରେ ସିଡିଏମଓ, ମିଡିକାଲ କଲେଜ କତ୍ତୃପକ୍ଷ ଓ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଆଦି ଉପସ୍ଥିତ ରହିବେ । ତେବେ ଏହି ସମୀକ୍ଷାରେ ଆଗାମୀ ଦିନରେ କୋଭିଡ ମୁକାବିଲା ପାଇଁ ରଣନୀତି ପ୍ରସ୍ତୁତ ହେବା ନେଇ ସୂଚନା ମିଳିଛି ।

ତେବେ ଏହା ପୂର୍ବରୁ ପ୍ରଧାନମନ୍ତ୍ରୀ ବିଭିନ୍ନ ରାଜ୍ୟର ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିବା ସହ ଆର୍ଲଟ ରହିବାକୁ ନିର୍ଦ୍ଦେଶ ଦେଇଥିଲେ । ଏଥିସହିତ ଦେଶବାସୀଙ୍କୁ ଏହି ମହାମାରୀର ମୁକାବିଲା ପାଇଁ କୋଭିଡ ନିୟମକୁ କଡାକଡି ପାଳନ କରିହା ସହ ମାସ୍କ ପିନ୍ଧିବାକୁ ପରାମର୍ଶ ମଧ୍ୟ ଦେଇଥିଲେ । ଏତତ୍ ବ୍ୟତୀତ ପ୍ରତ୍ୟେକ ହସ୍ପିଟାଲରେ ଅକ୍ସିଜେନ ସିଲିଣ୍ଡର ରଖିବାକୁ ପ୍ରଧାନମନ୍ତ୍ରୀ ସମସ୍ତ ରାଜ୍ୟର ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

Get real time updates directly on you device, subscribe now.