fbpx

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପ୍ରସଙ୍ଗରେ ମୁଖ୍ୟ ଶାସନ ସଚିବଙ୍କ ପ୍ରତିକ୍ରିୟା: କହିଲେ ମନ୍ଦିର ପ୍ରତି ନାହିଁ ବିପଦ

ପୁରୀ: ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପରେ ନିର୍ମାଣ ନେଇ ବିବାଦ ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର । ସୋମବାର ଶ୍ରୀମନ୍ଦିର ରୋଷଘର ଚୁଲି ଭଙ୍ଗା ଘଟଣାର ଅନୁଧ୍ୟାନ ପାଇଁ ପୁରୀ ଗସ୍ତରେ ଆସିଥିବା ସମୟରେ ପରିକ୍ରମା ପ୍ରକଳ୍ପ ନେଇ ପ୍ରତିକ୍ରିୟା ରଖିଛନ୍ତି

ମୁଖ୍ୟ ସଚିବ କହିଛନ୍ତି ଏଏସଆଇ ସହ ସମନ୍ୱୟ ରଖି ସବୁ କାମ କରାଯାଉଛି, ପୁରୀ ଆସୁଥିବା ଲକ୍ଷ ଲକ୍ଷ ଭକ୍ତଙ୍କ ସୁବିଧା ପାଇଁ ଏସବୁ କରାଯାଉଛି । ମନ୍ଦିର ଚତୁଃପାଶ୍ୱର୍ରେ ମାତ୍ର ୫ ରୁ ୧୦% ଜାଗାରେ ନିର୍ମାଣ କାର୍ଯ୍ୟ କରାଯିବ । ବାକି ସମସ୍ତ ଜାଗା ପରିକ୍ରମା ପାଇଁ ଉଦ୍ଦିଷ୍ଟ ରହିବ । ମନ୍ଦିର ପ୍ରତି କିଛି ବିପଦ ଅଛି ବୋଲି ମୁଁ ଭାବୁ ନାହିଁ ବୋଲି କହିଛନ୍ତି ମୁଖ୍ୟ ଶାସନ ସଚିବ ।

Get real time updates directly on you device, subscribe now.