ମୁମ୍ବାଇ: ବଲିଉଡର ଆତ୍ମା କୁହାଯାଉଥିବା ଖାନ ଅଭିନେତାଙ୍କ ଆକର୍ଷଣ ଗତ ୩ ଦଶନ୍ଧୀ ଧରି ଧରି ଅକ୍ଷୁର୍ଣ୍ଣ ରହିଛି। ଶାହରୁଖ ଖାନ, ଆମିର ଖାନ ଏବଂ ସଲମାନ ଖାନଙ୍କ ସହିତ ସୈଫ ଅଲ୍ଲୀ ଖାନ ମଧ୍ୟ ଏହି ତାଲିକାରେ ଅଛନ୍ତି। ଏହି ୪ ଜଣ ନିଜର ଚମତ୍କାର ଅଭିନୟ ସହିତ ଲକ୍ଷ ଲକ୍ଷ ଲୋକଙ୍କ ହୃଦୟରେ ରାଜ କରନ୍ତି। କିନ୍ତୁ ସେମାନେ ନିଜ କ୍ୟାରିଅରରେ କିଛି ଭୁଲ କରିଛନ୍ତି,ଯାହା ଖୁବ୍ କମ୍ ଲୋକ ଜାଣିଥିବେ ।
ପ୍ରକୃତରେ ଏହି ଚାରିଜଣ ଫିଲ୍ମ ବାଛିବାରେ ବହୁତ ଯତ୍ନ ନିଅନ୍ତି। ତଥାପି ସେ କିଛି ଫିଲ୍ମ ବାଛିବାରେ ଭୁଲ କରିଥିଲେ। ଆମେ ଆପଣଙ୍କ ପାଇଁ ଏହି ପ୍ରତ୍ୟେକ ଅଭିନେତାଙ୍କର ଏପରି ଗୋଟିଏ ଫିଲ୍ମ ଆଣିଛୁ ଯାହା ଏତେ ଖରାପ ରେଟିଂ ପାଇଛି ଯେ, ଆପଣ କଳ୍ପନା ମଧ୍ୟ କରିନଥିବେ। ତେବେ ଆସନ୍ତୁ ଜାଣିବା କାହାର ଫିଲ୍ମ ସେମାନଙ୍କ କ୍ୟାରିଅରର ସବୁଠାରୁ ଖରାପ ଫିଲ୍ମର ରେଟିଂ ପାଇଛି।
ଶାହରୁଖ ଖାନଙ୍କ ସବୁଠାରୁ କମ ରେଟିଂ ଫିଲ୍ମ
ଏହି ତାଲିକାରେ ପ୍ରଥମେ ଶାହରୁଖ ଖାନଙ୍କ ଫିଲ୍ମ ‘ୟେ ଲମ୍ହେ ଜୁଦାଇ କେ’ ଅଛି। ରବିନା ଟଣ୍ଡନଙ୍କ ସହ ଶାହରୁଖଙ୍କ ଏହି ଫିଲ୍ମଟି ୨୦୦୪ରେ ମୁକ୍ତିଲାଭ କରିଥିଲା, କିନ୍ତୁ ଏହା ୧୯୯୪ରେ ନିର୍ମିତ ହୋଇଥିଲା। ଏହି ଫିଲ୍ମଟି IMDb ରେ ୩.୧ ରେଟିଂ ପାଇଥିଲା।
ଆମିରଙ୍କ ସବୁଠାରୁ କମ ରେଟିଂ ଫିଲ୍ମ
ଆମିର ଖାନଙ୍କ ସବୁଠାରୁ ଖରାପ ଫିଲ୍ମ ‘ମେଲା’। ଏହାକୁ ମାତ୍ର ୩.୭ ରେଟିଂ ମିଳିଛି। ଏହି ଫିଲ୍ମରେ ଟ୍ୱିଙ୍କଲ୍ ଖାନ୍ନା ଏବଂ ଆମିରଙ୍କ ଭାଇ ଫୈଜଲ୍ ଖାନ ମଧ୍ୟ ଥିଲେ। ଏହି ଫିଲ୍ମଟି ୨୦୦୦ରେ ମୁକ୍ତିଲାଭ କରିଥିଲା ଏବଂ ସେହି ବର୍ଷର ସବୁଠାରୁ ବଡ଼ ଫ୍ଲପ୍ ମଧ୍ୟରୁ ଗୋଟିଏ ଥିଲା।
ସଲମାନଙ୍କ ସବୁଠାରୁ କମ ରେଟିଂ ଫିଲ୍ମ
ସଲମାନ ବଲିଉଡ ବକ୍ସ ଅଫିସରେ ସବୁଠାରୁ ଯାଦୁକରୀ ଷ୍ଟାର। କିନ୍ତୁ ତାଙ୍କ ସୁପରହିଟ୍ କ୍ୟାରିଅରର ଦ୍ୱିତୀୟ ଇନିଂସରେ, ସେ ଏକ ଫିଲ୍ମ କରିଥିଲେ ଯାହା ପାଇଁ ତାଙ୍କୁ ବହୁତ ଟ୍ରୋଲ୍ କରାଯାଇଥିଲା। ଏହି ଫିଲ୍ମର ନାମ ଥିଲା ‘ରେସ୍ ୩’ ଯାହାକୁ IMDb ରେ କେବଳ ୧.୯ ରେଟିଂ ମିଳିଥିଲା। ୨୦୧୮ରେ ମୁକ୍ତିଲାଭ କରିଥିବା ଏହି ଫିଲ୍ମରେ ଅନିଲ କପୁର ଏବଂ ବବି ଦେଓଲ ମଧ୍ୟ ଥିଲେ।
ସୈଫ୍ ଅଲ୍ଲୀ ଖାନଙ୍କ ସବୁଠାରୁ କମ ରେଟିଂ ଫିଲ୍ମ
ଏହି ତାଲିକାରେ ପରବର୍ତ୍ତୀ ସ୍ଥାନରେ ଅଛି ସୈଫ ଅଲ୍ଲୀ ଖାନଙ୍କ ୨୦୧୪ର କମେଡି ଫିଲ୍ମ ହମସକଲ୍ସ। ଏହାକୁ ଏତେ ଖରାପ ରେଟିଂ ମିଳିଛି ଯେ, ଆପଣ ମଧ୍ୟ ଏହାକୁ ପଢ଼ିବା ପରେ ଆଶ୍ଚର୍ଯ୍ୟ ହୋଇଯିବେ। ପ୍ରକୃତରେ ଏହାକୁ IMDbରେ କେବଳ ୧.୭ ରେଟିଂ ମିଳିଥିଲା।