fbpx

ନିଷ୍ପତ୍ତି ନେବାରେ ମାହିର ଥାନ୍ତି ଏହି ବ୍ୟକ୍ତି, ସାଇକୋଲୋଜିର ଏହି ସଂକେତରୁ ଜାଣନ୍ତୁ

ଓଡ଼ିଶା ଭାସ୍କର: ଅଧିକାଂଶ ବ୍ୟକ୍ତି ସ୍ମାର୍ଟ ଓ ଇଣ୍ଟେଲିଜେଣ୍ଟ ଥାନ୍ତି । କୌଣସି ପରିସ୍ଥିତିରେ ସେମାନେ ନିଷ୍ପତ୍ତି ନେବାରେ ମାହିର ଥାନ୍ତି । ଏମାନେ ନିଜ ବ୍ୟକ୍ତିତ୍ୱ ଦ୍ୱାରା ଅନ୍ୟକୁ ପ୍ରଭାବିତ କରିଥାନ୍ତି । ଏମିତି ବି କିଛି ବ୍ୟକ୍ତି ଅଛନ୍ତି ଯେଉଁମାନେ ଛୋଡ଼ ବଡ଼ ନିଷ୍ପତ୍ତି ନେବାକୁ ଘାବରାଇଥାନ୍ତି । ବେଳେ ବେଳେ ପ୍ରତିକୂଳ ପରିସ୍ଥିତିରେ କନଫ୍ୟୁଜ୍ ହୋଇଯାନ୍ତି ଏବଂ ଭୁଲ ନିଷ୍ପତ୍ତି ନେଇଥାନ୍ତି । ତେବେ ସାଇକୋଲୋଜି ଅନୁଯାୟୀ ଏଭଳି କିଛି ସଂକେତ ରହିଛି ଯଦ୍ୱାରା ଜଣାପଡ଼ିଥାଏ କି ଅପଣ ଉଚିତ ନିଷ୍ପତ୍ତି ନେଇପାରିବେ ।

୧. ଆଟେନସନ୍ ବା ଫୋକସ୍‌: ଏଭଳି ବ୍ୟକ୍ତିଙ୍କ ଫୋକସ୍ ବହୁତ ଦୃଢ଼ ଥାଏ । ଉଭୟ ବୃତ୍ତିଗତ ଏବଂ ବ୍ୟକ୍ତିଗତ ଜୀବନର ଛୋଟ ଛୋଟ କଥାକୁ ବୁଝିବାରେ ସକ୍ଷମ ଥାନ୍ତି । ପରବର୍ତ୍ତୀ ସମୟରେ ନିଜ କୌଶଳ ଆଧାରରେ ଏହାକୁ ବୁଝି ବିଚାରି କାର୍ଯ୍ୟ କରିଥାନ୍ତି ।

୨. ଜ୍ଞାନ: ଜୀବନରେ ବ୍ୟକ୍ତି ଜଣଙ୍କ ବହି ଏବଂ ଅଭିଜ୍ଞତାରୁ ଜ୍ଞାନ ଅର୍ଜନ କରିଥାଏ । କୌଣସି ପରିସ୍ଥିତିରେ କେବଳ ପ୍ରାସଙ୍ଗିକ ସୂଚନା ଆଧାରରେ ନିଷ୍ପତ୍ତି ନେଇଥାନ୍ତି ।

୩. ଟିମ୍ ୱାର୍କ: ଜଣେ ଦୃଢ଼ ନିଷ୍ପତ୍ତି ନେଉଥିବା ବ୍ୟକ୍ତି କେବେ ବି ନିଜ ଟିମକୁ ଅଣଦେଖା କରିନଥାଏ । ଟିମ୍ ସଦସ୍ୟଙ୍କ ଗୁରୁତ୍ୱକୁ ସେ ବୁଝି ସେମାନଙ୍କ ବିଚାରଧାରାକୁ କାର୍ଯ୍ୟରେ ଆପଣାଇଥାଏ ।

୪. ପ୍ରତିକୂଳ ପରିସ୍ଥିତି: ଜୀବନରେ ପ୍ରତିକୂଳ ପରିସ୍ଥିତି ଆସିଲେ ଅଧିକାଂଶ ବ୍ୟକ୍ତି ଘାବରାଇଥାନ୍ତି । ସେମାନଙ୍କ ବୁଝି ବିଚାରି କାର୍ଯ୍ୟ କରିବା ଶକ୍ତି ହ୍ରାସ ପାଇଥାଏ । ଜଣେ ଦଢ଼ ମନ ଏବଂ ସ୍ଥିର ଚିତ୍ତ ଥିବା ବ୍ୟକ୍ତି ପ୍ରତିକୂଳ ପରିସ୍ଥିତିରେ ନ ଭାଙ୍ଗିଯାଇ ଉଚିତ ନିଷ୍ପତ୍ତି ନେବାରେ ସକ୍ଷମ ହୋଇଥାଏ । ଏଭଳି ବ୍ୟକ୍ତି ଜୀବନରେ ରିସ୍କ୍ ନେବା ପାଇଁ ପଛଘୁଞ୍ଚା ଦେଇନଥାନ୍ତି ।

୫. କ୍ଷମତା ଉପରେ ବିଶ୍ୱାସ: ନିଜ କ୍ଷମତା ଉପରେ ବିଶ୍ୱାସ ରଖୁଥିବା ବ୍ୟକ୍ତିଙ୍କ ପାଇଁ ନିଷ୍ପତ୍ତି ନେବା ସହଜ ହୋଇଥାଏ । ନିଜ ଉପରେ ବିଶ୍ୱାସ ନଥିଲେ କୌଣସି କାର୍ଯ୍ୟ ସଫଳ ହୋଇନଥାଏ ।

୬. ରଚନାତ୍ମକ: ରଚନାତ୍ମକ ପ୍ରବୃତ୍ତିର ବ୍ୟକ୍ତି ପ୍ରତିକୂଳ ପରିସ୍ଥିତିରୁ ମୁକୁଳିବା ପାଇଁ ପ୍ଳାନିଂ କରିବାରେ ସକ୍ଷମ ହୋଇଥାଏ । ଆବଶ୍ୟକତା ଅନୁଯାୟୀ ଛୋଟ ବଡ଼ ନିଷ୍ପତ୍ତି ନେଇଥାଏ ।

୭. ଦୃଢ଼ତା: ଯେଉଁ ବ୍ୟକ୍ତି ନିଜ ବିଚାରକୁ ଅନ୍ୟ ସାମ୍ନାରେ ବ୍ୟକ୍ତ କରିବାରେ ପାରଙ୍ଗମ ସେମାନେ ଦୃଢ଼ ନିଷ୍ପତ୍ତି ନେବାରେ ଉତ୍ତମ ଅଟନ୍ତି । ସମସ୍ତଙ୍କ ହିତକୁ ଦୃଷ୍ଟିରେ ରଖି ସେମାନେ ନିଷ୍ପତ୍ତି ନେଇଥାନ୍ତି ଏବଂ ଏହାକୁ କାର୍ଯ୍ୟକାରୀ କରିବା ଦିଗରେ ମୁଖ୍ୟ ଭୂମିକା ତୁଲାଇଥାନ୍ତି ।

Get real time updates directly on you device, subscribe now.