fbpx

LIC କମ୍ପାନୀରେ ହେବ ବଡ ପରିବର୍ତ୍ତନ, ସରକାର ଘରୋଇ ବ୍ୟକ୍ତି ମାନଙ୍କ ପାଇଁ ପ୍ରସ୍ତୁତି କରିଛନ୍ତି ଏହି ପ୍ଲାନ!

ନୂଆଦିଲ୍ଲୀ : ଦେଶର ସବୁଠାରୁ ବଡ ବୀମା କମ୍ପାନୀ ଏଲଆଇସିରେ ଆଗକୁ ବଡ଼ ପରିବର୍ତ୍ତନ ହେବାକୁ ଯାଉଛି । ଏହି ତଥ୍ୟ କମ୍ପାନୀ ଅଧିକାରୀଙ୍କ ନିକଟରୁ ସୂଚନା ମିଳିଛି । କମ୍ପାନୀ ବର୍ତ୍ତମାନ ନିଜକୁ ଆଧୁନିକ ବନାଇବା ପାଇଁ ଏହି ପ୍ଲାନ ପ୍ରସ୍ତୁତ କରୁଛି । ଏଲଆଇସିର ବଡ଼ ପରିବର୍ତ୍ତନ ନିବେଶକ ଏବଂ କମ୍ପାନୀର ଗ୍ରାହକ ମାନଙ୍କୁ ଲାଭ ପ୍ରଦାନ କରିବ । ରାୟଟର୍ସଙ୍କ ଖବର ଅନୁସାରେ, ସରକାରୀ ଅଧିକାରୀ କହିଛନ୍ତି ଯେ, କମ୍ପାନୀକୁ ବର୍ତ୍ତମାନ ମଡର୍ଣ୍ଣ ଟ୍ରାକକୁ ଆଣିବାକୁ ପଡିବ ଏବଂ ଏହାପଇଁ କମ୍ପାନୀରେ ସିଇଓ ନିଯୁକ୍ତି ହେବା ଆବଶ୍ୟକ ।

ସରକାରୀ ଅଧିକାରୀଙ୍କ ଠାରୁ ମିଳିଥିବା ସୂଚନା ଅନୁଯାୟୀ, ଏକ ଘରୋଇ କ୍ଷେତ୍ରରେ ବୃତ୍ତିଗତକୁ ଏଲଆଇସିର ପ୍ରଥମ ସିଇଓ ଭାବେ ନିଯୁକ୍ତି ଦିଆଯାଇପାରେ, ଯାହା କମ୍ପାନୀର ନିବେଶକ ମାନଙ୍କୁ ବହୁତ ଲାଭ ଦେବ । ପ୍ରକୃତରେ ଏଲଆଇସି ୪୧ଲକ୍ଷ ଅର୍ଥାତ ବୈଦେଶିକ କ୍ଷେତ୍ରରେ ୫୦୦.୬୯ ବିଲିୟନ ଡଲାର ପାଣ୍ଠି ପରିଚାଳନା କରେ ।

କହିବାକୁ ଗଲେ ପୂର୍ବ ୬୬ ବର୍ଷର ଇତିହାସରେ ପ୍ରଥମଥର ପାଇଁ କମ୍ପାନୀରେ ସିଇଓ ନିଯୁକ୍ତି କରାଯିବ । ଅଧିକାରୀମାନେ ଏହା ମଧ୍ୟ କହିଛନ୍ତି, ସରକାର ଏଲଆଇସି ସିଇଓର ନିଯୁକ୍ତି ପାଇଁ ଯୋଗ୍ୟତା ବିସ୍ତାର କରିବାକୁ ଯୋଜନା କରୁଛନ୍ତି । ତେବେ ଅଧିକାରୀଙ୍କ ସୂଚନା ଅନୁଯାୟୀ, ବର୍ତ୍ତମାନ ଏଲଆଇସିର କାର୍ଯ୍ୟକାରିତା ଦାୟିତ୍ୱ ସଂପୂର୍ଣ୍ଣ ଭାବେ ଅର୍ଥମନ୍ତ୍ରଣାଳୟ ଉପରେ ରଅଛି । ଏହାସହ କମ୍ପାନୀର ଚେୟାର ମ୍ୟାନ ଅନ୍ୟାନ୍ୟ କାର୍ଯ୍ୟ ତଦାରଖ କରନ୍ତି । ହେଲେ ଖବର ଆସି ପହଁଚିଛି ଯେ, ୨୦୨୩ ମାର୍ଚ୍ଚ ମାସ ସୁଧା ଏହି ପଦକୁ ପରିବର୍ତ୍ତନ କରାଯାଇ ସରକାର ପ୍ରାଇଭେଟ ସେକ୍ଟରେ ଚିଫ ଏଗ୍ଜୁକୁଟିଭଙ୍କ ନିଯୁକ୍ତି କରିବେ ।

ଏହି ନିଯୁକ୍ତି ପାଇଁ ସରକାର ଏଲଆଇସି ନିୟମରେ ବଡ଼ ପରିବର୍ତ୍ତନ ଆଣିଛନ୍ତି । ସୂତ୍ର ଅନୁଯାୟୀ, ସରକାରଙ୍କ ଏହି ନିଷ୍ପତ୍ତିରେ ସେୟାର ଧାରକଙ୍କୁ ବଡ ଲାଭ ମିଳିବ । ଏଲଆଇସି ଦେଶର ସବୁଠାରୁ ବଡ ଜୀବନ ବୀମା କମ୍ପାନୀ ଏବଂ ଏହା ୧୯୫୬ ମସିହାରେ ସ୍ଥାପନ କରାଯାଇଥିଲା । ଏହା ସମ୍ପୂର୍ଣ୍ଣ ରୂପେ ସରକାରଙ୍କ ଅଧିକାରରେ ଅଛି ।

Get real time updates directly on you device, subscribe now.