‘ରାସନ କାର୍ଡ ଫେରାଇବେନି ଠିକା କର୍ମଚାରୀ’, ସ୍ପଷ୍ଟୀକରଣ କଲେ ଯୋଗାଣ ମନ୍ତ୍ରୀ

ଭୁବନେଶ୍ୱର: ରାସନ କାର୍ଡ ଫେରାଇବା ପ୍ରସଙ୍ଗରେ ଯୋଗାଣ ମନ୍ତ୍ରୀ ସ୍ପଷ୍ଟୀକରଣ ଦେଇଛନ୍ତି। ସେ କହିଛନ୍ତି ଯେ, ଠିକା କର୍ମଚାରୀଙ୍କୁ ରାସନ କାର୍ଡ ଫେରାଇବାକୁ କହି ନାହିଁ। ବଡ଼ ଚାକିରି କରି ନଥିବା ଲୋକଙ୍କୁ କାର୍ଡ ଫେରାଇବାକୁ କହିନି।

ସେ ଆହୁରି କହିଛନ୍ତି ଯେ, ଯେଉଁମାନେ ୧୦ ରୁ ୧୨ ହଜାର ଟଙ୍କା ଦରମା ପାଉଛନ୍ତି ଅସୁବିଧା ନାହିଁ। ସେମାନଙ୍କୁ ଫେରାଇବାକୁ କହିନି କି ଫେରାଇବା ଦରକାର ନାହିଁ। ଯେଉଁମାନେ ଆଇଟି ରିଟର୍ଣ୍ଣ ଦାଖଲ କରୁଛନ୍ତି ସେମାନେ ଫେରାନ୍ତୁ।

କେଉଁମାନେ ଫେରାଇବେ ରାସନ କାର୍ଡ: ୩୦ ରୁ ୪୦ ହଜାର ଦରମା ପାଉଥିଲେ ରାସନକାର୍ଡ ଫେରାଇବାକୁ କହିଛନ୍ତି ଯୋଗାଣ ମନ୍ତ୍ରୀ। ଯଦି ସେମାନେ ନ ଫେରାନ୍ତି ତେବେ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି।

ରାସନ କାର୍ଡ ଅପଡେଟ୍ ପାଇଁ ବଢିଲା ସମୟ ସୀମା। ଫେବୃଆରୀ ୧୫ ତାରିଖ ଯାଏଁ ବଢିଲା ରାସନ ଇ-କେୱାଇସି ଅପଡେଟ୍‌। ଅବଧି ବୃଦ୍ଧି ନେଇ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ସୂଚନା ଜାରି କରିଛନ୍ତି।

ପୂର୍ବରୁ ଜାନୁଆରୀ ୩୧ ଶେଷ ତାରିଖ ଥିଲା। ଏହି ସମୟ ସୀମାକୁ ବର୍ତ୍ତମାନ ଫେବୃଆରୀ ୧୫ ତାରିଖକୁ ବୃଦ୍ଧି କରାଯାଇଛି। କିଛି ଲୋକେ ଇ-କେୱାଇସି କରି ନଥିବାରୁ ତାରିଖ ବୃଦ୍ଧି ପାଇଁ ଦାବି କରିଥିଲେ।